ETV Bharat / entertainment

Adipurush BO Collection: ତେଜୁଛି ବିବାଦ କମୁଛି ଆୟ, 11 ଦିନରେ 2 କୋଟି କଲେକ୍ସନ

author img

By

Published : Jun 27, 2023, 10:54 AM IST

ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ' ବକ୍ସ ଅଫିସରେ ନିଜ ଜଲୱା ଦେଖାଇପାରୁନି । ବିବାଦୀୟ ଫିଲ୍ମକୁ ନେଇ ନିରାଶ ଦର୍ଶକ । ଏପରି ସ୍ଥିତିରେ ଫିଲ୍ମ ଆୟ ହ୍ରାସ ପାଇବାରେ ଲାଗିଛି । ଫିଲ୍ମ 11ଦିନରେ ମାତ୍ର 2 କୋଟି ରୋଜଗାର କରିଛି । ଅଧିକ ପଢନ୍ତୁ,

ତେଜୁଛି ବିବାଦ କମୁଛି ଆୟ, 11ଦିନରେ ଫିଲ୍ମ 2କୋଟି କଲା ସଂଗ୍ରହ

ହାଇଦ୍ରାବାଦ: ପ୍ରଭାସ ଏବଂ କ୍ରିତି ସାନନଙ୍କ ପାନ ଇଣ୍ଡିଆ ଫିଲ୍ମ 'ଆଦିପୁରୁଷ' ଜୁନ 16ରେ ରିଲିଜ ହୋଇଥିଲା ​​ଏବଂ ପ୍ରଥମ ଦିନରେ ଅଧିକ ଆୟ କରି ରେକର୍ଡ ମଧ୍ୟ ଭାଙ୍ଗିଥିଲା ​​। ପରେ ଏହାର ସଂଳାପ, VFX ଏବଂ ଚରିତ୍ର ପାଇଁ ବିବାଦ ଘେରକୁ ଆସିଲା । ରାମାୟଣ ଉପନ୍ୟାସ ଉପରେ ଆଧାରିତ ଏହି ଫିଲ୍ମକୁ ଏଭଳି ଚିତ୍ରିତ ଦର୍ଶକଙ୍କ ମନକୁ ଆଘାତ ଦେଇଛି । ଯାହାଫଳରେ ଫିଲ୍ମକୁ ବିରୋଧ କରାଯିବା ସହ କଡା ସମାଲୋଚନା କରାଯାଉଛି । କେବଳ ଏତିକି ନୁହେଁ ଫିଲ୍ମକୁ ବ୍ୟାନ କରିବାକୁ ଦାବି ଜୋର ଧରିଛି । ଏ ସମସ୍ତ ବିବାଦ ବର୍ତ୍ତମାନ ଫିଲ୍ମର ଆୟ ଉପରେ ଖରାପ ପ୍ରଭାବ ପକାଇଛି । ଦିନକୁ ଦିନ ଆଦିପୁରୁଷ ଆୟ ହ୍ରାସ ପାଇବାରେ ଲାଗଛି । ଫିଲ୍ମ ରିଲିଜର 11ଦିନରେ ମାତ୍ର 2 କୋଟି ଆୟ କରିଛି ।

ରିଲିଜ ହେବା ପରଠାରୁ 'ଆଦିପୁରୁଷ'କୁ ନେଇ ବିବାଦ ଲାଗି ରହିଛି । ଏହି ଚଳଚ୍ଚିତ୍ରର ନିର୍ମାତାମାନେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ବଢୁଥିବା ବିବାଦକୁ ଦେଖି ନିର୍ମାତାମାନେ ଫିଲ୍ମର ସଂଳାପକୁ ବଦଳାଇ ଦେଇଛନ୍ତି । ଏପରିକି 3D ଟିକେଟ୍ ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି । ଏହାସତ୍ତ୍ବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରୁନାହିଁ ଫିଲ୍ମ 'ଆଦିପୁରୁଷ' । ଫଳରେ ଫିଲ୍ମର ରୋଜଗାର ଦିନକୁ ଦିନ ହ୍ରାସ ପାଉଛି । ଫିଲ୍ମର ଏକାଦଶ ଦିନ ଅର୍ଥାତ୍ ଦ୍ୱିତୀୟ ସୋମବାର ମାତ୍ର 2 କୋଟି ରୋଜଗାର କରିଛି । ଯାହା ପରେ ଫିଲ୍ମର ମୋଟ ସଂଗ୍ରହ ବର୍ତ୍ତମାନ 277.75 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ସୂଚନାଥାଉ କି, ପ୍ରତିଦିନ 'ଆଦିପୁରୁଷ'ର ରୋଜଗାରରେ ବହୁତ ହ୍ରାସ ଘଟୁଛି । ଜୁନ 22 ଏବଂ 23ରେ ଟିକେଟର ମୂଲ୍ୟ 150 ଟଙ୍କାରେ ବ୍ରିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ନିର୍ମାତା । ଏହାପରେ ବି ଫିଲ୍ମର ଆୟରେ ବୃଦ୍ଧି ନ ହେବାରୁ ପୁଣି ନିର୍ମାତା ଟିକେଟର ମୂଲ୍ୟ କମାଇଛନ୍ତି । ଜୁନ 26 ଠାରୁ 112 ଟଙ୍କାରେ ଫିଲ୍ମର ଟିକେଟ ବିକ୍ରି ହୋଇଛି । ତଥାପି ଫିଲ୍ମର ଆୟରେ କୌଣସି ବୃଦ୍ଧି ଘଟୁନାହିଁ । 500କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ 300 କୋଟି କ୍ଲବରେ ଯୋଗଦେବା ମଧ୍ୟ କଷ୍ଟକର ହୋଇପଡିଲାଣି ।

ଏହି ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ କହିବାକୁ ଗଲେ, ରାଘବ ଭୂମିକାରେ ସାଉଥ ସୁପରଷ୍ଟାର ପ୍ରଭାସ, ଜାନକୀ ଭୂମିକାରେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ, ଲକ୍ଷ୍ମଣ ଭୂମିକାରେ ସନ୍ନି ସିଂ, ହନୁମାନ ଭୂମିକାରେ ଦେବଦତ୍ତ ନାଗେ ଏବଂ ସୈଫ ଅଲି ଖାନ ଲଙ୍କେଶ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରଟି ଟି-ସିରିଜ ଦ୍ୱାରା ନିର୍ମିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.