ହାଇଦ୍ରାବାଦ: ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏଥିପାଇଁ ଦିଲ୍ଲୀରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପରିଣୀତି-ରାଘବଙ୍କ ମେହେନ୍ଦୀ ସମାରୋହ 19 ସେପ୍ଟେମ୍ବରରେ ହୋଇଯାଇଛି । ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ଗୁରୁଦ୍ୱାରର ଏକ ଫଟୋ, ଯେଉଁଥିରେ ପରିଣୀତି ତାଙ୍କ ହାତରେ ରାଘବଙ୍କ ନାଁର ମେହେନ୍ଦୀ ପିନ୍ଧିଥିବାର ନଜର ଆସିଛନ୍ତି ।
ଦିଲ୍ଲୀରେ ରାଘବ ଏବଂ ପରିଣୀତିଙ୍କ ମେହେନ୍ଦୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଘବଙ୍କ ଘର ବାହାରେ କଡା ସୁରକ୍ଷା ରହିଛି । କେଉଁ କାରଣରୁ ଫଙ୍କସନ୍ର ଫଟୋ ଏବଂ ଭିଡିଓ ଉପଲବ୍ଧ ନାହିଁ । ଏହି କାର୍ଯ୍ୟକ୍ରମର ଫଟୋ ପରିଣୀତିଙ୍କ ଫ୍ୟାନ୍ ପେଜ୍ ଦ୍ୱାରା ସେୟାର କରାଯାଇଛି ।
ଏହିପରି ଥିଲା ପରିଣୀତିଙ୍କ ଲୁକ୍:
ଫଟୋରେ ଉଭୟ ରାଘବ ଏବଂ ପରିଣୀତି ପେଷ୍ଟେଲ ପିଙ୍କ୍ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ପରିଣୀତି ଦୁଇ ହାତକୁ ଯୋଡି ବସିଛନ୍ତି ଏବଂ ତାଙ୍କ ହାତରେ ମେହେନ୍ଦି ଲାଗିଛି । ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।
ଉଦୟପୁରରେ ହେବ ବିବାହ
ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ଉଦୟପୁରରେ ହେବାକୁ ଯାଉଛି । ବିବାହ କାର୍ଯ୍ୟକ୍ରମ 23 ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । 23ରେ ପରିଣୀତି ଚୋପ୍ରାଙ୍କ ଚୁଡା ସେରିମନି ହେବାକୁ ଯାଉଛି । ଏହା ପରେ 24 ସେପ୍ଟେମ୍ବରରେ ବିବାହ ଏବଂ ରିସେପ୍ସନ୍ ହେବ । ପରିଣୀତି ଚୋପ୍ରା-ରାଘବଙ୍କ ବିବାହ 24 ସେପ୍ଟେମ୍ବରରେ ଅପରାହ୍ନରେ ହେବାକୁ ଯାଉଛି। ଏହା ପରେ ସନ୍ଧ୍ୟାରେ ଏକ ରିସେପ୍ସନ୍ ଆୟୋଜନ କରାଯାଇଛି । ଯେଉଁଥିରେ ପରିବାର ଏବଂ କିଛି ବିଶେଷ ବନ୍ଧୁ ଅନ୍ତର୍ଭୁକ୍ତ ହେବେ ।
ଚଣ୍ଡିଗଡ଼ରେ ମଧ୍ୟ ରିସେପ୍ସନ୍ ଅନୁଷ୍ଠିତ ହେବ
ଉଦୟପୁର ପରେ ଚଣ୍ଡିଗଡ଼ରେ ଦ୍ୱିତୀୟ ରିସେପ୍ସନ୍ ହେବାକୁ ଯାଉଛି । ଚଣ୍ଡିଗଡ଼ର ତାଜ ହୋଟେଲରେ ଏହି ଗ୍ରାଣ୍ଡ ରିସେପ୍ସନ୍ ଅନୁଷ୍ଠିତ ହେବ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ସେଠାରେ ଅନେକ ରାଜନେତା ଏଥିରେ ସାମିଲ ହେବେ । ପରିଣୀତି ଚୋପ୍ରା ତାଙ୍କ ବଲିଉଡ ସାଙ୍ଗମାନଙ୍କ ପାଇଁ ଏକ ରିସେପ୍ସନ୍ ପାର୍ଟି ମଧ୍ୟ ଦେଇପାରନ୍ତି, ଯଦିଓ ଏହା କେଉଁଠାରେ ହୋଇପାରେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
13 ମଇରେ ହୋଇଥିଲା ନିର୍ବନ୍ଧ
ପରିଣୀତି ଚୋପ୍ରା ଏବଂ ରାଘବଙ୍କ ନିର୍ବନ୍ଧ ସମାରୋହ ଚଳିତ ବର୍ଷ ମେ ମାସରେ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ହୋଇଥିଲା । ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁ ଅଂଶଗ୍ରହଣ କରିଥିଲେ ।
ଭଉଣୀ ପ୍ରିୟଙ୍କା କେବେ ଆସିବେ ?
ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ପ୍ରିୟଙ୍କା ଚୋପ୍ରା 23 ସେପ୍ଟେମ୍ବରରେ ଭାରତ ଆସିବେ ଏବଂ ସେ ପହଞ୍ଚିବା ମାତ୍ରେ ସେ ସିଧା ଉଦୟପୁରକୁ ଯିବେ । ଏହା ନିଶ୍ଚିତ ଯେ ଝିଅ ମାଲତି ତାଙ୍କ ସହିତ ରହିବେ । ସେ ତାଙ୍କ ମାଉସୀଙ୍କ ବିବାହରେ ଯୋଗ ଦେବେ । ଯଦିଓ ଏହା କୁହାଯାଉଛି ଯେ ନିକ୍ ହୁଏତ ତାଙ୍କ କାମ ହେତୁ ବିବାହ ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ, କିନ୍ତୁ ସେ ତାଙ୍କ ଶାଳିର ବିବାହ ଉତ୍ସବରେ ଯୋଗଦେବାକୁ ଚେଷ୍ଟା କରୁଛନ୍ତି ।