ETV Bharat / entertainment

ସ୍ୱାମୀ ରଣଭୀର ସିଂଙ୍କ ଫିଲ୍ମକୁ ଭିନ୍ନ ଢଙ୍ଗରେ ପ୍ରମୋସନ କଲେ ଦୀପିକା, ଭିଡିଓ ଭାଇରାଲ

author img

By

Published : Jul 30, 2023, 11:54 AM IST

ମୁମ୍ବାଇର ଏକ PVRରେ ରଣଭୀରଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ଦେଖିବା ପାଇଁ ପହଞ୍ଚିଥିଲେ ରଣଭୀର ସିଂ ଏବଂ ତାଙ୍କ ପତ୍ନୀ ଦୀପିକା ପାଦୁକୋନ । ଏହି ସମୟରେ ଦୀପିକା ପାଦୁକୋନ ଏକ ଭିନ୍ନ ଢଙ୍ଗରେ ରଣଭୀରଙ୍କ ଫିଲ୍ମକୁ ପ୍ରମୋସନ କରୁଥିବାର ଦେଖିବାରକୁ ମିଳିଥିଲା । ଅଧିକ ପଢନ୍ତୁ,

ସ୍ୱାମୀ ରଣଭୀର ସିଂଙ୍କ ଫିଲ୍ମକୁ ଭିନ୍ନ ଢଙ୍ଗରେ ପ୍ରମୋସନ କଲେ ଦୀପିକା, ଭିଡିଓ ଭାଇରାଲ
ସ୍ୱାମୀ ରଣଭୀର ସିଂଙ୍କ ଫିଲ୍ମକୁ ଭିନ୍ନ ଢଙ୍ଗରେ ପ୍ରମୋସନ କଲେ ଦୀପିକା, ଭିଡିଓ ଭାଇରାଲ

ହାଇଦ୍ରାବାଦ: ଜୁଲାଇ 28 ଅର୍ଥାତ ଶୁକ୍ରବାର ଦିନ ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ରିଲିଜ ହୋଇଥିଲା । ପ୍ରାୟ ସାତ ବର୍ଷ ପରେ କରଣ ଜୋହର ପୁଣିଥରେ ନିର୍ଦ୍ଦେଶକ ଭାବେ ଫେରିଛନ୍ତି । କରଣଙ୍କ ଏହି ପ୍ରେମ କାହାଣୀ ଚଳଚ୍ଚିତ୍ର ଦର୍ଶକଙ୍କୁ ବହୁତ ପସନ୍ଦ କରିଛନ୍ତି । ଏହି ସମୟରେ ଫିଲ୍ମର ମୁଖ୍ୟ ଅଭିନେତା ରଣଭୀର ସିଂ ତାଙ୍କ ପତ୍ନୀ ଦୀପିକା ପାଦୁକୋନଙ୍କ ସହ ସେମାନଙ୍କ ଫିଲ୍ମ ଦେଖିବାକୁ ଯାଇଥିଲେ । ଏହି ସମୟରେ ଦୀପିକା ପାଦୁକୋନ ଏକ ଭିନ୍ନ ଢଙ୍ଗରେ ରଣଭୀରଙ୍କ ଫିଲ୍ମକୁ ପ୍ରମୋସନ କରୁଥିବାର ଦେଖିବାରକୁ ମିଳିଥିଲା ।

ଶନିବାର ମୁମ୍ବାଇର ଏକ PVRରେ ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କୁ ସ୍ପଟ କରାଯାଇଥିଲା । ଉଭୟ ଫିଲ୍ମ ଦେଖିବାକୁ ଆସିଥିବା ବେଳେ ପ୍ୟାପଙ୍କ ସାମ୍ନାରେ ପୋଜ ମଧ୍ୟ ଦେଇଥିଲେ । ଏହି ସମୟରେ ଦୀପିକା ଏକ ବ୍ଲୁ ଜିନ୍ସ, ୱାଇଟ ଟି ସାର୍ଟ ସହ ଡେନିମ୍ ଲୁକରେ ନଜର ଆସିଥିଲେ । ଦୀପିକା ରଣଭୀର ସିଂଙ୍କ କଷ୍ଟୋମାଇଜ୍ ଜ୍ୟାକେଟ୍ ପିନ୍ଧିଥିଲେ । ପ୍ୟାପଙ୍କୁ ପୋଜ ବେଳେ ଦୀପିକା ଜ୍ୟାକେଟ ଦେଖାଇ ବେଶ ଖୁସିଥିବା ନଜର ଆସିଥିଲେ ।

ଅନ୍ୟପଟେ ରଣଭୀର ବ୍ଲାକ ଆଉଟଫିଟରେ ନଜର ଆସିଥିଲେ । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଅନେକ ପ୍ରଶଂସା କରିଛନ୍ତି । ଅନେକ ଲାଲ ହାର୍ଟ ଇମୋଜି ଏବଂ ଫାୟାର ଇମୋଜି ଦେଇଛନ୍ତି । ଜଣେ ଲେଖିଛନ୍ତି, ଉଭୟ ଏକାଠି ବହୁତ ଭଲ ଲାଗୁଛନ୍ତି । ଅନେକ ଜଣେ ଲେଖିଛନ୍ତି, ବଲିଉଡର ସବୁଠାରୁ ଭଲ ଯୋଡି । ଆଉ ଜଣେ ଲେଖିଛନ୍ତି, ଭଲ ଯୋଡି, କ୍ୟୁଟ କପଲ।

ଏହା ମଧ୍ୟ ପଢନ୍ତୁ: ରଣଭୀର-ଦୀପିକାଙ୍କ କ୍ୟୁଟ୍‌ ଭିଡିଓ ଭାଇରାଲ; ପ୍ରେମରେ ନଜର ନଲାଗୁ କହିଲେ ୟୁଜର୍ସ

ସେପଟେ ଫିଲ୍ମ ବିଷୟରେ କହିବାକୁ ଗଲେ, ଆଲିଆ ଏବଂ ରଣଭୀର ଯୋଡିଙ୍କ ଏହା ହେଉଛି 2ୟ ଫିଲ୍ମ। 'ରକି ଔର ରାନୀ କି ପ୍ରେମ କାହାନୀ'ରେ ଆଲିଆ ଏବଂ ରଣଭୀରଙ୍କ ଲଭ କେମେଷ୍ଟ୍ରିକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ଚଳଚ୍ଚିତ୍ରଟି ପ୍ରଥମ ଦିନରେ 11.50 କୋଟି ରୋଜଗାର କରିଥିଲା । ଅନ୍ୟପକ୍ଷରେ, ଦ୍ୱିତୀୟ ଦିନରେ ଅର୍ଥାତ୍ ଶନିବାର ଦିନ ଏହି ଚଳଚ୍ଚିତ୍ର 16 କୋଟି ରୋଜଗାର କରି ବମ୍ପର କଲେକ୍ସନ କରିଛି । ଏଭଳି ପରିସ୍ଥିତିରେ ଏହି ଚଳଚ୍ଚିତ୍ର ଦୁଇ ଦିନ ମଧ୍ୟରେ ମୋଟ 27.10 କୋଟି ରୋଜଗାର କରିଛି । ଆଜି ରବିବାର ଛୁଟିଦିନରେ ରେକର୍ଡ କରିପାରେ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.