ETV Bharat / entertainment

Pathaan box office: ବକ୍ସ ଅଫିସରେ ଧମାଲ କରୁଛି ପଠାନ, ଖୁବଶୀଘ୍ର ଛୁଇଁବ ୬୦୦ କୋଟି - ଶାହାରୁଖ ଖାନ

ଖୁବଶୀଘ୍ର ୬୦୦ କୋଟି କ୍ଲବରେ ପଦାର୍ପଣ କରିବାକୁ ଯାଉଛି ଶାହାରୁଖଙ୍କ ଅଭିନୀତ ପଠାନ ଫିଲ୍ମ । ରିଲିଜର ୬ ଦିନରେ ୫୯୧ କୋଟି ରୋଜଗାର କରିଛି ଫିଲ୍ମ ପଠାନ । ଅଧିକ ପଢନ୍ତୁ

Pathaan box office
Pathaan box office
author img

By

Published : Jan 31, 2023, 9:25 PM IST

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରିବାରେ ଲାଗିଛି ବଲିଉଡ ବାଦଶାହ ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ' । ଖୁବଶୀଘ୍ର ଫିଲ୍ମ ୬୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ୬ ଦିନରେ ୫୯୧ କୋଟି ଟଙ୍କା ରୋଜଗାର କରିସାରିଲାଣି ଏହି ଫିଲ୍ମ । ୟଶ ରାଜ ଫିଲ୍ମ (YRF)ର ସୂଚନା ଅନୁସାରେ ଷଷ୍ଠ ଦିନରେ ଭାରତରେ ଫିଲ୍ମ ୨୬.୫୦ କୋଟି ନେଟ୍‌ ବ୍ୟବସାୟ କରିଛି । ଏହି ଫିଲ୍ମରେ ଶାହାରୁଖଙ୍କ ସହିତ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ନଜର ଆସିଛନ୍ତି । ଫିଲ୍ମ ସଙ୍ଗ୍‌ ରିଲିଜ ଆରମ୍ଭରୁ ଏହା ବିବାଦରେ ଫସିଥିବା ବେଳେ ଏବେ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

  • #Pathaan stands tall on the crucial Mon [Day 6]… National chains SUPER-STRONG, mass circuits ROCKING… Will be #SRK’s first film to hit ₹ 300 cr on Tue [Day 7]… Wed 55 cr, Thu 68 cr, Fri 38 cr, Sat 51.50 cr, Sun 58.50 cr, Mon 25.50 cr. Total: ₹ 296.50 cr. #Hindi. #India biz. pic.twitter.com/ukSI9KS56X

    — taran adarsh (@taran_adarsh) January 31, 2023 " class="align-text-top noRightClick twitterSection" data=" ">

ଚଳିତ ମାସ ୨୫ ତାରିଖରେ ରିଲିଜ ହୋଇଛି ଫିଲ୍ମ ପଠାନ । ଏହି ଫିଲ୍ମ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି । ବଲିଉଡ ଅଭିନେତା ଜନ୍‌ ଆବ୍ରାହମ ମଧ୍ୟ ଅଭିନୟ କରିଛନ୍ତି । ରିଲିଜର ପ୍ରଥମ ଦିନରେ ଫିଲ୍ମ ୧୦୬ କୋଟି ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନରେ ୧୧୩.୬ କୋଟି, ୩ୟ ଦିନରେ ୯୦ କୋଟି, ଚତୁର୍ଥ ଦିନରେ ୧୧୬ କୋଟି ଓ ପଞ୍ଚମ ଦିନରେ ୧୧୨ କୋଟି ବ୍ୟବସାୟ କରିଛି । ଗତ ୪ ବର୍ଷ ପରେ ଶାହାରୁଖ ଲିଡ୍‌ ଭୂମିକାରେ ନଜର ଆସିଛନ୍ତି । ଏହାସହ ୧୦ ବର୍ଷ ପରେ ଶାହାରୁଖ ଏପରି ବିଗ୍‌ ହିଟ୍‌ ଦେଇଛନ୍ତି । ଏହି ଫିଲ୍ମଟି ହିନ୍ଦୀ ସହ ତେଲୁଗୁ, ତାମିଲ ଭାଷାରେ ରିଲିଜ ହୋଇଛି । ଏହାକୁ ବିଦେଶରେ ମଧ୍ୟ ରିଲିଜ କରାଯାଇଛି ।

  • #Pathaan #Tamil + #Telugu: Wed 2 cr, Thu 2.50 cr, Fri 1.25 cr, Sat 1.75 cr, Sun 2.25 cr, Mon 1 cr. Total: ₹ 10.75 cr.

ଏହା ବି ପଢନ୍ତୁ- ଟେଷ୍ଟ ମ୍ୟାଚ ପୂର୍ବରୁ ଋଷିକେଶରେ ନଜର ଆସିଲେ ବିରୁଷ୍କା

ପ୍ରଥମ ଦିନରେ ଫିଲ୍ମଟି ଭାରତରେ ୫୫ କୋଟି ଓ ଅନ୍ୟ ଦେଶରେ ୪୯ କୋଟି ରୋଜଗାର କରି ମୋଟ ୧୦୬ କୋଟି ରୋଜଗାର କରିଥିଲା । ସେହିପରି ଦ୍ବିତୀୟ ଦିନରେ ମୋଟ ୧୧୩.୬ କୋଟି ରୋଜଗାର କରିଥିଲା । ତନ୍ମଧ୍ୟରୁ ଭାରତରେ ୮୨.୯୪ କୋଟି ଓ ଅନ୍ୟ ଦେଶରେ ୩୦.୭୦ କୋଟି ଟଙ୍କା ରୋଜଗାର କରିଛି । ତୃତୀୟ ଦିନରେ ଭାରତରେ ୪୭କୋଟି ଓ ଅନ୍ୟ ଦେଶରେ ୪୩ କୋଟି ରୋଜଗାର କରି ମୋଟ ୯୦ କୋଟି ରୋଜଗାର କରିଥିଲା । ଚତୁର୍ଥ ଦିନରେ ୧୧୬ କୋଟି, ପଞ୍ଚମ ଦିନରେ ୧୧୨ କୋଟି ଓ ଷଷ୍ଠ ଦିନରେ ୪୧.୫ କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମ ଏଯାବତ ମୋଟ ୫୯୧ କୋଟି ରୋଜଗାର କରିଥିବା ବେଳେ ଖୁବଶୀଘ୍ର ୬୦୦ କୋଟି କ୍ଲବରେ ଯୋଡ଼ି ହେବାକୁ ଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.