ETV Bharat / entertainment

ମାଆ ହେବାକୁ ଚାହୁଁଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ - ରାକ୍ଷୀ ଆଦିଲ

ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ମାଆ ହେବାକୁ ଚାହୁଁଛନ୍ତି । ଅଭିନେତ୍ରୀ ନିଜେ ଏହାକୁ ପାପାରାଜିଙ୍କ ସାମ୍ନାରେ ଏହି କଥା କହିଛନ୍ତି ।ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଧିକ ପଢନ୍ତୁ

ମାଆ ହେବାକୁ ଚାହୁଁଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ, ଭାଇରାଲ ହେଉଛି ଭିଡ଼ିଓ

author img

By

Published : Jun 29, 2022, 10:51 AM IST

ମୁମ୍ବାଇ: ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ମା' ହେବାକୁ ଚାହୁଁଛନ୍ତି । ହଁ,ଏହା ଏକ ଗୁଜବ ନୁହେଁ, ଅଭିନେତ୍ରୀ ନିଜେ ଏହାକୁ ପାପାରାଜିଙ୍କ ସାମ୍ନାରେ କହିଛନ୍ତି । ଆଜିକାଲି ରାକ୍ଷୀ ସାୱନ୍ତ ଏବଂ ଆଦିଲଙ୍କୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି । ଅଭିନେତ୍ରୀ ଯେଉଁଠି ଯାଆନ୍ତି, ଆଦିଲଙ୍କ ସହ ଏକାଠି ନଜର ଆସନ୍ତି । ତେବେ, ଯେତେବେଳେ ଆଲିଆ ଭଟ୍ଟଙ୍କ ଗର୍ଭଧାରଣ ଖବର ବିଷୟରେ ରାକ୍ଷୀଙ୍କୁ ପଚରାଗଲା, ଅଭିନେତ୍ରୀ ଏକ ମଜାଳିଆ ଢଙ୍ଗରେ ନିଜର ଇଚ୍ଛା ପ୍ରକାଶ କରିଥିଲେ ।

ମା' ହେବାକୁ ଚାହାଁନ୍ତି ରାକ୍ଷୀ

ରାକ୍ଷୀ ଆଦିଲଙ୍କ ସହ ଡାକ୍ତରଖାନାରୁ ବାହାରୁଥିଲେ, ସେହି ସମୟରେ ଫଟୋଗ୍ରାଫର ପାଇଁ ତାଙ୍କୁ ଘେରି ଯାଇଥିଲେ । ଏହାପରେ ଫଟୋଗ୍ରାଫର ରାକ୍ଷୀଙ୍କୁ ମା' ହେବା ବିଷୟରେ ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତର ଦେଇ ଡ୍ରାମା କୁଇନ୍‌ କହିଥିଲେ - ମୁଁ କେବେ ମା' ହେବି ? ମୁଁ ମା' ହେବାକୁ ଚାହୁଁଛି । ଅଭିନେତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିବାହ ପୂର୍ବରୁ ମଧ୍ୟ ଖୁସି ଖବର ଆସିପାରେ । କିନ୍ତୁ ଯେତେବେଳେ ବି ମୁଁ ଖୁସି ଖବର ଦେବି, ତା'ପରଦିନ ମୁଁ ବିବାହ କରିନେବି । ଆଜିକାଲି ତ ଏମିତି ହିଁ ଚାଲିଛି ନା' ?

ରାକ୍ଷୀ ଆହୁରି ମଧ୍ୟ କହିଛନ୍ତି ଯେ, ଗର୍ଭପାତ କରିବା ଏକ ଅପରାଧ । ମୋତେ କେବଳ ଏତିକି ଜଣା ଯେ, ମୋ ଗର୍ଭରୁ ଯିଏ ଜନ୍ମ ନେବ ସିଏ ଏହି ଦେଶ ପାଇଁ ତ୍ରାଣକର୍ତ୍ତା ହେବ । ହତ୍ୟା, ଅପରାଧରେ ଫସି ରହିଥିବା ଲୋକଙ୍କୁ ରାସ୍ତା ଦେଖାଇବ । ହୋଇପାରିବ ନା ଏମିତି....। କାରଣ ତୁମେମାନେ ଜାଣିଛ ମୁଁ କେତେ ଭଲ ଝିଅ...। ଏହି ସମୟରେ, ରାକ୍ଷୀ ନିଜକୁ 'ରାକ୍ଷୀ ମା' ବୋଲି ମଧ୍ୟ ଡାକିଥିଲେ ।

ସମସ୍ତେ ଜାଣନ୍ତି ଯେ, ରାକ୍ଷୀ ସାୱନ୍ତ କେତେ ବଡ ଜଣେ ଏଣ୍ଟରଟେନର । ରାକ୍ଷୀ କେଉଁଠାରେ କିଛି ବି କରିପାରିବେ, ସେ କିଛି ବି କହିପାରିବେ । ତେବେ ଆଦିଲଙ୍କ ସହ ସମ୍ପର୍କ ପରେ ରାକ୍ଷୀଙ୍କ ପାଖରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.