ନୂଆଦିଲ୍ଲୀ: ପ୍ରେମିକ ସଚିନଙ୍କ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ନେଇ ଶିରୋନାମାରେ ରହିଛନ୍ତି ସୀମା ହାଇଦର । ସୀମା ଏବଂ ସଚିନଙ୍କ ଲଭଷ୍ଟୋରୀର ଚର୍ଚ୍ଚା ସାରା ଦେଶରେ ହେଉଥିବା ବେଳେ ଏହି ଯୋଡ଼ିଙ୍କ କାହାଣୀକୁ ନେଇ ଏକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ ସୀମା ହାଇଦର ବିଗ୍ବସ୍ ଏବଂ ଦ କପିଲ ଶର୍ମା ଶୋ’ରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିିଥିଲା, ହେଲେ ଏହି ଖବର ମଧ୍ୟରେ ସୀମା କୌଣସି ଶୋ' କୁ ଯିବାକୁ ସଫା ମନା କରିଦେଇଛନ୍ତି ।
ସୀମା ହାଇଦର ଏବଂ ସଚିନ୍ ମୀନା ଦି କପିଲ ଶର୍ମା ଶୋ ଏବଂ ବିଗ୍ବସ୍କୁ ଯିବା ବିଷୟରେ ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଚାଲିଥିଲା । ଏହା ଏକ ଚର୍ଚ୍ଚାର ବିଷୟ ଥିଲା ଯେ ସୀମା ଶୀଘ୍ର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, କିନ୍ତୁ ଆଜି ସୀମା ଏକ ଭିଡିଓ ଜାରି କରି ଏହି ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସୀମା ଏକ ଭିଡିଓ ଜାରି କରି କହିଛନ୍ତି ଯେ ବର୍ତ୍ତମାନ ଏହି ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ଭବିଷ୍ୟତରେ କପିଲ ଶର୍ମା ଶୋ' ଏବଂ ବିଗ୍ବସ୍ ଯିବାକୁ ଚିନ୍ତା କରନ୍ତି, ତେବେ ସେ ସମସ୍ତଙ୍କୁ ଜଣାଇବେ ।
ସେପଟେ ଏନେଇ ସୀମାଙ୍କ ଓକିଲ ଏପି ସିଂହ କହିଛନ୍ତି ଯେ ଉଭୟ ଶୋ’ରୁ ସୀମାଙ୍କୁ ଅଫର ଆସିଛି, କିନ୍ତୁ ଆଇନଗତ ଭାବେ ଉଭୟ ଏହି କାର୍ଯ୍ୟକ୍ରମରେ ଭାଗ ନେବା ଠିକ୍ ନୁହେଁ। ତଦନ୍ତ ଜାରି ରହିଛି, ଏହି କାରଣରୁ, ଉଭୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଉଚିତ୍ ନୁହେଁ । ଉଭୟ ହେଉଛି ମନୋରଞ୍ଜନ କାର୍ଯ୍ୟକ୍ରମ । ତେବେ ପ୍ରୋଗ୍ରାମରୁ ଅଫର ପାଇବା ପରେ ନା କିମ୍ବା ହଁ କହିବା ବର୍ତ୍ତମାନ ଉପଯୁକ୍ତ ସମୟ ନୁହେଁ ।
ସିନେ ନିର୍ମାତା ଅମିତ ଜାନିଙ୍କ ଦ୍ୱାରା ଏକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ସୀମା ହାଇଦରଙ୍କୁ ଅଫର୍ ଦିଆଯାଇଥିଲା । ପାକିସ୍ତାନର ଯାତ୍ରା ସମୟକୁ ନେଇ 'କରାଚିରୁ ନୋଏଡା' ନାଁରେ ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ନିର୍ମାତା । ସୀମାଙ୍କୁ ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଭାବରେ କାଷ୍ଟ କରିବାକୁ ଚାହୁଁଥିଲେ ନିର୍ମାତା, କିନ୍ତୁ ମାମଲାର ତଦନ୍ତ ଚାଲିଥିବା କାରଣରୁ ସୀମା ଏହି ଫିଲ୍ମରେ ବି ଅଭିନୟ କରିବାକୁ ମନା କରିଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: ପ୍ରଥମ ଗୀତ 'ଚଲ୍ ପଡେ ହେ ହମ୍' ରିଲିଜ୍
ସୂଚନା ଥାଉ କି, ସୀମା ହାଇଦର ପାକିସ୍ତାନର କରାଚି ନିବାସୀ ଅଟନ୍ତି । PUBG ଗେମ୍ ଖେଳିବାବେଳେ, ସୀମା ଗ୍ରେଟର ନୋଏଡାର ସଚିନ୍ ମୀନାଙ୍କ ସହ ବନ୍ଧୁତା କରିଥିଲେ । ତା’ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଏତେ ନିବିଡ ହୋଇଗଲା ଯେ, ପ୍ରେମିକଙ୍କୁ ଭେଟିବା ପାଇଁ ସୀମା ତାଙ୍କର ଚାରି ପିଲାଙ୍କ ସହ ଦୁବାଇ ଦେଇ କରାଚିରୁ ନେପାଳରେ ପହଞ୍ଚିଥିଲେ ଏବଂ ପରେ ନେପାଳରୁ ବେଆଇନ ଭାବେ ଭାରତରେ ପ୍ରବେଶ କରି ରବପୁରାରେ ଥିବା ସଚିନ୍ ମୀନାଙ୍କ ନିକଟରେ ପହଞ୍ଚିଥିଲେ। ବର୍ତ୍ତମାନ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଜୀବନ ବିତାଉଛନ୍ତି। ତେବେ ସୀମା ହାଇଦର ଜଣେ ପାକିସ୍ତାନୀ ଗୁପ୍ତଚର ବୋଲି ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ, ୟୁପି ଏଟିଏସ୍ ଏବଂ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ତଦନ୍ତ କରୁଛନ୍ତି ।