ETV Bharat / entertainment

Oh My Gadar: ସନ୍ନି ଦେଓଲଙ୍କ ଫିଲ୍ମର ପ୍ରଶଂସା କଲେ ଖିଲାଡ଼ି, ଦର୍ଶକଙ୍କୁ ଦେଲେ ଧନ୍ୟବାଦ

author img

By

Published : Aug 17, 2023, 4:16 PM IST

Updated : Aug 17, 2023, 6:32 PM IST

ହିନ୍ଦୀ ସିନେମା ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଥିଲା ​​ଯେ ଦୁଇଟି ବଡ ଚଳଚ୍ଚିତ୍ର ଏକାସାଙ୍ଗରେ ମୁକ୍ତିଲାଭ କରିଛି। ​​ଏବଂ ଉଭୟ ଭଲ ବ୍ୟବସାୟ କରୁଛନ୍ତି। OMG 2 ଏବଂ ଗଦର 2 ମିଳିତ ଭାବରେ ହିନ୍ଦୀ ସିନେମାରେ ଧମାକା କରିଛନ୍ତି। ଗଦର 2 ସାରା ବିଶ୍ବରେ ଇତିହାସ ରଚିଛି। ବର୍ତ୍ତମାନ ଅକ୍ଷୟ କୁମାର ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଅଧିକ ପଢନ୍ତୁ

ସନ୍ନି ଦେଓଲଙ୍କ ଫିଲ୍ମର ପ୍ରଶଂସା କଲେ ଅକ୍ଷୟ କୁମାର, ସଫଳତା ପାଇଁ ଦର୍ଶକଙ୍କୁ ଦେଲେ ଧନ୍ୟବାଦ

ହାଇଦ୍ରାବାଦ: ଏହି ସପ୍ତାହରେ ବକ୍ସ ଅଫିସରେ ସନ୍ନି ଦେଓଲଙ୍କ ଗଦର ୨ ଏବଂ ଅକ୍ଷୟ କୁମାରଙ୍କ ଓ ମାଇ ଗଡ ୨ ଏକାଠି ମୁକ୍ତିଲାଭ କରିଛି । ଉଭୟ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ଭଲ ରୋଜଗାର ବି କରୁଛନ୍ତି । ତେବେ ଗଦର 2 ସମସ୍ତ ଫିଲ୍ମ ଏପରିକି ଓଏମ୍‌ଜି-2ର ରେକର୍ଡକୁ ପଛରେ ପକାଇ ଇତିହାସ ରଚିଛି । ତେବେ ପ୍ରତିଦ୍ବନ୍ଦିତା ପରେ ବି ବର୍ତ୍ତମାନ ଅକ୍ଷୟ କୁମାର ଗଦରକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସଫଳତା ପାଇଁ ଫିଲ୍ମର ପ୍ରଶଂସା କରିବା ସହ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଅକ୍ଷୟ କୁମାର ଇନ୍‌ଷ୍ଟାଗ୍ରାମରେ OMG-2ର ଏକ ଭିଡିଓ ସେୟାର କରିଛନ୍ତି । ଅକ୍ଷୟ କୁମାର ଏହି ଭିଡିଓରେ ନିଜେ ଗଦର 2ର ଗୀତ ଗାଇଛନ୍ତି । ଭିଡିଓରେ ଅକ୍ଷୟ ଉଡ୍‌ ଜା କାଲେ କାୱା ଗୀତ ଗାଉଥିବାର ନଜର ଆସିଛନ୍ତି । ଏଥିସହ ସେ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅକ୍ଷୟ କୁମାର ଭିଡିଓ ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ଓ ମାଇ ଗଦର'ରେ ଏତେ ଭଲ ପାଇବା ଏବଂ ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଆମକୁ ଦମଦାର ସପ୍ତାହ ଦେଇଥିବାରୁ ଦର୍ଶକଙ୍କୁ ଅଶେଷ ଧନ୍ୟବାଦ । ଭଲପାଇବା ଏବଂ କୃତଜ୍ଞତା ।" ଏହା ସହିତ ଅକ୍ଷୟ ତାଙ୍କର OMG-2 ଏବଂ ଗଦର-2କୁ ପ୍ରମୋଟ୍ କରିଛନ୍ତି ଏବଂ କହିଛନ୍ତି ଯେ ଉଭୟ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଚାଲିଛି ।

