ETV Bharat / entertainment

ଋଷଭ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତରା' ସିକ୍ବେଲର ପ୍ରଥମ ଲୁକ ଓ ଟିଜର ରିଲିଜ

author img

By ETV Bharat Odisha Team

Published : Nov 27, 2023, 5:24 PM IST

Kantara Chapter 1:୨୦୨୨ ମସିହାରେ ସାଉଥ ଫିଲ୍ମ କାନ୍ତରା ବକ୍ସ ଅଫିସରେ ଧମାକା କରିଥିଲା । ଚଳଚ୍ଚିତ୍ରର ଅପାର ସଫଳତା ପରେ ନିର୍ମାତାମାନେ ଏହାର ସିକ୍ୱେଲ ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ । ଫିଲ୍ମରୁ ଋଷଭଙ୍କ ପ୍ରଥମ ଲୁକ୍ ଏବଂ ଟିଜର ରିଲିଜ ହୋଇଛି । ଅଧିକ ପଢନ୍ତୁ

Kantara Chapter 1: ଋଷଭ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତରା' ସିକ୍ବେଲର ପ୍ରଥମ ଲୁକ ଏବଂ ଟିଜର ରିଲିଜ

ହାଇଦ୍ରାବାଦ: ସେପ୍ଟେମ୍ବର ୨୦୨୨ରେ ରିଲିଜ ହୋଇଥିବା ସାଉଥ ଫିଲ୍ମ 'କାନ୍ତରା' ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରିଥିଲା । ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ । ଏଥିସହ ଫିଲ୍ମ ବକ୍ସ ଅଫିସରେ ଅଧିକ ଟଙ୍କା ଆୟ କରି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବା ସହ ହିଟ ହୋଇଥିଲା । ତେବେ ଏହାର ଅପାର ସଫଳତା ପରେ ନିର୍ମାତାମାନେ ସିକ୍ୱେଲ (କାନ୍ତରା ଏ କିମ୍ବଦନ୍ତୀ ଅଧ୍ୟାୟ -1) ସହ ପୁଣି ପରଦାକୁ ଫେରିଛନ୍ତି । ଆଜି ନିର୍ମାତା ଫିଲ୍ମରୁ ଋଷଭ ଶେଟ୍ଟୀଙ୍କ ପ୍ରଥମ ଲୁକ୍ ଏବଂ ଟିଜର ରିଲିଜ୍ କରିଛନ୍ତି ।

  • " class="align-text-top noRightClick twitterSection" data="">

'କାନ୍ତରା' ସିକ୍ୱେଲର ଟିଜର ରିଲିଜ୍

'କାନ୍ତରା' ଋଷଭ ଶେଟ୍ଟୀଙ୍କ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ନିର୍ମାତାମାନେ ବର୍ତ୍ତମାନ ଫିଲ୍ମର ପ୍ରଥମ ଭାଗ ରିଲିଜ କରିବାକୁ ଯାଉଛନ୍ତି । ଫିଲ୍ମରୁ ଋଷଭ ଶେଟ୍ଟୀଙ୍କ ପ୍ରଥମ ଲୁକ୍ ଏବଂ ଟିଜର ରିଲିଜ କରିଛନ୍ତି । ନିର୍ମାତା ହମ୍ବଲ ଫିଲ୍ମସ ଏକ୍ସରେ ଏକ ପୋଷ୍ଟ ସେୟାର କରି ଫିଲ୍ମର ଟିଜର ଲିଙ୍କ ଏବଂ ପ୍ରଥମ ଲୁକ ରିଲିଜ କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, କାନ୍ତରା ପ୍ରଥମ ଲୁକ ଏବଂ ୭ଟି ଭାଷାରେ ଟିଜର ରିଲିଜ ହୋଇଛି । ଫଟୋରେ ଋଷଭଙ୍କୁ ରକ୍ତରେ ଭିଜା ଭୟଙ୍କର ଅବତାରରେ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏହା ସେୟାର ହେବା ମାତ୍ରେ ଫ୍ୟାନ୍ସ ବେଶ ପସନ୍ଦ କରିବା ସହ କମେଣ୍ଟ ବର୍ଷା କରୁଛନ୍ତି । ଜଣେ ଲେଖିଛନ୍ତି, ଏହି ଫିଲ୍ମ ପୁଣି ସମସ୍ତ ଭାରତୀୟ ଫିଲ୍ମର ରେକର୍ଡ ଭାଙ୍ଗିବ । ଆଉ ଜଣେ ଲେଖିଛନ୍ତି, ମୁଁ ନିଶ୍ଚିତ କରିପାରୁଛି ଯେ ହୋମ୍ବଲ୍ ଫିଲ୍ମସ୍ 2027 ପର୍ଯ୍ୟନ୍ତ ସର୍ବାଧିକ ୧୦୦୦କୋଟି ଚଳଚ୍ଚିତ୍ର କରିବ । ମୁଁ ଅପେକ୍ଷା କରିପାରିବ ନାହିଁ । (KGF 3, Salaar 1,2,3 Kantara Franchise 4) ଆଣିବ । କାନ୍ତରା ପ୍ରଥମ ଭାଗ ଟିଜର ଦମଦାର ରହିଛି । ଅନେକ ଜଣ ଏଥିରେ ଫାୟାର ଇମୋଜି ଦେବା ସହ ଫିଲ୍ମକୁ ନେଇ ଉତ୍ସାହିତ ଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରିଲିଜ ପୂର୍ବରୁ 'ଆନିମଲ' କ୍ରେଜ, ବୁକିଂର ଦ୍ୱିତୀୟ ଦିନରେ ଏତେ କୋଟି ରୋଜଗାର କଲା ଫିଲ୍ମ

ତେବେ ଚଳଚ୍ଚିତ୍ରଟି କେବଳ ଗୋଟିଏ ନୁହେଁ, ୭ ଟି ଭାଷାରେ ମୁକ୍ତିଲାଭ କରିବ । ହିନ୍ଦୀ ଏବଂ କନ୍ନଡ ସହିତ ତାମିଲ, ତେଲୁଗୁ, ମାଲାୟାଲମ୍, ଇଂରାଜୀ ଏବଂ ବଙ୍ଗଳା ଭାଷାରେ 'କାନ୍ତରା ଅଧ୍ୟାୟ -1' ରିଲିଜ୍ ହେବ । ଆସନ୍ତା ବର୍ଷ ସାତୋଟି ଭାଷାରେ 'କାନ୍ତରା ଅଧ୍ୟାୟ 1' ରିଲିଜ୍ ହେବ । ଡିସେମ୍ବର ଶେଷ ସୁଦ୍ଧା ଏହାର ସୁଟିଂ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏବଂ ଫିଲ୍ମରେ ମୁଖ୍ୟ ସିନ ମାଙ୍ଗାଲୋରରେ ସୁଟିଂ କରାଯିବ ବୋଲି ସୂଚନା ମିଳିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.