ETV Bharat / entertainment

ବିଦେଶରୁ କରଓ୍ବାଚୌଥର ଫଟୋ ସେୟାର କଲେ ଦେଶୀ ଗର୍ଲ ପ୍ରିୟଙ୍କା - ପ୍ରିୟଙ୍କା ଚୋପ୍ରା କରଓ୍ବାଚୌଥ ଫଟୋ

ଆମେରିକାରେ ରହି ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ ଜୋନାସଙ୍କ ପାଇଁ କରଓ୍ବାଚୌଥ ବ୍ରତ ରଖିଥିଲେ। ବର୍ତ୍ତମାନ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ବିଦେଶରୁ କରଓ୍ବାଚୌଥର ଫଟୋ ସେୟାର କଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା

author img

By

Published : Oct 14, 2022, 1:29 PM IST

ହାଇଦ୍ରାବାଦ: ବଲିଉଡର 'ଦେଶୀ ଗାର୍ଲ' ପ୍ରିୟଙ୍କା ଚୋପ୍ରା ହୁଏତ ବିଦେଶରେ ରହୁଥିବେ, କିନ୍ତୁ ସେ ନିଜ ଦେଶର ପର୍ବ ପର୍ବାଣୀ ଏବଂ ସଂସ୍କୃତିକୁ ଭୁଲି ନାହାଁନ୍ତି । ହୋଲି କି ଦୀପାବଳି ପ୍ରତ୍ୟେକ ଭାରତୀୟ ପର୍ବକୁ ବିଦେଶୀ ସ୍ୱାମୀ ନିକ ଜୋନାସଙ୍କ ସହ ଧୁମ୍‌ଧାମର ସହିତ ପାଳନ କରନ୍ତି ଅଭିନେତ୍ରୀ । ବର୍ତ୍ତମାନ ଆମେରିକାରେ ରହି ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ ଜୋନାସଙ୍କ ପାଇଁ କରଓ୍ବାଚୌଥ ବ୍ରତ ରଖିଥିଲେ। ବର୍ତ୍ତମାନ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି ।

ପ୍ରିୟଙ୍କା ଚୋପ୍ରା
ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା କରଓ୍ବାଚୌଥ ଅବସରରେ ଆମେରିକାରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଗୋଟିଏ ହାତରେ ନାଲି ରଙ୍ଗର ଚୁଡା ଏବଂ ଅନ୍ୟ ହାତରେ ଏନଜେ (ନିକ ଜୋନାସ) ଙ୍କ ନାଁରେ ମେହେନ୍ଦି ଲଗାଇଛନ୍ତି। ପ୍ରିୟଙ୍କା ସମସ୍ତଙ୍କୁ କରଓ୍ବାଚୌଥର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ପ୍ରିୟଙ୍କା ଚୋପ୍ରା 2018 ମସିହାରେ ରାଜସ୍ଥାନରେ ରାଜକୀୟ ଶୈଳୀରେ ନିକ ଜୋନାସଙ୍କୁ ବିବାହ କରିଥିଲେ। ଏହି ବର୍ଷ ଏହି ଦମ୍ପତି ସରୋଗେସି ମାଧ୍ୟମରେ ପିତାମାତା ହୋଇଛନ୍ତି । ଏଥି ସହିତ ପ୍ରିୟଙ୍କା ଚୋପ୍ରା ଝିଅ ମାଲତି ମେରି ଚୋପ୍ରା ଜୋନାସଙ୍କର ଅନେକ ଫଟୋ ସେୟାର କରନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେ କୌଣ ଫଟୋରେ ଲାଡଲି ଝିଅର ଚେହେରା ଦେଖାଇ ନାହାଁନ୍ତି ।

ଏହା ବ୍ୟତୀତ ପ୍ରିୟଙ୍କା ଚୋପ୍ରା ମଧ୍ୟ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଏବଂ ସେ ତାଙ୍କ ବିଦେଶୀ ସିରିଜ୍‌ 'ସୀତାଡେଲ' ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ସିରିଜର ବଜେଟ୍ ବହୁତ ବଡ ବୋଲି କୁହାଯାଉଛି । ଏହି ସମୟରେ ପ୍ରିୟଙ୍କା ଚୋପ୍ରାଙ୍କୁ ବଲିଉଡ ଅଭିନେତା ଫରହାନ ଅଖତରଙ୍କ ଭଉଣୀ ଜୋୟା ଅଖତରଙ୍କ ଫିଲ୍ମ 'ଜି ଲେ ଜାରା'ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ସହ କ୍ୟାଟ୍ରିନା କୈଫ ଏବଂ ଆଲିଆ ଭଟ୍ଟ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ହେଉଛି ଫରହାନ୍ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜିନ୍ଦେଗି ନା ମିଲେଗା ଦୋବାରା'ର ମହିଳା ସଂସ୍କରଣ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.