ETV Bharat / entertainment

ନୂଆବର୍ଷରେ ଆସିଲା ଆନିମଲର ଫାଷ୍ଟ ଲୁକ୍‌

author img

By

Published : Jan 2, 2023, 7:06 AM IST

ଆସିଲା ‘ଆନିମଲ’ର ଫାଷ୍ଟ ଲୁକ୍‌ ପୋଷ୍ଟର । ପୋଷ୍ଟରର ଲୁକ୍ ଦେଖି ଫିଲ୍ମ ଅପେକ୍ଷାରେ ଫ୍ୟାନ୍ସ । ଅଧିକ ପଢ଼ନ୍ତୁ

animal first look poster
ଆନିମଲର ଫାଷ୍ଟ ଲୁକ୍‌ ପୋଷ୍ଟର

ମୁମ୍ବାଇ: ସୁପରଷ୍ଟାର ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର ଫାଷ୍ଟ ଲୁକ୍‌ ପୋଷ୍ଟର ରିଲିଜ ହୋଇଯାଇଛି । ନୂଆବର୍ଷରେ ଫିଲ୍ମର ଫାଷ୍ଟ ଲୁକ୍‌ ପୋଷ୍ଟର ସେୟାର ହେବା ପରେ ସିନେ ପ୍ରେମୀ ଫିଲ୍ମ ଦେଖିବା ପାଇଁ ଏବେଠୁ ଉତ୍ସାହ ବଢିଗଲାଣି । ଆନିମଲ ପୋଷ୍ଟରରେ ରଣବୀର କପୁରଙ୍କ ଭୟଙ୍କର ଓ ଭିନ୍ନ ଲୁକ୍ ଦେଖିବାକୁ ମିଳିଛି ।

ସିନେ ସମୀକ୍ଷକ ତରଣ ଆଦର୍ଶ ଏହାକୁ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଥିଲେ । ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ଯେ ରଣବୀର ହାତରେ ଏକ କୁରାଢୀ, ମୁହଁରେ ସିଗାରେଟ ଏବଂ ରକ୍ତରେ ଜୁଡୁବୁଡୁ ହୋଇଥିବାର ଦେଖିବାକୁ ମିଳିଛି । ଫିଲ୍ମର ଫାଷ୍ଟ ଲୁକ୍‌ ଦେଖି ଫ୍ୟାନ୍ସମାନେ କହିଛନ୍ତି ଫିଲ୍ମ ଶମଶେରା ଠାରୁ ଏହା ନିଶ୍ଚିନ୍ତ ଭଲ ହେବ। ସୋସିଆଲ ମିଡିଆରେ ଏହାର ପୋଷ୍ଟରକୁ ବହୁତ ପସନ୍ଦ କରାଯାଉଛି ।

ଫିଲ୍ମର ଫାଷ୍ଟ ଲୁକ୍‌ ପୋଷ୍ଟର ସାମ୍ନାକୁ ଆସିବା ପରେ ଫିଲ୍ମ କେବେ ରିଲିଜ ହେବ ଫ୍ୟାନ୍ସ ଚାହିଁ ରହିଛନ୍ତି । ତେବେ ଫିଲ୍ମଟି ଆସନ୍ତା ଅଗଷ୍ଟ ୨୦୨୩ରେ ରିଲିଜ ହେବ । ରଣବୀର କପୁରଙ୍କ ସହିତ ଫିଲ୍ମରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିରେ ବଲିଉଡ କଳାକର ଅନୀଲ କପୁର, ବବି ଦେଓ୍ଵଲ ମଧ୍ୟ ନଜର ଆସିବେ ।

ଏନେଇ ବଲିଉଡ କଳାକର ଅନୀଲ କପୁର କହିଛନ୍ତି ବର୍ତ୍ତମାନର ଯୁବପିଢ଼ି ସହ କାମ କରିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି । ସେ ଫାଇଟରରେ ହ୍ରିତିକ ରୋଶନ, କ୍ୟାପ୍‌ଟେନ୍‌ରେ ଆଦିତ୍ୟ ରାୟ କପୁର ଓ ବିନ୍ଦ୍ରାରେ ହର୍ଷବର୍ଦ୍ଧନଙ୍କ ସହ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.