ETV Bharat / entertainment

Sushant Singh Death: କପୁର ହସ୍ପିଟାଲ କର୍ମଚାରୀଙ୍କ ବୟାନ ପରେ ଚର୍ଚ୍ଚାରେ ରିୟା ଚକ୍ରବର୍ତ୍ତୀଙ୍କ ପୋଷ୍ଟ

author img

By

Published : Dec 28, 2022, 1:35 PM IST

ପୋଷ୍ଟମର୍ଟମରେ ସାମିଲ୍ ବ୍ୟକ୍ତି ରୂପକୁମାର ଶାହାଙ୍କ ଚାଞ୍ଚଲ୍ୟକର ବୟାନ ପରେ ବର୍ତ୍ତମାନ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ କ୍ରିପ୍ଟିକ ପୋଷ୍ଟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ରିୟା ଚକ୍ରବର୍ତ୍ତୀଙ୍କ କ୍ରିପ୍ଟିକ ପୋଷ୍ଟ
ରିୟା ଚକ୍ରବର୍ତ୍ତୀଙ୍କ କ୍ରିପ୍ଟିକ ପୋଷ୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ (sushant singh rajput death) ମାମଲା ପୁଣିଥରେ ଉଜାଗର ହୋଇଛି । ପୋଷ୍ଟମର୍ଟମରେ ସାମିଲ୍ ବ୍ୟକ୍ତି ରୂପକୁମାର ଶାହାଙ୍କ ଚାଞ୍ଚଲ୍ୟକର ବୟାନ ପରେ ବର୍ତ୍ତମାନ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ କ୍ରିପ୍ଟିକ ପୋଷ୍ଟ ସାମ୍ନାକୁ ଆସିଛି । ଗତ 26 ତାରିଖରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଦାବି କରି ରୂପକୁମାର ନାମକ ଏହି ବ୍ୟକ୍ତି କହିଥିଲେ କି, ସୁଶାନ୍ତ ସିଂ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି । ସେ ଏହା ମଧ୍ୟ ଦାବି କରିିଥିଲେ, ଘଟଣାକୁ ନେଇ ସେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ ପୋଷ୍ଟ ପୁଣି ଥରେ ମାମଲାକୁ ସଙ୍ଗିନ୍‌ କରିଛି ।

ରିୟା ଚକ୍ରବର୍ତ୍ତୀଙ୍କ କ୍ରିପ୍ଟିକ ପୋଷ୍ଟ
ରିୟା ଚକ୍ରବର୍ତ୍ତୀଙ୍କ କ୍ରିପ୍ଟିକ ପୋଷ୍ଟ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ (sushant singh rajput death) ପରେ ରିୟା ଚକ୍ରବର୍ତ୍ତୀଙ୍କ ନାମକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ରିୟା ଏବଂ ତାଙ୍କ ଭାଇଙ୍କୁ ମଧ୍ୟ ଜେଲ ଯିବାକୁ ପଡିଲା । ଜୁନ୍ 2020ରେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ରିୟା ସୋସିଆଲ ମିଡିଆରେ ୟୁଜର୍ସଙ୍କ ଅପମାନର ସମ୍ମୁଖୀନ ହୋଇଥିଲେ। ବର୍ତ୍ତମାନ ପୁଣି ଥରେ ରିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ (Rhea Chakraborty Shares Cryptic Post) ମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ରିୟା ପୋଷ୍ଟରେ ଲେଖିଛନ୍ତି, 'ତୁମେ ନିଆଁରେ ଚାଲି ଗତି କରିଛ, ଝଡ଼ରୁ ନିଜକୁ ବଂଚାଇଛ, ଶଇତାନଙ୍କଠାରୁ ବିଜୟୀ ହୋଇଛ, ପରବର୍ତ୍ତୀ ସମୟରେ ତୁମେ ତୁମର ଶକ୍ତି ଉପରେ ସନ୍ଦେହ କଲାବେଳେ ଏହାକୁ ମନେରଖିବ ।’ ସୋସିଆଲ ମିଡିଆରେ ରିୟାଙ୍କୁ ପ୍ରାୟତଃ ଏପରି କୋଟ୍ସ ପୋଷ୍ଟ କରୁଥିବା ଦେଖିବାକୁ ମିଳେ, କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ଖୁଲାସା ମଧ୍ୟରେ ଏହି ପୋଷ୍ଟକୁ ନେଇ ଅନୁମାନ କରାଯାଉଛି କି ରିୟା ଏହି ମାମଲା ସହ ଜଡିତ ଥିବା ବିଷୟ ଉପରେ ନିଜର ମତାମତ ଦେଇଛନ୍ତି ।

ଏହା ବି ପଢନ୍ତୁ: ଆତ୍ମହତ୍ୟା ନୁହେଁ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା !

ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ରିୟା ତାଙ୍କୁ ଡେଟ କରୁଥିଲେ । ସେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଅନେକ ଫଟୋ ସେୟାର କରୁଥିଲେ ଏବଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ମଧ୍ୟ ଥିଲେ। ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅଢେଇ ବର୍ଷ ପରେ ବି ଏ ପର୍ଯ୍ୟନ୍ତ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟି ପାରିନି । ପ୍ରାରମ୍ଭିକ ତଦନ୍ତ ଏବଂ ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ମୁମ୍ବାଇ ପୋଲିସ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲା । ତେବେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଏବେ ମାମଲାରେ ପୁଣି ଥରେ ନୂଆ ମୋଡ ମୋଡ ଆସିଛି।

ଏହା ବି ପଢନ୍ତୁ: ଅଭିନେତା ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ଏହା ଏକ ହତ୍ୟାକାଣ୍ଡ: କପୁର ହସ୍ପିଟାଲ କର୍ମଚାରୀ

ଏପଟେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ରିୟା ପୁଣି ପ୍ରେମରେ ପଡିଛନ୍ତି । ରିୟା ଚକ୍ରବର୍ତ୍ତୀ ବଣ୍ଟି ସାଜଦେହଙ୍କୁ ଡେଟ୍ କରୁଛନ୍ତି । କିନ୍ତୁ, ଉଭୟ ସେମାନଙ୍କ ସମ୍ପର୍କକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.