ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ବର୍ତ୍ତମାନର ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚୟ ହାସଲ କରି ସାରିଛନ୍ତି । ନିକଟରେ ସେ ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟିରେ ପିଙ୍କ୍ ଲେହେଙ୍ଗା ସହ ଦେଶୀ ଲୁକରେ ନଜର ଆସିଥିଲ । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ସାରା ନିଜ Belly Fatର ଫଟୋ ସେୟାର କରିଛନ୍ତି । ସେ କିପରି ୨ ସପ୍ତାହରେ ନିଜର ପେଟର ଚର୍ବିକୁ କମାଇଛନ୍ତି ତାହା କହିଛନ୍ତି ।
ସାରା ଅଲି ଖାନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର କିଛି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ସାରା ଜିମରେ ବସିଥିବା ବେଳେ ନିଜ Belly Fat ଦେଖାଉଥିବାର ନଜର ଆସିଛନ୍ତି । ଅନ୍ୟ ଫଟୋରେ ଦେଶୀ ଲୁକ୍ରେ ଷ୍ଟାଇଲିସ୍ ଲୁକ୍ରେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନ୍ରେ ଲେଖିଛନ୍ତି, ଏହି ଫଟୋକୁ ସେୟାର କରିବାକୁ ମୋତେ ଅସହଜ ମନେ ହେଉଥିଲା । ହେଲେ ମୋତ ନିଜକୁ ଗର୍ବ ଅନୁଭବ ହେଉଛି କି ମୁଁ ମାତ୍ର ୨ ସପ୍ତାହରେ ନିଜ ପେଟର ଚର୍ବି କମାଇଛି । ଓଜନ ବଢ଼ିବା ମୋ ପାଇଁ ସବୁବେଳେ ସମସ୍ୟା ରହି ଆସୁଥିଲା । ଏବେ ସବୁ କ୍ୟାଲୋରୀକୁ ବାଏ ବାଏ । ଫିଟନେସ୍ ଏକ ଯାତ୍ରା ଅଟେ । ଏଥିରେ ଆଗକୁ ବଢିବା ଦରକାର ।
ସୂଚନା ଥାଉ କି, ନିକଟରେ କରଣ ଜୋହରଙ୍କ ଚାଟ୍ ଶୋ' କଫି ୱିଥ୍ କରଣ ୮'ରେ ତାଙ୍କର ନୂତନ ବି-ଟାଉନ୍ ସର୍ବୋତ୍ତମ ବନ୍ଧୁ ଅନନ୍ୟା ପାଣ୍ଡେଙ୍କ ସହ ନଜର ଆସିବେ । ଗତକାଲି ଏହାର ପ୍ରମୋ ରିଲିଜ ହୋଇଥିଲା । ଯେଉଁଥିରେ ସେ ରୁମର ବୟଫ୍ରେଣ୍ଡ ଶୁଭମନ ଗିଲଙ୍କ ସହ ସମ୍ପର୍କ ବିଷୟରେ କଥାବାର୍ତ୍ତା କରିଥିଲେ । ସେ ଏନେଇ କହିଥିଲେ ଯେ, ଶୁଭମନ ଗିଲ ଯେଉଁ ସାରାଙ୍କୁ ପସନ୍ଦ କରନ୍ତି, ସେ ସେହି ସାରା ନୁହଁନ୍ତି । କେବଳ ଏତିକି ନୁହେଁ କ୍ରିକେଟର ସାରା ତେନ୍ଦୁଲକରଙ୍କୁ ଡେଟ୍ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଅନନ୍ୟା-ଆଦିତ୍ୟଙ୍କ ସମ୍ପର୍କ ନେଇ ଖୁଲାସା କଲେ ସାରା
ୱାର୍କପ୍ରଣ୍ଟ୍ କଥା କହିବାକୁ ଗଲେ, ଆଗାମୀ ଚଳଚ୍ଚିତ୍ର ମେଟ୍ରୋ ଇନ୍ ଦିନୋରେ ସାରାଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 2024ରେ ରିଲିଜ୍ ହେବ ବୋଲି କୁହାଯାଉଛି । ମେଟ୍ରୋ ଇନ୍ ଦିନୋ ଫିଲ୍ମଟି ଲୋକ ଏବଂ ଲୋକଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ଅଟେ । ଏହି ଫିଲ୍ମରେ ଆଦିତ୍ୟ ରୟ କପୁରଙ୍କ ସହ ଅନ୍ ସ୍କ୍ରିନ୍ ରୋମାନ୍ସ କରିବେ ସାରା । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଭୂଷଣ କୁମାର, ଅନୁରାଗ ବାସୁ, କୃଷ୍ଣ କୁମାର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ବାସୁ ।