ETV Bharat / entertainment

'ରେଡ ୨'ରେ ରୀତେଶ ଦେଶମୁଖଙ୍କ ଏଣ୍ଟ୍ରି, ଖଳନାୟକ ଭୂମିକାରେ ଆସିବେ ନଜର

author img

By ETV Bharat Odisha Team

Published : Jan 12, 2024, 6:13 PM IST

Riteish Deshmukh in Raid 2: ବଲିଉଡ ଅଭିନେତା ରୀତେଶ ଦେଶମୁଖ 'ରେଡ ୨' ଫିଲ୍ମରେ ଏଣ୍ଟ୍ରି କରିଛନ୍ତି । ଏହି ଫିଲ୍ମରେ ସେ ଖଳନାୟକ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଅଧିକ ପଢନ୍ତୁ,

'ରେଡ ୨'ରେ ରୀତେଶ ଦେଶମୁଖଙ୍କ ଏଣ୍ଟ୍ରି, ଖଳନାୟକ ଭୂମିକାରେ ଆସିବେ ନଜର
'ରେଡ ୨'ରେ ରୀତେଶ ଦେଶମୁଖଙ୍କ ଏଣ୍ଟ୍ରି, ଖଳନାୟକ ଭୂମିକାରେ ଆସିବେ ନଜର

ହାଇଦ୍ରାବାଦ: ବଲିଉଡ ଅଭିନେତା ଅଜୟ ଦେବଗନ ରେଡ ୨କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୦୧୮ ପରେ ଦୀର୍ଘ ୬ ବର୍ଷ ପରେ ରେଡର ସିକ୍ବେଲ ନେଇ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି ଅଭିନେତା । ତେବେ ଏହି ଫିଲ୍ମରେ ପୂର୍ବରୁ ଅଭିନେତ୍ରୀ ବାନୀ କପୁରଙ୍କ କାଷ୍ଟିଂ ନେଇ ଘୋଷଣା ହୋଇଥିଲା । ଏଥିସହ ସାଉଥ ସୁପରରଷ୍ଟାର ରବି ତେଜା ଏହାର ତେଲୁଗୁ ରିମେକରେ ନଜର ଆସିବେ ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ଏହି ଫିଲ୍ମରେ ବଲିଉଡ ଅଭିନେତା ରୀତେଶ ଦେଶମୁଖ ମଧ୍ୟ ଏହି ଫିଲ୍ମରେ ଏଣ୍ଟ୍ରି କରିଛନ୍ତି । ସୋସିଆଲ ମିଡିଆରେ ନିର୍ମାତା ଏନେଇ ସୂଚନା ଦେଇଛନ୍ତି ।

ପାନୋରମା ଷ୍ଟୁଡିଓ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ରବି ତେଜା, ଅଜୟ ଦେବଗନ ଏବଂ ରିତେଶ ଦେଶମୁଖଙ୍କ ଏକ ଫଟୋ ସେୟାର କରି ଫିଲ୍ମରେ ରୀତେଶ ଏଣ୍ଟ୍ରି କରିଥିବା ସୂଚନା ଦେଇଛନ୍ତି । ତେବେ ଏହି ଫିଲ୍ମରେ ରୀତେଶ ଖଳନାୟକ ଭୂମିକାରେ ଅଜୟଙ୍କ ବିପକ୍ଷରେ ନଜର ଆସିବେ । ସୂଚନା ଥାଉ କି, ରେଡ ୨ର ଶୁଭ ମୁହରତ ଜାନୁଆରୀ ୭ରେ ହୋଇଥିଲା । ଏହି ସମୟରେ ସାଉଥ ସୁପରଷ୍ଟାର ରବି ତେଜା, ଅଜୟ ଦେବଗନ ଏବଂ ବାନୀ କପୁର ଏକାଠି ନଜର ଆସିଥିଲେ । ତେବେ ବର୍ତ୍ତମାନ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ବେଳେ ଫିଲ୍ମର କାଷ୍ଟକୁ ନେଇ ଗୋଟିଏ ଗୋଟିଏ ପରେ ଖୁଲାସା ହେଉଛି ।

କହିରଖୁଛୁ କି, ପୂର୍ବରୁ ଏହି ଫିଲ୍ମ ପାଇଁ ଲିଡ୍ ଅଭିନେତ୍ରୀ ଭାବେ ନଜର ଆସିବେ ବୋଲି ଇଲିଆନା ଡିକ୍ରିୁଜଙ୍କ ନାଁ ସାମ୍ନାକୁ ଆସିଥିଲା । କିନ୍ତୁ ଏହି ସମୟରେ ଇଲିଆନା ଗତ ବର୍ଷ ଏକ ପୁଅର ମା' ହୋଇଥିଲେ । ଫଳରେ ସେ ନିଜ ମାତୃତ୍ବ ସମୟକୁ ଉପଭୋଗ କରୁଥିବା ବେଳେ ସେ ଏହି ପ୍ରୋଜେକ୍ଟରୁ ଓହରିଯାଇଛନ୍ତି । ବର୍ତ୍ତମାନ ଇଲିଆନାଙ୍କ ବଦଳରେ ଏହି ଫିଲ୍ମରେ ବାନୀ କପୁର ନଜର ଆସିବେ । ଅଜୟଙ୍କ ବିପକ୍ଷରେ ମୁଖ୍ୟ ଅଭିନେତ୍ରୀ ଭାବେ ତାଙ୍କୁ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: 'ଓରୋ ମେ କାହାଁ ଦମ ଥା'ର ରିଲିଜ ଡେଟ୍ ଘୋଷଣା, ଫିଲ୍ମରେ ନଜର ଆସିବେ ଅଜୟ-ତବୁ

ଜାନୁଆରୀ ୬ରେ ଫିଲ୍ମର ଏକ ପୋଷ୍ଟର ରିଲିଜ କରି ନିର୍ମାତା ଏହାର ରିଲିଜ ତାରିଖ ଘୋଷଣା କରିଥିଲେ । ଏହି ଫିଲ୍ମଟି ନଭେମ୍ବର ୧୫, ୨୦୨୪ରେ ବଡ ପରଦାରେ ରିଲିଜ ହେବ । ଟି-ସିରିଜ୍ 'ଗୁଲଶାନ୍ କୁମାରଙ୍କ ଦ୍ବାରା ଏବଂ ପାନୋରାମା ପ୍ରଡକ୍ସନ ବ୍ୟାନରେ ନିର୍ମିତ ଚଳଚ୍ଚିତ୍ର ରେଡ ୨ ନିର୍ମାତ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ କୁମାର ଗୁପ୍ତା ଦେଉଛନ୍ତି । ଫିଲ୍ମର ସୁଟିଂ ବିଷୟରେ କହିବାକୁ ଗଲେ ଏହା ମୁମ୍ବାଇ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.