ଉଭୟ ଅକ୍ଷୟ କୁମାର ଏବଂ ସନ୍ନି ଦେଓଲଙ୍କ ଫିଲ୍ମ ଏକାଠି ମୁକ୍ତିଲାଭ କରିଥିବା ବେଳେ ବଲିଉଡ ପାଇଁ ଶୁଭଙ୍କର ସପ୍ତାହ ସାବ୍ୟସ୍ତ ହୋଇଛି । ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ପ୍ରଶଂସକ ତଥା କର୍ମସିଆଲ ଫିଲ୍ମ କ୍ରିଟିକ୍‌ ବର୍ଷର ସବୁଠାରୁ ବଡ଼ ବକ୍ସ ଅଫିସ୍ ଟକ୍କର ଉପରେ ନଜର ରଖିଥିଲେ । ତେବେ କେବଳ ଗଦର-୨ ଭଲ ପ୍ରଦର୍ଶନ କରିନାହିଁ ଅକ୍ଷୟଙ୍କ ଫିଲ୍ମ ମଧ୍ୟ ଭଲ ପ୍ରଦର୍ଶନ କରିଛି । ପ୍ରଥମ ଥର ପାଇଁ ଅକ୍ଷୟ କୁମାର ତାଙ୍କ ଫିଲ୍ମ ସହ ମୁକ୍ତିଲାଭ କରିଥିବା ଫିଲ୍ମର ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଏତେ ପ୍ରଶଂସା ପରେ ବି 100 କୋଟି ଛୁଇଁ ପାରିନି ଅକ୍ଷୟଙ୍କ ଫିଲ୍ମ

ସୂଚନା ଥାଉ କି, ସନ୍ନି ଦେଓଲଙ୍କ ଫିଲ୍ମ 6 ଦିନ ମଧ୍ୟରେ 261 କୋଟିରୁ ଅଧିକ ବ୍ୟବସାୟ କଲାଣି । ଗଦର 2 ପ୍ରଥମ ଦିନରେ 40.10 କୋଟି, ଶନିବାର ଦିନ 43.08 କୋଟି, ରବିବାର ଦିନ 51.70କୋଟି, ସୋମବାର ଦିନ 38.70 କୋଟି, ମଙ୍ଗଳବାର ଦିନ 55.50 କୋଟି ଏବଂ ବୁଧବାର ଦିନ 33.50 କୋଟି ଆୟ କରିଛି । ଫିଲ୍ମ ମୋଟ ଆୟ 262.48କୋଟି ହୋଇଛି । ସେପଟେ ଅକ୍ଷୟ କୁମାରଙ୍କ ଫିଲ୍ମ ମଧ୍ୟ ଭଲ ବ୍ୟବସାୟ କରୁଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 80 କୋଟି ଟଙ୍କା ସଂଗ୍ରହ କରିଛି । ​ପ୍ରଥମ ଦିନରେ ଫିଲ୍ମ 10.26 କୋଟି, ଶନିବାର ଦିନ 15.30 କୋଟି, ରବିବାର ଦିନ 17.55 କୋଟି, ସୋମବାର ଦିନ 12.06 କୋଟି, ମଙ୍ଗଳବାର ଦିନ 17.10 କୋଟି ଓ ବୁଧବାର 7.20 କୋଟି ଆୟ କରିଛି । ଏହିଭଳି ଭାବରେ ଫିଲ୍ମ 6 ଦିନ ମଧ୍ୟରେ ମୋଟ 80.02 କୋଟି ଆୟ କରିଛି ।

Last Updated : Aug 17, 2023, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.