ETV Bharat / entertainment

Birthday Special: ବିଜୟଙ୍କ ସରପ୍ରାଇଜଭରା ଶୁଭେଚ୍ଛାରେ କାନ୍ଦିଲେ ସାମ୍‌

author img

By

Published : Apr 29, 2022, 3:24 PM IST

ସାମନ୍ଥା ରୁଥ ପ୍ରଭୁଙ୍କ ଜନ୍ମଦିନ ଅବସରରେ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ତାଙ୍କୁ ଭିନ୍ନ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବିଜୟ ଏହା ସହ ଜଡିତ ଏକ ଭିଡିଓ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ବିଜୟ ଦେବରାକୋଣ୍ଡାଙ୍କ ସରପ୍ରାଇଜରେ କାନ୍ଦି ପକାଇଲେ ସାମନ୍ଥା

ହାଇଦ୍ରାବାଦ: ଦକ୍ଷିଣୀ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଏପ୍ରିଲ ୨୮ରେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ଚୁଲବୁଲି ସୁନ୍ଦରୀ ସାମନ୍ଥାଙ୍କୁ ତାଙ୍କର ଅଗଣିତ ପ୍ରଶଂସକଙ୍କ ସମେତ ଅନେକ ଷ୍ଟାର ବଲିଉଡ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିଲେ । ୨୦୧୦ ମସିହାରେ ମାୟା ଚେସାଭେଙ୍କ ସହିତ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିବା ସାମନ୍ଥା, ବର୍ତ୍ତମାନ ସମୟର ଅନ୍ୟତମ ମହଙ୍ଗା ଅଭିନେତ୍ରୀ । ସାମନ୍ଥାଙ୍କ ଜନ୍ମଦିନ ଅବସରରେ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ନିଆରା ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏଥିସହ ଏକ ମଜାଦାର ଭିଡିଓ ମଧ୍ୟ ସେୟାର କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ସେୟାର କରିଛନ୍ତି ବିଜୟ

ବିଜୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ବିଜୟ ଏବଂ ସାମନ୍ଥା ଏକ ଚଳଚ୍ଚିତ୍ରର ସୁଟିଂ କରୁଥିବା ନଜର ଆସିଛନ୍ତି । ସୁଟିଂ ସମୟରେ ଅଭିନେତ୍ରୀ ତାଙ୍କର ଚରିତ୍ରକୁ ନିଖୁଣ ଭାବେ ପ୍ରମାଣିତ କରିବାକୁ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ତାଙ୍କୁ ଏହି ସିନ୍‌ ବିଷୟରେ କିଛି ବୁଝାଉଛନ୍ତି । ପରେ ଫାଇନାଲ ଟେକ୍‌ ପାଇଁ ଶୁଟିଂ ଆରମ୍ଭ ହେଉଛି ଏବଂ ଅଭିନେତ୍ରୀ ତାଙ୍କ ସଂଳାପ କହିବା ଆରମ୍ଭ କରୁଛନ୍ତି ।

ଏହା ବି ପଢନ୍ତୁ: ବିଚ୍ଛେଦ ପରେ ସାମନ୍ଥା ଓ ନାଗା ଚୈତନ୍ୟଙ୍କ ଦ୍ବିତୀୟ ବିବାହ !

ଭିଡିଓରେ ଦେଖିବାକୁ ମିଳୁଛି, ଅଭିନେତ୍ରୀ ତାଙ୍କ ସଂଳାପରେ ପୂରାପୂରି ମଜି ଯାଇଛନ୍ତି । ଏହି ସମୟରେ ବିଜୟ ଦେବରାକୋଣ୍ଡା କହୁଛନ୍ତି, 'ହାପି ବର୍ଥ ଡେ ସାମନ୍ଥା' । ଏହାପରେ ଫିଲ୍ମର ପୂରା ଟିମ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛନ୍ତି । ବାସ୍ତବରେ ସାମନ୍ଥାଙ୍କୁ ଜନ୍ମଦିନର ସରପ୍ରାଇଜ ଦେବା ପାଇଁ ଏହି ମିଛ ସିନ୍‌ର ଯୋଜନା କରାଯାଇଥିଲା । ଏହି ସିନକୁ ରିୟଲ ରୂପ ଦେବା ପାଇଁ ପୂରା ଟିମ ସତ ସୁଟିଂ ପରି ଏକ ମାହୋଲ ସୃଷ୍ଟି କରିଥିଲେ । ଏଭଳି ସରପ୍ରାଇଜ ଦେଖି ସାମନ୍ଥା ଇମୋସନାଲ ହେବା ସହିତ ଖୁସିରେ କାନ୍ଦି ପକାଇଥିଲେ ।

ଏହା ବି ପଢନ୍ତୁ: Birthday Special : ୩୫ ବର୍ଷରେ ସୁନ୍ଦରୀ ସାମନ୍ଥା, ବାଣିଜ୍ୟ ଛାତ୍ରୀରୁ ଦକ୍ଷିଣୀ ସିନେମାର ଶୀର୍ଷ ଅଭିନେତ୍ରୀ

ସୂଚନାଯୋଗ୍ୟ ଯେ, ବିଜୟ ଦେବରାକୋଣ୍ଡା ଏବଂ ସାମନ୍ଥା ଏକ ତେଲୁଗୁ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି । ଏହି ଚଳଚ୍ଚିତ୍ରର ସୁଟିଂ କାଶ୍ମୀରରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ଏହାର ନାଁ ପ୍ରକାଶ କରାଯାଇ ନାହିଁ । ଏହି ଫିଲ୍ମରେ ବିଜୟ ଜଣେ ସେନା ଅଧିକାରୀ ଭୂମିକାରେ ନଜର ଆସିବେ । ଏଥିସହିତ ସାମନ୍ଥା କାଶ୍ମୀରୀ ଝିଅର ଭୂମିକା ନିଭାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.