ETV Bharat / entertainment

'ସାଲାର'ର ସଫଳତା ଖୁସିରେ ଜୋରଦାର ସେଲିବ୍ରେସନ

author img

By ETV Bharat Odisha Team

Published : Jan 8, 2024, 7:26 PM IST

Salaar Success Party: 'ସାଲାର' ବ୍ଲକବ୍ଲଷ୍ଟର ହେବା ଖୁସିରେ କରାଯାଇଛି ଜୋରଜାର ସେଲିବ୍ରେସନ । 'ସାଲାର ସକ୍ସେସ ପାର୍ଟି'ରେ କେକ୍ କାଟିଛନ୍ତି ପ୍ରଭାସ, ସୁକୁମାରନ ଏବଂ ପୃଥ୍ବୀରାଜ । ଅଧିକ ପଢନ୍ତୁ

salaar success party
ସାଲାର ସକ୍ସେସ ପାର୍ଟି

ହାଇଦ୍ରାବାଦ: 'ସାଲାର' ଫିଲ୍ମର ଅଦ୍ଭୁତପୂର୍ବ ସଫଳତା ପରେ ଆୟୋଜନ ହେଲା 'ସାଲାର ସକ୍ସେସ ପାର୍ଟି' । ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ସାଲାର' ବ୍ଲକବ୍ଲଷ୍ଟର ହୋଇଛି । ବକ୍ସ ଅଫିସରେ ଧମାଲ ମଚାଇଥିବା ଏହି ଫିଲ୍ମର ସଫଳତା ପାଇଁ ସକ୍ସେସ ପାର୍ଟିର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି । କେକ୍ କାଟି ସେଲିବ୍ରେସନ କରାଯିବା ସମୟର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଥିରେ ପ୍ରଭାସ, ପୃଥ୍ବୀରାଜ ସୁକୁମାରନ ଏବଂ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ କେକ୍ କାଟୁଥିବାର ନଜର ଆସିଛନ୍ତି ।

ଫିଲ୍ମ ସହ ଜଡିତ ସଦସ୍ୟମାନେ କେକ୍ କାଟି ସେଲିବ୍ରେସନ କରିବା ସହ ବେଶ ଖୁସି ଥିବା ନଜର ଆସିଛନ୍ତି । ତେବେ ରିବେଲ ଷ୍ଟାର ପ୍ରଭାସ ମଧ୍ୟ ମନ ଖୋଲି ହସୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ରିଲିଜ ପୂର୍ବରୁ ରେକର୍ଡ ସଂଖ୍ୟକ ଇନକମ୍ କରିଥିଲା ସାଲାର । ପ୍ରଥମ ଆୟ ୧୭୮ କୋଟିରୁ ଊର୍ଦ୍ଧ୍ବ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା କେବଳ ଭାରତରେ ୩୯୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଏହି ଫିଲ୍ମ ଆୟ କରିସାରିଲାଣି । ଆଉ ଆସନ୍ତା କିଛି ଦିନ ମଧ୍ୟରେ ଏହା ୪୦୦ କୋଟି ଛୁଇଁବ ବୋଲି ଆଶା କରାଯାଉଛି । ଅପରପକ୍ଷେ, ୱାର୍ଲଡ ୱାଇଡ ଇନକମ୍ କଥା କହିବାକୁ ଗଲେ ଏହା ୧୭ ଦିନରେ ପାଖାପାଖି ୭୦୦କୋଟି ଆୟ କରିସାରିଛି । ଏହି ଖୁସିରେ ସକ୍ସେସ ପାର୍ଟିର ଆୟୋଜନ କରାଯାଇଥିବା ଜଣାପଡିଛି । ଯାହାକୁ ନେଇ ଷ୍ଟାର କାଷ୍ଟଙ୍କଠାରୁ ଆରମ୍ଭ କରି ମେକର୍ସ ପର୍ଯ୍ୟନ୍ତ ସମସ୍ତେ ବେଶ ଖୁସି ଥିବା ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବକ୍ସ ଅଫିସରେ କମୁନି ସାଲାର କ୍ରେଜ, ସପ୍ତାହେ ଭିତରେ ୩୦୦ କୋଟି ପାର୍

'ଆଦିପୁରୁଷ' ଫ୍ଲପ ହେବା ପରେ ପ୍ରଭାସ ସାଲାର ସହ ପୁଣି ଥରେ କମ୍ ବ୍ୟାକ୍ କରିଥିଲେ । ଏହି ଫିଲ୍ମ ଡିସେମ୍ବର ୨୨ରେ ରିଲିଜ ହୋଇଥିଲା । ଫିଲ୍ମଟି ତେଲୁଗୁ, କନ୍ନଡ, ମାଲାୟଲାମ, ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ ହୋଇଛି । କେଜିଏଫ, କେଜିଏଫ-୨ ଭଳି ଦମଦାର ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ପ୍ରଶାନ୍ତ ନୀଲ 'ସାଲାର'ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର କଳାକାରମାନେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ପ୍ରେକ୍ଷାଳୟ ବାହାରେ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ପୋଲିସର ଲାଠିଚାର୍ଜ, ଭିଡିଓ ଭାଇରାଲ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.