ETV Bharat / entertainment

ଆଲିଆଙ୍କ କଥା ରଖିଲେ ରଣବୀର, ବିବାହ ପରେ ପ୍ରଥମେ କରିବେ ଏହି କାମ

author img

By

Published : Apr 14, 2022, 2:00 PM IST

ବିବାହ ପରେ ରଣବୀର କପୁର ଭାବୀ ପତ୍ନୀ ଆଲିଆ ଭଟ୍ଟଙ୍କ କଥା ମାନି ସେହି କାମ କରିବାକୁ ଯାଉଛନ୍ତି, ଆଜି ପର୍ଯ୍ୟନ୍ତ କରିନଥିଲେ । ରଣବୀର କପୁର ବିବାହ ପରେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିବେ । ଅଧିକ ପଢନ୍ତୁ

ଆଲିଆଙ୍କ କଥା ରଖିଲେ ରଣବୀର, ବିବାହ ପରେ ପ୍ରଥମେ କରିବେ ଏହି କାମ
ଆଲିଆଙ୍କ କଥା ରଖିଲେ ରଣବୀର, ବିବାହ ପରେ ପ୍ରଥମେ କରିବେ ଏହି କାମ

ହାଇଦ୍ରାବାଦ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଆଲିଆ ଓ ରଣବୀର କପୁର । ବିବାହ ପୂର୍ବରୁ ସେମାନଙ୍କ ମେହେନ୍ଦି ଓ ସଙ୍ଗୀତ ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ବର୍ତ୍ତମାନ ବରଯାତ୍ରୀକୁ ଅପେକ୍ଷା । ବରଯାତ୍ରୀ ପାଇଁ ପୂରା କପୁର ପରିବାର ସଜେଇ ହୋଇ ବସିଛନ୍ତି । ପ୍ରାୟ ତିନିରୁ ଚାରି ବର୍ଷର ସମ୍ପର୍କ ପରେ ରଣବୀର-ଆଲିଆ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ବିବାହ ପରେ ରଣବୀର କପୁର ଭାବୀ ପତ୍ନୀ ଆଲିଆ ଭଟ୍ଟଙ୍କ କଥା ମାନି ସେହି କାମ କରିବାକୁ ଯାଉଛନ୍ତି, ଆଜି ପର୍ଯ୍ୟନ୍ତ କରିନଥିଲେ ।

ଉଲ୍ଲେଖନୀୟ ଯେ, କପୁର ପରିବାରର ବଙ୍ଗଳା 'ବାସ୍ତୁ'ରେ ଆଲିଆ ଏବଂ ରଣବୀର କପୁରଙ୍କ ମେହେନ୍ଦି ଏବଂ ସଂଗୀତ ସମାରୋହର କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରଣବୀର କପୁରଙ୍କ ଭଉଣୀ କରୀନା କପୁର ଖାନ, କରିସ୍ମା କପୁର, ପିଉସୀ, ମାମୁଁ ଏବଂ ମାମୁଁଙ୍କ ପିଲାମାନେ ସାମିଲ ହୋଇଥିଲେ। ଏହି ସମୟରେ, ଆଲିଆଙ୍କ ଘର ପକ୍ଷରୁ ପୁରା ପରିବାର କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରଣବୀର କପୁରଙ୍କୁ ବଲିଉଡର ବ୍ରଡକାଷ୍ଟ ବୟ କୁହାଯାଏ । ଯଦିଓ ସେ ସୋସିଆଲ ମିଡିଆରେ ନାହାଁନ୍ତି (ଇନଷ୍ଟାଗ୍ରାମ ଇତ୍ୟାଦି), କିନ୍ତୁ ତାଙ୍କ ପାଖରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିର ଖବର ଅଛି । ମିଡିଆ ରିପୋର୍ଟ ଅନୁଯାୟୀ ରଣବୀର କପୁର ବିବାହ ପରେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିବେ। ଏଥିପାଇଁ ଆଲିଆ ଭଟ୍ଟ ରଣବୀରଙ୍କୁ ରାଜି କରାଇଛନ୍ତି । ରିପୋର୍ଟ ଅନୁଯାୟୀ, ରଣବୀର-ଆଲିଆଙ୍କ ମେହେନ୍ଦି ସମାରୋହରେ ଆଲିଆ ଏବଂ କରଣ ଜୋହରଙ୍କୁ ଏହି ଆଇଡିଆ ଉପରେ କଥା ହେଉଥିବାର ଶୁଣିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.