ETV Bharat / entertainment

Section 108ର ଟିଜର ଆଉଟ୍‌, ଦମଦାର ଭୂମିକାରେ ନଜର ଆସିବେ ନୱାଜୁଦ୍ଦିନ ସିଦ୍ଦିକି

author img

By ETV Bharat Odisha Team

Published : Aug 28, 2023, 3:24 PM IST

ନୱାଜୁଦ୍ଦିନ ସିଦ୍ଦିକିଙ୍କ ଏକ ନୂଆ ଚଳଚ୍ଚିତ୍ର ‘ସେକ୍ସନ୍ 108’ର ଟିଜର ରିଲିଜ ହୋଇଛି । ନୱାଜୁଦ୍ଦିନଙ୍କୁ ଏକ ଦମଦାର ଚରିତ୍ରରେ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

ସେକ୍ସନ୍ 108 ର ଟିଜର ରିଲିଜ
ସେକ୍ସନ୍ 108 ର ଟିଜର ରିଲିଜ

ହାଇଦ୍ରାବାଦ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ପୁଣିଥରେ ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କ ଦିଲ୍‌ରେ ରାଜ୍‌ କରିବାକୁ ଆସୁଛନ୍ତି । ବର୍ତ୍ତମାନ ସେ ତାଙ୍କ ଫିଲ୍ମ 'ହଡ୍ଡି' ସହିତ ଚର୍ଚ୍ଚାରେ ଅଛନ୍ତି, ଯାହା ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ନୱାଜୁଦ୍ଦିନ ଜଣେ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ । ପ୍ରଥମ ଥର ପାଇଁ ନୱାଜୁଦ୍ଦିନଙ୍କୁ ଏହି ଦମଦାର ଚରିତ୍ରରେ ଦେଖିବାକୁ ମିଳିବ । ନୱାଜୁଦ୍ଦିନଙ୍କ ଆଉ ଏକ ନୂଆ ଚଳଚ୍ଚିତ୍ର ‘ସେକ୍ସନ୍ 108’ ଅଗଷ୍ଟ 28ରେ ଘୋଷଣା କରାଯାଇଛି।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: 'ଦ ଭ୍ୟାକ୍ସିନ ୱାର'ର ପ୍ରଶଂସାରେ ଆର୍ ମାଧବନ, ପ୍ରଚାର କହି ଟ୍ରୋଲ କଲେ ୟୁଜର୍ସ

ଏହି ଥ୍ରୀଲର ଫିଲ୍ମର ଘୋଷଣା ସହିତ ଏହାର ଏକ ଟିଜର ମଧ୍ୟ ରିଲିଜ ହୋଇଛି । ଏହା ସହିତ ଫିଲ୍ମ କେବେ ରିଲିଜ ହେବ, ତାହା ମଧ୍ୟ ପ୍ରକାଶ ପାଇଛି । ଫିଲ୍ମ 'ସେକ୍ସନ୍ 108'ରୁ ମୁକ୍ତିଲାଭ କରିଥିବା ଟିଜରରେ ଦକ୍ଷିଣ ଅଭିନେତ୍ରୀ ରେଜିନା କାସାଣ୍ଡ୍ରା ମଧ୍ୟ ନଜର ଆସିଛନ୍ତି । ଅନିସ୍ ବଜମି ଏହି ଚଳଚ୍ଚିତ୍ର ଉପସ୍ଥାପନ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:Alia And Ranbir Vacation: ନ୍ୟୁୟର୍କରେ ସ୍ବାମୀଙ୍କ ସହ ଛୁଟି କାଟୁଛନ୍ତି ଗଙ୍ଗୁବାଇ

ଟିଜର କିପରି ଅଛି ?

'ସେକ୍ସନ୍ 108'ର 1.44 ମିନିଟ୍‌ର ଟିଜର ଦକ୍ଷିଣ ଅଭିନେତ୍ରୀ ରେଜିନାଙ୍କ ଏଣ୍ଟ୍ରିରୁ ଆରମ୍ଭ ହୋଇଛି । ପରବର୍ତ୍ତୀ ଦୃଶ୍ୟରେ ସେ ଏହି ଚଳଚ୍ଚିତ୍ରରେ ତହୁର ଖାନ ଭୂମିକାରେ ଅଭିନୟ କରୁଥିବା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଚଳଚ୍ଚିତ୍ର ସେକ୍ସନ 108 ବୀମା ସ୍କାମ ଉପରେ ଆଧାରିତ, ଯେଉଁଥିରେ ନୱାଜୁଦ୍ଦିନ ଏକ ବୀମା ଏଜେଣ୍ଟ ଭୂମିକାରେ ରହିବେ । ଏଥିସହିତ ଫିଲ୍ମରେ ରେଜିନା ଶିଖା ନାମକ ଜଣେ ଝିଅ ଭୂମିକାରେ ଅଭିନୟ କରିବେ ।

ଏହା ମଧ୍ୟ ପଢନ୍ତୁ: Neeraj Chopra wins Gold: ସୁନାପୁଅ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛାର ସୁଅ

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଶିକ୍ ଖାନ୍। ଏହାପୂର୍ବରୁ ସେ ସଲମାନ ଖାନଙ୍କ ରେଡି, ଅକ୍ଷୟ କୁମାରଙ୍କ ସିଂହ ଇଜ୍‌ କିଙ୍ଗ ଏବଂ ଓ୍ବେଲକମ୍‌ରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି 2 ଫେବୃଆରୀ 2024ରେ ମୁକ୍ତିଲାଭ କରିବାକୁ ଯାଉଛି।

ସୂଚନା ଥାଉ କି, ନୱାଜୁଦ୍ଦିନ ସିଦ୍ଦିକି ଫିଲ୍ମ "ହଡ୍ଡି" ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏଥିରେ ସେ ଜଣେ କିନ୍ନରଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏପର୍ଯ୍ୟନ୍ତ ଫିଲ୍ମରୁ ଅଭିନେତାଙ୍କର ତିନିରୁ ଚାରିଟି ଲୁକ୍ ପ୍ରକାଶ ପାଇଛି ଏବଂ ବର୍ତ୍ତମାନ ପ୍ରଶଂସକମାନେ ଏହା ଦେଖି ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନୱାଜୁଦ୍ଦିନ ସିଦ୍ଦିକିଙ୍କ ଫିଲ୍ମ "ହଡ୍ଡି" OTT ପ୍ଲାଟ୍‌ଫର୍ମ ZEE5ରେ ଷ୍ଟ୍ରିମିଂ କରିବ, କିନ୍ତୁ ଏହା କେବେ ରିଲିଜ୍ ହେବ ତାହା ପ୍ରକାଶ କରାଯାଇ ନାହିଁ । ଏହି ଚଳଚ୍ଚିତ୍ରଟି ଅକ୍ଷତ ଅଜୟ ଶର୍ମା ନିର୍ଦ୍ଦେଶନା ଦେଇଥିବାବେଳେ ଏହା ZEE ଷ୍ଟୁଡିଓ ଦ୍ୱାରା ନିର୍ମିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.