ହାଇଦ୍ରାବାଦ: ଦିନକୁ ଦିନ ତେଜିବାରେ ଲାଗିଛି ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ଯୁଦ୍ଧ । ଏହି ସମୟରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ ଯାଇ ଫସି ରହିଥିଲେ । ଫଳରେ ରବିବାର ଅର୍ଥାତ୍ ଅକ୍ଟୋବର ୮ରେ ସେ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି । ଏହାରି ମଧ୍ୟରେ ସେଠାରୁ ବର୍ତ୍ତମାନ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
-
Akelli premieres in Israel with @Nushrratt and @TsahiHalevi @IsraelinIndia @indemtel pic.twitter.com/665hY4Zg9P
— Anat Bernstein-Reich🇮🇱🇮🇳🇱🇰 (@BernsteinReich) October 4, 2023 " class="align-text-top noRightClick twitterSection" data="
">Akelli premieres in Israel with @Nushrratt and @TsahiHalevi @IsraelinIndia @indemtel pic.twitter.com/665hY4Zg9P
— Anat Bernstein-Reich🇮🇱🇮🇳🇱🇰 (@BernsteinReich) October 4, 2023Akelli premieres in Israel with @Nushrratt and @TsahiHalevi @IsraelinIndia @indemtel pic.twitter.com/665hY4Zg9P
— Anat Bernstein-Reich🇮🇱🇮🇳🇱🇰 (@BernsteinReich) October 4, 2023
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅକେଲିର ପ୍ରିମିୟର ପାଇଁ ହାଇଫା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେବା ପାଇଁ ନୁସରତ ଇସ୍ରାଏଲ ଯାଇଥିଲେ । ହେଲେ ଯୁଦ୍ଧକାଳୀନ ପରିସ୍ଥିତି ଯୋଗୁଁ ସେଠାରେ ସେ ଫଶି ରହିଥିଲେ । ବର୍ତ୍ତମାନ ସେ ମୁମ୍ବାଇ ଫେରିଛନ୍ତି । ଏହି ସମୟରେ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ନୁସରତ ଇଭେଣ୍ଟରେ ଗୀତ ଗାଉଥିବା ନଜର ଆସିଛନ୍ତି । ଏହି ଭିଡିଓରେ ତାଙ୍କ ସହ ସହତାରକା ତାହି ହଲେଭି ଏବଂ ଅନ୍ୟମାନେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ଯୁଦ୍ଧ ପୂର୍ବର ବୋଲି ଜଣାପଡିଛି ।
ନୁସରତଙ୍କ ୱାର୍କ ପ୍ରଣ୍ଟ କଥା କହିବାକୁ ଗଲେ, ନୁସରତ ପ୍ୟାର୍ କା ପଞ୍ଚନାମା ସିରିଜ୍, ସୋନୁ କି ଟିଟୁ କି ସ୍ବିଟି ଏବଂ ଛୋରୀ, ଡ୍ରିମ ଗାର୍ଲ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ଏଥିସହ ଅଗଷ୍ଟ ୨୫ରେ ରିଲିଜ ହୋଇଥିବା ଫିଲ୍ମ ଅକେଲିରେ ନୁସରତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅକେଲି ଏକ ଆଇଏସଆଇଏସ ଆତଙ୍କବାଦୀ ଏବଂ ପାକିସ୍ତାନ ସହ ଜଡିତ ଥିବା କାହାଣୀ ଉପରେ ନିର୍ମିତ ଫିଲ୍ମ ଅଟେ । ତେବେ ଏହି ଫିଲ୍ମର କାହାଣୀ ଯେପରି ଥିଲା, ସେହିପରି ନୁସରତଙ୍କ ସହ ସମାନ ଘଟଣା ସେ ଇସ୍ରାଏଲରେ ଥିବା ସମୟରେ ଘଟିଲା ।
ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲରୁ ସୁରକ୍ଷିତ ସ୍ବଦେଶ ଫେରିଲେ ନୁସରତ ଭରୁଚା
ସୂଚନା ଥାଉ କି, ପାଲେଷ୍ଟାଇନର ହମାସ୍ ଆତଙ୍କବାଦୀ ଗୋଷ୍ଠୀ ଶନିବାର ଅର୍ଥାତ୍ ଅକ୍ଟୋବର ୭ ତାରିଖ ସକାଳୁ ଇସ୍ରାଏଲ ଉପରେ ଅଚାନକ ଘନ ଘନ ରକେଟ ମାଡ଼ କରିଥିଲା । ଗାଜା ଷ୍ଟ୍ରିପ୍ରୁ ୫୦୦୦ରୁ ଅଧିକ ରକେଟ ବର୍ଷା କରିବା ପରେ ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ଘନାଇବାରେ ଲାଗିଛି । ଏହି ଆକ୍ରମଣରେ ଇସ୍ରାଏଲରେ ୬୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଛନ୍ତି ।