ETV Bharat / entertainment

ପରଦାକୁ ଆସିଲା ରଣବୀରଙ୍କ ଫିଲ୍ମ 'ଆନିମଲ', ପ୍ରଶଂସାରେ ପତ୍ନୀ ଆଲିଆ

author img

By ETV Bharat Odisha Team

Published : Dec 1, 2023, 10:14 AM IST

Alia Bhatt Animal Review: ରିଲିଜ ହୋଇଛି ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ' । ପତ୍ନୀ ଆଲିଆ ଭଟ୍ଟ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର କପୁରଙ୍କ ଫିଲ୍ମ ଆନିମଲର ପ୍ରଥମ ସମୀକ୍ଷା ସେୟାର କରିଛନ୍ତି । ଅଧିକ ପଢନ୍ତୁ

ପରଦାକୁ ଆସିଲା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ', ପ୍ରଶଂସାରେ ପତ୍ନୀ ଆଲିଆ

ହାଇଦ୍ରାବାଦ: ରଣବୀର କପୁରଙ୍କ ନୂଆ ଚଳଚ୍ଚିତ୍ର 'ଆନିମଲ' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଟ୍ରେଲରକୁ ଦେଖି ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଆଜି ପରଦାକୁ ଆସିଛି ଫିଲ୍ମ । ତେବେ ଫିଲ୍ମକୁ ନେଇ ପତ୍ନୀ ତଥା ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରଥମ ରିଭ୍ୟୁ ଦେଇଛନ୍ତି । ରଣବୀରଙ୍କ ଫିଲ୍ମକୁ ସମର୍ଥନ କରିବା ସହ ଫିଲ୍ମର ଖୁବ୍ ପ୍ରଂଶସା କରିଛନ୍ତି ଆଲିଆ ।

ସୂଚନା ଅନୁସାରେ, ନିର୍ମାତାମାନେ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ମୁମ୍ବାଇରେ ଫିଲ୍ମର ଏକ ସ୍ପେଶାଲ ସ୍କ୍ରିନିଂ ଆୟୋଜନ କରିଥିଲେ । ଏହି ସମୟରେ ଆଲିଆ ତାଙ୍କ ପରିବାର ସହିତ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂରେ ପହଞ୍ଚିଥିଲେ । ରଣବୀର ଏବଂ ଆଲିଆଙ୍କୁ ଅଭିନେତ୍ରୀ ନୀତୁ କପୁର, ମହେଶ ଭଟ୍ଟ, ସୋନି ରଜଦାନ ଏବଂ ଶାହିନ ଭଟ୍ଟଙ୍କ ସହ ପ୍ରିମିୟରରେ ଦେଖିବାକୁ ମିଳିଥିଲା । ଚଳଚ୍ଚିତ୍ରର ପ୍ରିମିୟର ପରେ ଆଲିଆ ଗୋଟିଏ ଶବ୍ଦରେ ଆନିମଲର ରିଭ୍ୟୁ କରିଥିଲେ ଏବଂ ଫିଲ୍ମ 'ଭୟାନକ' ବୋଲି ସେ କହିଥିଲେ ।

ଜଣେ ପାପାରାଜି ଇନଷ୍ଟାଗ୍ରାମରେ ଆଲିଆ ଭଟ୍ଟଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଆଲିଆଙ୍କୁ ଆନିମଲ ଫିଲ୍ମର ରିଭ୍ୟୁ ବିଷୟରେ ପଚରା ଯାଇଥିଲା, ଯେଉଁଥିରେ ଅଭିନେତ୍ରୀ ପ୍ରଥମେ କୁହନ୍ତି, ଉଲ୍ଲେଖନୀୟ (Outsatanding) । ଏହାପରେ ସେ କହନ୍ତି, 'ଭୟାନକ' । ଆଲିଆ କେବଳ ଫିଲ୍ମର ପ୍ରଶଂସା କରିନାହାଁନ୍ତି, ରଣବୀର ଏବଂ ଆନିମଲକୁ ମଧ୍ୟ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । ଫିଲ୍ମରୁ ରଣବୀରଙ୍କ ଲୁକ୍ ସେ ପିନ୍ଧିଥିବା ହ୍ବାଇଟ୍ ଟି-ସାର୍ଟରେ ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିସହ ସେ ବ୍ଲାକ ପ୍ୟାଣ୍ଟ ବ୍ଲାକ ବ୍ଲେଜର ସହ ଲେଡି ବସ୍ ଲୁକରେ ନଜର ଆସିଥିଲେ । ଯାହାର ଭିଡିଓ ଖୁବ ଭାଇରାଲ ହେଉଛି ।

ଏହା ମଧ୍ୟ ପଢନ୍ତୁ: ରିଲିଜ ପୂର୍ବରୁ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'କୁ ଝଟକା ! ଫିଲ୍ମରୁ କଟିବ ଏହି ସିନ୍‌ ?

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ରଶ୍ମିକା ଏବଂ ରଣବୀର ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି । ତେବେ ଆଜି ଏହି ଫିଲ୍ମ ରିଲିଜ ହୋଇଥିବା ବେଳେ ଏହା ବିକି କୌଶଲଙ୍କ ସାମ ବାହାଦୂର ସହ କଡା ଟକ୍କର ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.