ହାଇଦ୍ରାବାଦ: ମାୟାନଗରୀରେ ନିଜ ସ୍ୱପ୍ନ ପୂରଣ କଲେ ରାଜକୁମାର ରାଓ । ବଲିଉଡର ଜଣେ ଆତ୍ମବିଶ୍ବାସୀ ଅଭିନେତା ହେଉଛନ୍ତି ରାଜକୁମାର । ଦୀର୍ଘ ଦିନର ସଂଘର୍ଷ ପରେ ରାଜକୁମାର ତାଙ୍କ ଅଭିନୟ ଆଧାରରେ ବଲିଉଡରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏହି ସମୟରେ ଅଭିନେତାଙ୍କୁ ନେଇ ଏକ ଖବର ଆସୁଛି କି, ସେ ମୁମ୍ବାଇରେ ଏକ ଘର କିଣିଛନ୍ତି । ଅଭିନେତା ଏହି ଘର ଅନ୍ୟ କାହାଠାରୁ ନୁହେଁ ବରଂ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କଠାରୁ କିଣିଛନ୍ତି ।
- " class="align-text-top noRightClick twitterSection" data="
">
ଗଣମାଧ୍ୟମରେ ଆସୁଥିବା ଖବର ଅନୁଯାୟୀ, ଏହି ଆପାର୍ଟମେଣ୍ଟ ମୁମ୍ବାଇର ଜୁହୁରେ ଅବସ୍ଥିତ । ଅଭିନେତା ଏହାକୁ 44 କୋଟିରେ କିଣିଛନ୍ତି । ଅଭିନେତାଙ୍କ ନୂଆ ଘର 3456 ବର୍ଗଫୁଟର । ବର୍ଗଫୁଟ ପ୍ରତି ଘରର ମୂଲ୍ୟ ହେଉଛି 1.27 ଲକ୍ଷ ଟଙ୍କା । କୁହାଯାଉଛି ଯେ ଜାହ୍ନବୀ ଏହି ଘରକୁ 2020 ମସିହାରେ 39 କୋଟିରେ କିଣି ଚର୍ଚ୍ଚାରେ ଥିଲେ ।
କେବେ ହୋଇଥିଲା ଡିଲ୍
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାହ୍ନବୀ କପୁର ଏବଂ ରାଜକୁମାର ରାଓଙ୍କ ମଧ୍ୟରେ ଚଳିତ ବର୍ଷ ମାର୍ଚ୍ଚ 31 ରେ ଏକ ଡିଲ୍ ହୋଇଥିଲା । ଏହାର ରେଜିଷ୍ଟ୍ରି 21 ଜୁଲାଇ 2022ରେ ହୋଇଥିଲା । ଏଥିପାଇଁ ରାଜକୁମାର 2.19 କୋଟି ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି । ଏଥିସହିତ, ଜାହ୍ନବୀ 2020 ମସିହାରେ ଏହି ଘରର ଷ୍ଟାମ୍ପ ଡ୍ୟୁଟି ପାଇଁ 78 ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହି କୋଠାର ନାମ ଲୋଟସ୍ ଆର୍ଯ୍ୟ ଏବଂ ଏହା ଫେମସ୍ ପ୍ରଡ୍ୟୁସର ତଥା ବିଲଡର୍ ଆନନ୍ଦ ପଣ୍ଡିତଙ୍କର ।
ରାଜକୁମାରଙ୍କ ରୋଜଗାର
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜକୁମାର ରାଓଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ 60 କୋଟି ଟଙ୍କା ବୋଲି କୁହାଯାଉଛି । ସେ ମାସକୁ 50 ଲକ୍ଷରୁ ଅଧିକ ରୋଜଗାର କରନ୍ତି । ତାଙ୍କର ବର୍ଷସାରା ଆୟ 8 କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏହା ବ୍ୟତୀତ ସେ ଅନେକ ବ୍ରାଣ୍ଡକୁ ମଧ୍ୟ ସମର୍ଥନ କରନ୍ତି, ଯେଉଁଥିରୁ ସେ ବହୁତ ରୋଜଗାର କରନ୍ତି । ରାଜକୁମାର ଏକ ଚଳଚ୍ଚିତ୍ର ପାଇଁ 5 ରୁ 6 କୋଟି ଟଙ୍କା ଆଦାୟ କରନ୍ତି ।
ରାଜକୁମାର ଆଗାମୀ ଚଳଚ୍ଚିତ୍ର
ଅଭିନେତାଙ୍କ କାମ ବିଷୟରେ କହିବାକୁ ଗଲେ ଭିଡ, ସେକେଣ୍ଡ ଇନିଂସ, ମିଷ୍ଟର ଆଣ୍ଡ ମିସେସ୍ ମାହି, ଗନ୍ସ ଆଣ୍ଡ ଗୁଲାବ୍ସ, ଶ୍ରୀକାନ୍ତ ଭୋଲାଙ୍କ ବାୟୋପିକ୍ ଏବଂ ସ୍ବାଗତ ଭଳି ଫିଲ୍ମ ତାଙ୍କ ହାତରେ ଅଛି ।