ହାଇଦ୍ରାବାଦ: ସାଉଥ ସିନେମାର ମେଗାଷ୍ଟାର ଚିରଞ୍ଜିବୀ ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଆଜି (ଅଗଷ୍ଟ 22) ଏକ ଖାସ୍ ଦିନ । ଚିରଞ୍ଜିବୀ ଆଜି ତାଙ୍କର 68 ତମ ଜନ୍ମ ଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଅଭିନେତାଙ୍କ 157 ତମ ଚଳଚ୍ଚିତ୍ର ଘୋଷଣା କରାଯାଇଛି । ଏଥି ସହିତ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ସୁପରଷ୍ଟାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଶେଷ ଉତ୍ସବରେ ଚିରଞ୍ଜିବୀ ନାତୁଣୀ କଲିନ କାରାଙ୍କ ଠାରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରିଛନ୍ତି। ଚଳିତ ବର୍ଷ 2023 ରେ ବିବାହରେ 11 ବର୍ଷ ପରେ ଓସ୍କାର ବିଜେତା ରାମ ଚରଣ ପିତା ହୋଇଛନ୍ତି।
ଅଭିନେତାଙ୍କ ପତ୍ନୀ ଉପସାନା କାମିନେନି ଗତ ଜୁନ୍ରେ କନ୍ୟା ସନ୍ତାନର ମାଆ ହୋଇଥିଲେ । ପ୍ରଥମ ଥର ପାଇଁ ରାମ ଚରଣ ଏବଂ ଉପସାନା ପିତାମାତା ହେବା ସହିତ ଦକ୍ଷିଣ ସିନେମାର ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ ପ୍ରଥମ ଥର ପାଇଁ ଜେଜେବାପା ହେବାର ଆନନ୍ଦ ପାଇଛନ୍ତି। ଷ୍ଟାର ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କର ଝିଅ କଲିନଙ୍କ ଚେହେରା ପ୍ରକାଶ କରିନାହାଁନ୍ତି । ବର୍ତ୍ତମାନ ରାମ ଚରଣ ଷ୍ଟାର ଅଜା ଚିରଞ୍ଜିବୀଙ୍କ ସହ ତାଙ୍କ ଲଡୋର ଫଟୋ ସେୟାର କରିଛନ୍ତି । ଜନ୍ମଦିନ ଅବସରରେ ରାମ ଚରଣ ତାଙ୍କ ଝିଅ କଲିନ କାରାଙ୍କ ଫଟୋ ତାଙ୍କ ଜେଜେବାପାଙ୍କ ସହ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି।
ଷ୍ଟାର୍ ଦମ୍ପତି ଜେଜେବାପା ଏବଂ ନାତୁଣୀଙ୍କ ଏକ ଆକର୍ଷଣୀୟ ଫଟୋ ସେୟାର କରି ଝିଅ ତରଫରୁ ଲେଖିଛନ୍ତି- ତାତାଙ୍କୁ ଜନ୍ମଦିନର ଶୁଭେଚ୍ଛା, ଆମର ଏବଂ ଆମ କୋନିଡେଲା ପରିବାରର କନିଷ୍ଠ ସଦସ୍ୟଙ୍କ ତରଫରୁ ଅଶେଷ ଭଲପାଇବା । ଏଥି ସହିତ, ବର୍ତ୍ତମାନ ଏହି ଫଟୋରେ ଏହି ଷ୍ଟାର ପରିବାରର ପ୍ରଶଂସକଙ୍କ କମେଣ୍ଟ ବର୍ଷା କରୁଛନ୍ତି । ପ୍ରଶଂସକମାନେ ମଧ୍ୟ ମେଗାଷ୍ଟାର ଜନ୍ମଦିନକୁ ନାଲି ହୃଦୟ ଇମୋଜି ସହିତ ଶୁଭେଚ୍ଛା ଜଣାଉଛନ୍ତି ।
ସୂଚନାଯୋଗ୍ୟ ଯେ, ଏକ ବର୍ଷ ଡେଟିଂ ପରେ 14 ଜୁନ୍ 2012 ରେ ରାମ ଚରଣ ଏବଂ ଉପାସନା ବିବାହ କରିଥିଲେ । ଜୁଲାଇରେ ଉପସାନା ଗର୍ଭବତୀ ହେବା ବିଷୟରେ ଅନେକ ଚର୍ଚ୍ଚା ହୋଇଥିଲା, କିନ୍ତୁ ଉପାସନା କହିଥିଲେ ଯେ ସେ ବର୍ତ୍ତମାନ ପିଲା ଚାହୁଁ ନାହାଁନ୍ତି ଏବଂ ଲୋକମାନେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ୍ । ୱାର୍କ ଫ୍ରଣ୍ଟ ବିଷୟରେ କହିବା ତ, ଦକ୍ଷିଣ ତାରକାଙ୍କୁ ସୁପରହିଟ୍ ଫିଲ୍ମ 'RRR' ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।