ETV Bharat / entertainment

ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା, ଏତିକି କୋଟିରେ ହେଲା ଡିଲ୍‌

author img

By

Published : Jul 29, 2022, 9:56 AM IST

ଛାଡ଼ପତ୍ର ପରେ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା ପ୍ରଭୁ । କୁହାଯାଉଛି ଯେ ଅଭିନେତ୍ରୀ ଏହି ଘରକୁ 200 କୋଟିରେ କିଣିଛନ୍ତି । ଅଧିକ ପଢନ୍ତୁ

ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା

ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଗତ ବର୍ଷ ସ୍ୱାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଛାଡପତ୍ର ନେବା ପରଠୁ ସାମନ୍ଥା ଚର୍ଚ୍ଚାରେ ରହିଆସିଛନ୍ତି । ବର୍ତ୍ତମାନ ସାମନ୍ଥାଙ୍କୁ ନେଇ ଆଉ ବଡ ଖବର ସାମ୍ନାକୁ ଆସୁଛି । କୁହାଯାଉଛି ଯେ ଅଭିନେତ୍ରୀ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଘର 200 କୋଟିରେ କିଣିଛନ୍ତି । ଏହି ସେହି ଘର ଯେଉଁଠାରେ ସେ ବିବାହ ପରେ ନାଗାଙ୍କ ସହ ରହୁଥିଲେ।

କ’ଣ ରହିଛି ପୂରା ମାମଲା?

ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ଛାଡ଼ପତ୍ର ଦେବେ ବୋଲି ଅକ୍ଟୋବର ୨ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ । ଭରଣପୋଷଣ ବାବଦକୁ ନାଗା ଚୈତନ୍ୟ ତାଙ୍କୁ ୨୦୦ କୋଟି ଟଙ୍କା ଯାଚିଥିଲେ। କିନ୍ତୁ ଏହି ଟଙ୍କା ଗ୍ରହଣ କରିବାକୁ ଅଭିନେତ୍ରୀ ସାମନ୍ଥା ମନା କରିଦେଇଥିଲେ । କଠିନ ଶ୍ରମ ଓ ପ୍ରଚେଷ୍ଟା ବଳରେ ଅଭିନେତ୍ରୀ ସାମନ୍ଥା ଟଲିଉଡ୍‌ର ଶୀର୍ଷରେ ପହଞ୍ଚିପାରିଛନ୍ତି । ତେଣୁ, ସେ ଏହି ବିବାହ-ବିଚ୍ଛେଦରୁ ଅର୍ଥ ଚାହାନ୍ତି ନାହିଁ ବୋଲି ସ୍ଥିର କରିଥିବା କଥା ଜଣାଇଥିଲେ ।

କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଟୁଇଟ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତା ମୁରଲୀ ମୋହନ ଅଭିନେତ୍ରୀ ସାମନ୍ଥା ଏବଂ ନାଗାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ମୁରଲୀ ଏହି ଟ୍ୱିଟରେ କହିଛନ୍ତି ଯେ, ସାମନ୍ଥା ନାଗାଙ୍କ ଘର କିଣିଛନ୍ତି । ରିପୋର୍ଟ ଅନୁଯାୟୀ ସାମନ୍ଥା ମୋଟା ଅଙ୍କର ଟଙ୍କା ଦେଇ ଉକ୍ତ ଘର କିଣିଛନ୍ତି ।

ସାମନ୍ଥାଙ୍କ ଓ୍ଵାର୍କଫ୍ରଣ୍ଟ ବିିଷୟରେ କହିବାକୁ ଗଲେ, ସେ ‘ଶକୁନ୍ତଳମ୍‌’, ‘ଯଶୋଦା’ ଓ ‘ଖୁସି’ ଭଳି ଫିଲ୍ମରେ ନଜର ଆସିବେ। ଏଥିସହିତ ତାପସୀ ପନ୍ନୁଙ୍କ ସହ ଆଉ ଏକ ଫିଲ୍ମରେ ବି ନଜର ଆସିବେ। ରିପୋର୍ଟ ମୁତାବକ, ସାମନ୍ଥା ଆୟୁଷ୍ମାନ ଖୁରାନାଙ୍କ ସହ ଜଲ୍‌ଦି ବଲିଉଡ୍‌ରେ ଡେବ୍ୟୁ କରିପାରନ୍ତି । ନିକଟରେ ସାମନ୍ଥା କରଣ ଜୋହରଙ୍କ ଚାଟ୍‌ ଶୋ’ ‘କଫି ଓ୍ଵିଥ୍‌ କରଣ’ରେ ଅକ୍ଷୟ କୁମାରଙ୍କ ସହ ପହଞ୍ଚିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.