ଚେନ୍ନାଇ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଦୁଇଜଣ ଭେଟେରାନ୍ ଅଭିନେତା ଦୀର୍ଘ ସମୟ ପରେ ଏକାଠି କାମ କରିବାକୁ ଯାଉଛନ୍ତି । ସେହି ଦୁଇ ଭେଟେରାନ୍ ଅଭିନେତା ହେଉଛନ୍ତି ତାମିଲ ସୁପରଷ୍ଟାର କମଲ ହାସନ ଏବଂ ପ୍ରସିଦ୍ଧ ନିର୍ଦ୍ଦେଶକ ମଣିରତ୍ନମ । ଉଭୟ 35 ବର୍ଷ ପରେ ଏକ ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ଯାଉଛନ୍ତି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ କମଲ ହାସନଙ୍କ ପ୍ରଶଂସକମାନେ ଖୁସିରେ ଝୁମି ଉଠିଛନ୍ତି ।
- " class="align-text-top noRightClick twitterSection" data="
">
କମଲ ହାସନଙ୍କ 68 ତମ ଜନ୍ମଦିନ ଅବସରରେ ଏହି ଫିଲ୍ମ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରର ନାମ ଅସ୍ଥାୟୀ ରୂପରେ KH234 । ପ୍ରଶଂସକଙ୍କ ପାଇଁ ଏହା ଏକ ବଡ ଉପହାରଠାରୁ କମ୍ ନୁହେଁ । କମଲ ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କୁହାଯାଉଛି ଯେ କମଲ ଏବଂ ମଣିରତ୍ନମ ମିଳିତ ଭାବେ ଏହି ଫିଲ୍ମ ନିର୍ମାଣ କରିବେ । ଏଥିସହିତ ଏହାକୁ ସଙ୍ଗୀତରେ ସଜାଇବା ଦାୟିତ୍ବ ଓସ୍କାର ବିଜେତା ଆର୍ ରହମାନଙ୍କୁ ଦିଆଯାଇଛି ।
ଏହା ବି ପଢନ୍ତୁ: ଆଲିଆ ନା ରଣବୀର, କାହା ପରି ଦେଖାଯାଉଛନ୍ତି ବେବି କପୁର ? ଦାଦି ନୀତୁ ଦେଲେ ଜବାବ
-
Here we go again! #KH234
— Kamal Haasan (@ikamalhaasan) November 6, 2022 " class="align-text-top noRightClick twitterSection" data="
பயணத்தின் அடுத்த கட்டம்!
#ManiRatnam @Udhaystalin @arrahman #Mahendran @bagapath @RKFI @MadrasTalkies_ @RedGiantMovies_ @turmericmediaTM pic.twitter.com/ATAzzxAWCL
">Here we go again! #KH234
— Kamal Haasan (@ikamalhaasan) November 6, 2022
பயணத்தின் அடுத்த கட்டம்!
#ManiRatnam @Udhaystalin @arrahman #Mahendran @bagapath @RKFI @MadrasTalkies_ @RedGiantMovies_ @turmericmediaTM pic.twitter.com/ATAzzxAWCLHere we go again! #KH234
— Kamal Haasan (@ikamalhaasan) November 6, 2022
பயணத்தின் அடுத்த கட்டம்!
#ManiRatnam @Udhaystalin @arrahman #Mahendran @bagapath @RKFI @MadrasTalkies_ @RedGiantMovies_ @turmericmediaTM pic.twitter.com/ATAzzxAWCL
ଉଲ୍ଲେଖନୀୟ ଯେ, ପୂର୍ବରୁ ଉଭୟ ଅଭିନେତା ଫିଲ୍ମ 'ନାୟକନ'ରେ ଏକାଠି କାମ କରିଥିଲେ। ଏହି ଚଳଚ୍ଚିତ୍ର 1987 ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଥିଲା । କମଲ ହାସନ ଏବଂ ମଣି ରତ୍ନମଙ୍କ ପୂର୍ବ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଏହି କାରଣ ହେଉଛି କି ଉଭୟେ ଏକାଠି ହେଲେ ପ୍ରଶଂସକଙ୍କ ଉତ୍ସୁକତା ଅଧିକା ବଢିଯାଇଛି ।
କମଲ ହାସନଙ୍କ କାମ ବିଷୟରେ କହିବାକୁ ଗଲେ, 'ବିକ୍ରମ'ର ସଫଳତା ପରେ ସେ ଶଙ୍କରଙ୍କ ନିର୍ଦ୍ଦେଶିତ' ଇଣ୍ଡିଆନ୍ ୨ 'ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। 2020 ମସିହାରେ ଫିଲ୍ମର ସେଟରେ ଦୁର୍ଘଟଣା ଘଟିବା ପରେ ଫିଲ୍ମଟି ଦୁଇ ବର୍ଷ ପାଇଁ ବନ୍ଦ ହୋଇଯାଇଥିଲା, ଯାହା ପରେ ସେପ୍ଟେମ୍ବରରେ ଏହାର ସୁଟିଂ ଆରମ୍ଭ ହୋଇଥିଲା । ଏଥି ସହିତ, ମଣିରତ୍ନମ 'PS-1' ର ବମ୍ପର ରୋଜଗାର ପରେ ଏହାର ଦ୍ୱିତୀୟ ଭାଗ ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଏପ୍ରିଲରେ ଏହି ଚଳଚ୍ଚିତ୍ରକୁ ବଡ ପରଦାରେ ରିଲିଜ କରିବାକୁ ଚେଷ୍ଟା କରାଯାଉଛି ।