ETV Bharat / entertainment

ପରିବାର ସହ ଲଣ୍ଡନରେ ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ସାରା - ପରିବାର ସହ ଲଣ୍ଡନରେ ଛୁଟି କାଟୁଛନ୍ତି ସାରା

Sara Ali Khan Celebrates Christmas: ସାରା ଅଲି ଖାନ ଲଣ୍ଡନରେ ତାଙ୍କ ପିତାମାତା ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ସହ ଖ୍ରୀଷ୍ଟମାସ ପାଳନ କରିଛନ୍ତି। ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢ଼ନ୍ତୁ

sara ali khan celebrates Christmas
sara ali khan celebrates Christmas
author img

By ETV Bharat Odisha Team

Published : Dec 26, 2023, 9:32 AM IST

ମୁମ୍ବାଇ: ଅଭିନେତ୍ରୀ ସାରା ଅଲି ଖାନ ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । କାମ ବ୍ୟତୀତ ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ହେଡ୍‌ଲାଇନ୍‌ରେ ଥାଆନ୍ତି । ତେବେ ନିକଟରେ ଅଭିନେତ୍ରୀ ସାରା ଅଲି ଖାନ୍‌ ତାଙ୍କ ପରିବାର ସହ ଲଣ୍ଡନରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପିତା ସୈଫ ଅଲି ଖାନ ଓ ମାଆ ଅମୃତା ସିଂଙ୍କ ସହ ଲଣ୍ଡନରେ ସାରା ଖ୍ରୀଷ୍ଟମାସ ସେଲିବ୍ରେସନ କରିଥିବା ବେଳେ ତାଙ୍କ ଭାଇ ଇବ୍ରାହିମ ଅଲି ଖାନଙ୍କୁ ମିସ୍‌ କରିଛନ୍ତି ।

ସାରା ମାଆ ଅମୃତା ସିଂ ଓ ପିତା ସୈଫ ଅଲି ଖାନଙ୍କ ସହ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, "ସାନ ଭାଇକୁ ବହୁତ ମିସ୍‌ କରୁଛି । କାସ୍‌ ତମେ ଏହିଠାରେ ଥାଆନ୍ତ । ଏହି ଖ୍ରୀଷ୍ଟମାସ ପାଇଁ ଧନ୍ୟବାଦ ସାନ୍ତା ।" ସାରା ଅଲି ଖାନ ତାଙ୍କ ପିତାମାତା ଅମୃତା ସିଂ ଏବଂ ସୈଫ ଅଲି ଖାନଙ୍କ ସହ ଖ୍ରୀଷ୍ଟମାସ ଛୁଟି କାଟିବାର ସୁଯୋଗ ପାଇଛନ୍ତି । ହେଲେ ଏହି ଛୁଟି ସମୟରେ ସେ ତାଙ୍କ ଭାଇ ଇବ୍ରାହିମଙ୍କୁ ବହୁତ ମନେ ପକାଇଛନ୍ତି | ଏହା ସହିତ କରୀନା କପୁର ଖାନ ମଧ୍ୟ ତାଙ୍କ ପରିବାର ସହିତ ଲଣ୍ଡନରେ ଶୀତଦିନିଆ ଛୁଟି ଉପଭୋଗ କରୁଛନ୍ତି । କିନ୍ତୁ ସାରା ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ କରିନା କପୁର ନାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ- ଭୁଲ ଭୁଲେୟା ୩ରେ କିୟାରା ଆଉଟ ସାରା ଇନ୍‌, ନଜର ଆସିବେ ଏକ୍ସ ଯୋଡି

ଏହା ମଧ୍ୟ ପଢନ୍ତୁ- ସାରା ଅଲି ଖାନଙ୍କ ଦିୱାଲୀ ପାର୍ଟିରେ କାର୍ତ୍ତିକ ଆର୍ଯ୍ୟନ, ରୁମର କପଲ ଆଦିତ୍ୟ-ଅନନ୍ୟା ମଧ୍ୟ ଆସିଲେ ନଜର

ସାରା ଅଲି ଖାନଙ୍କ ଓ୍ବାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ସାରାଙ୍କ ପାଖରେ ଆଗାମୀ ଚଳଚ୍ଚିତ୍ର ଅନେକ ରହିଛି । ସେ କନ୍ନନ ଆୟରଙ୍କ ଦେଶପ୍ରେମୀ ଚଳଚ୍ଚିତ୍ର 'ଏ ୱତନ ମେରେ ୱତନ'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସେ ମହିଳା ସ୍ୱାଧୀନତା ସଂଗ୍ରାମୀ ଉଷା ମେହେତାଙ୍କ ଭୂମିକାରେ ଅଭିନୟ କରିବେ । ସାରାଙ୍କ ପ୍ରଥମ ଲୁକ୍ ମଧ୍ୟ ଏହି ଫିଲ୍ମରୁ ଆସି ସାରିଛି । ଏହା ବ୍ୟତୀତ ସାରା ତାଙ୍କ କିଟିରେ 'ମେଟ୍ରୋ ଇନ୍ ଦିନୋ' ଏବଂ 'ମର୍ଡର ମୁବାରକ'ରେ ମଧ୍ୟ ନଜର ଆସିବେ । ଏହି ଅଭିନେତ୍ରୀଙ୍କୁ ଟାଇଗର ଶ୍ରଫଙ୍କ ସହ ଜଗନ୍ ଶକ୍ତିଙ୍କ ଅନଟାଇଟଲ୍ ଆକ୍ସନ୍ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.