ETV Bharat / entertainment

ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ରାଜଧାନୀ: ଅଭିନେତ୍ରୀ ସାନ୍ୟା ମଲହୋତ୍ରା

ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ସାନ୍ୟା ମଲହୋତ୍ରା । ତାଙ୍କ କହିବାନୁସାରେ, ଦିଲ୍ଲୀ ଅପେକ୍ଷା ମୁମ୍ବାଇ ଝିଅଙ୍କ ପାଇଁ ଅଧିକ ସୁରକ୍ଷିତ । ଅଧିକ ପଢନ୍ତୁ

author img

By

Published : Jul 14, 2022, 9:58 AM IST

ମହିଳାଙ୍କ ପାଇଁ ଦିଲ୍ଲୀ ସୁରକ୍ଷିତ ନୁହେଁ କହିଲେ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା

ନୂଆଦିଲ୍ଲୀ: ସାନ୍ୟା ମଲହୋତ୍ରା (Sanya Malhotra)ହେଉଛନ୍ତି ବଲିଉଡର ଟପ୍‌ ରାଇଜିଂ ଷ୍ଟାର୍‌ । ସାନ୍ୟା ଅଳ୍ପ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସାନ୍ୟା ଦିଲ୍ଲୀର ବାସିନ୍ଦା, କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇରେ ରୁହନ୍ତି । ତେବେ ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି ସାନ୍ୟା । ଦିଲ୍ଲୀ ଅପେକ୍ଷା ମୁମ୍ବାଇ ଝିଅଙ୍କ ପାଇଁ ଅଧିକ ସୁରକ୍ଷିତ ବୋଲି ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।

'ଦିଲ୍ଲୀ ଅପେକ୍ଷା ମୁମ୍ବାଇ ଅଧିକ ସୁରକ୍ଷିତ'

Crime Tak ସହିତ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ସାନ୍ୟା ମାଲହୋତ୍ରା ଖୋଲାଖୋଲି ଭାବେ ଦେଶର ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି । ସାନ୍ୟା କହିଛନ୍ତି- ମୁଁ ଦିଲ୍ଲୀର ବାସିନ୍ଦା କିନ୍ତୁ ମୋର ପାଖରେ ବହୁତ ଭଲ କାରଣ ବି ଅଛି କି ମୁଁ ଦିଲ୍ଲୀ ଅପେକ୍ଷା ମୁମ୍ବାଇକୁ କାହିଁକି ଅଧିକ ପସନ୍ଦ କରେ । ମୁମ୍ବାଇରେ ମୁଁ ଅଧିକ ସୁରକ୍ଷିତ ଅନୁଭବ କରେ ।

କ'ଣ କହିଛନ୍ତି ରାଜ କୁମାର ରାଓ

ସାନ୍ୟା ଆହୁରି କହିଛନ୍ତି- ଦିଲ୍ଲୀରେ ଏବେ ଉନ୍ନତି ହୋଇଛି କି ନାହିଁ ମୁଁ ଜାଣେ ନାହିଁ, କିନ୍ତୁ ମୁଁ ସେଠାରେ ନିଜକୁ ସୁରକ୍ଷିତ ମଣୁ ନାହିଁ। ମୁଁ ଏଥିପାଇଁ କୌଣସି କାରଣ ଦେଇପାରିବି ନାହିଁ । ମୁଁ ଭାବୁନାହିଁ ଦିଲ୍ଲୀରେ ଏପରି ଜଣେ ମହିଳା ଥିବେ, ଯିଏ ଯୌନ ଉତ୍ପୀଡନର ସମ୍ମୁଖୀନ ହୋଇନଥିବେ। ସାନ୍ୟା ମଲହୋତ୍ରାଙ୍କ ଏହି କଥା ଉପରେ ରାଜକୁମାର ରାଓ ମଧ୍ୟ ନିଜର ମତ ରଖିଛନ୍ତି ଏବଂ ସେ କହିଛନ୍ତି - ଏହା ଆପଣଙ୍କୁ ବହୁତ ବିଚଳିତ କରିପାରେ ।

HIT - The First Caseରେ ମୁଖ୍ୟ ଭୂମିକାରେ ସାନ୍ୟା ମଲହୋତ୍ରା

ସାନ୍ୟା ମଲହୋତ୍ରା ଏବଂ ରାଜକୁମାର ରାଓଙ୍କ ବିଷୟରେ କହିବାକୁ ଗଲେ ଏହି ଦୁଇ ତାରକା ଆଜିକାଲି ସେମାନଙ୍କର ଆଗାମୀ ଚଳଚ୍ଚିତ୍ର HIT - The First Case ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ଜଣେ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ରାଜକୁମାର ଜଣେ ଯୁବତୀଙ୍କ ନିଖୋଜ ମାମଲାର ରହସ୍ୟ ସମାଧାନ କରୁଥିବା ଦେଖିବାକୁ ମିଳିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.