ETV Bharat / entertainment

Yentamma Song Out: ଚଷମା-ଲୁଙ୍ଗିରେ ନଜର ଆସିଲେ ସଲମାନ, ଫ୍ୟାନ୍ସ ପସନ୍ଦ କଲେ ଭାଇଜାନଙ୍କ ସ୍ବାଗ

author img

By

Published : Apr 4, 2023, 1:57 PM IST

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'କିସି କା ଭାଇ ଭାଇ କିସି କି ଜାନ'ର ନୂଆ ଗୀତ 'ୟେଣ୍ଟମା' ରିଲିଜ ହୋଇଛି । ଏହି ଗୀତରେ ସଲମାନ ଖାନ ଏବଂ ଦକ୍ଷିଣ ତାରକା ଭେଙ୍କଟେଶ ଡଗୁବତିଙ୍କ ସହ ଆରଆରଆର ତାରକା ରାମ ଚରଣ ଆସିଛନ୍ତି ନଜର । ଅଧିକ ପଢନ୍ତୁ

'କିସି କା ଭାଇ ଭାଇ କିସି କି ଜାନ'ର ନୂଆ ଗୀତ 'Yentamma' ରିଲିଜ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ନୂଆ ଗୀତ 'ୟେଣ୍ଟମା 'ରିଲିଜ ହୋଇଛି । ପୂର୍ବରୁ 4ଟି ଗୀତ ରିଲିଜ ହୋଇଥିବା ବେଳେ ଏବେ ଫିଲ୍ମର 5ମ ଗୀତ ରିଲିଜ ହୋଇଛି । ଏହି ଗୀତରେ ସଲମାନ ଖାନ ଏବଂ ସାଉଥ ଷ୍ଟାର ଭେଙ୍କଟେଶ ଡଗୁବତୀଙ୍କ ସମେତ ଆରଆରଆର ତାରକା ରାମ ଚରଣଙ୍କୁ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଗୀତ ସେୟାର ହେବା ପରେ ଫ୍ୟାନ୍ସ ବହୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି ।

  • " class="align-text-top noRightClick twitterSection" data="">

କିସି କା ଭାଇ କିସି କି ଜାନର 5ମ ଗୀତ ଆଜି 'ୟେଣ୍ଟମା' ରିଲିଜ ହୋଇଛି । ସଲମାନ ଖାନ ଫିଲ୍ମର ଅହି ନୂଆ ଗୀତ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଗୀତର ଭିଡିଓ ସେୟାର କରିବାବେଳେ ସଲମାନ କ୍ୟାପସନ ଦେଇଛନ୍ତି, 'ୟେଣ୍ଟମା' ଗୀତ ରିଲିଜ ହୋଇଛି । ଏହି ଗୀତକୁ ବିଶାଲ ଦଦଲାନି ଏବଂ ପାୟଲ ଦେବ ଗାଇଛନ୍ତି । ଏହି ଗୀତ ମନ୍ଦିରରୁ ଆରମ୍ଭ ହୋଇଛି, ଯେଉଁଠାରେ ସଲମାନ ଖାନ ଏବଂ ଭେଙ୍କଟେଶ ଡଗୁବତୀ ମନ୍ଦିରରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି । ଏହା ପରେ ସେ ଦୁଇଟି ରୟାଲ ଏନଫିଲ୍ଡ ବାଇକର ସିଟରେ ବସିଥିବାର ନଜର ଆସିଛନ୍ତି ।

ଏଥିସହ ଏହି ଗୀତରେ ପୂଜା ହେଗଡେ ଏବଂ ଅନ୍ୟାନ୍ୟ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଗୀତର ମୁଖ୍ୟ ଆକର୍ଷଣ ରହିଛନ୍ତି ଆରଆରଆର ତାରକା ରାମ ଚରଣ । ଏହି ଗୀତରେ ରାମ ଚରଣଙ୍କ ଏକ ଛୋଟ ସର୍ଟ ରହିଛି । ଯେଉଁଥିରେ ସେ ଗୀତ ଶେଷରେ ସଲମାନଙ୍କ ବ୍ୟତୀତ ଭେଙ୍କଟେଶ ଏବଂ ପୂଜା ହେଗଡେଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଗୀତରେ ସଲମାନ, ଭେଙ୍କଟେଶ ଏବଂ ରାମ ଚରଣଙ୍କୁ ହଳଦିଆ ରଙ୍ଗର ସାର୍ଟ, ୱାଇଟ ଧୋତି ଏବଂ ଗଗଲ୍ସରେ ସହ ବ୍ଲାକ ଜୋତା ସହ ନାଚୁଥିବାର ଦେଖିବାକୁ ମିଳିଛି ।

ତେବେ ଫିଲ୍ମର ଟିଜର ସହ 4ଟି ଗୀତ ପୂର୍ବରୁ ରିଲିଜ ହୋଇସାରିଛି । 'ନେଇୟୋ ଲାଗଦା ଦିଲ୍', 'ବିଲି-ବିଲି', 'ଜୀ ରହେ ଥେ ହମ୍' ଏବଂ 'ବଠୁକମ୍ମା' ପୂର୍ବରୁ ରିଲିଜ ହୋଇସାରିଥିବା ବେଳେ ବର୍ତ୍ତମାନ ଫିଲ୍ମର 5ମ ଗୀତ 'ୟେଣ୍ଟମା' ଆଜି ରିଲିଜ ହୋଇଛି । ଫିଲ୍ମର 'ଜୀ ରହେ ଥେ ହମ୍' ଏହି ଗୀତଟି ସଲମାନ ଖାନ ନିଜେ ଗାଇଛନ୍ତି । ତେବେ ଫିଲ୍ମର 4ଟି ଗୀତ ରିଲିଜ ପରେ ଫ୍ୟାନ୍ସ ବେଶ ପସନ୍ଦ କରିଥିବା ବେଳେ ଏହି ଗୀତ ମଧ୍ୟ ହିଟ ରହିବ ବୋଲି ଆଶା କରାଯାଉଛି ।

ସୂଚନା ଥାଉ କି, ଏହି ଫିଲ୍ମର ନିର୍ଦ୍ଦେଶନା ଫରହାଦ୍ ସାମଜୀ ଦେଇଥିବା ବେଳେ ଏଥିରେ ଅଭିନେତ୍ରୀ ପୂଜା ହେଗଡେ ଏବଂ ସଲମାନଙ୍କ ବ୍ୟତୀତ ସାଉଥ ଅଭିନେତା ଭେଙ୍କଟେଶ ଡଗୁବତୀ, ଜଗପତି ବାବୁ, ଭୂମିକା ଚାୱଲା, ବିଜୟନ୍ଦର ସିଂ, ଅଭିମାନୁ ସିଂ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜସି ଗିଲ, ଶେହନାଜ ଗିଲ, ପଲକ ତିୱାରୀ ଏବଂ ଭୀନାଲି ଭଟନଗର ମଧ୍ୟ ଅଭିନୟ କରିଛନ୍ତି। ଚଳିତ ବର୍ଷ ଏପ୍ରିଲ ମାସରେ ଇଦ୍ ଅବସରରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ। ତେବେ ଫିଲ୍ମଟି ବକ୍ସ ଅଫିସରେ ଧମାଲ କରିବ ବୋଲି କୁହାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.