ETV Bharat / entertainment

ନିତିନ ଦେଶାଇ ମୃତ୍ୟୁ ପୂର୍ବରୁ କରିଥିଲେ ଅଡିଓ ରେକର୍ଡ, ଋଣଦାତାଙ୍କ ତଦନ୍ତ କରାଯିବ କହିଲେ ମହାରାଷ୍ଟ୍ର ସରକାର - ନିତିନ ଦେଶାଇଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

ପ୍ରସିଦ୍ଧ ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଅଡିଓ କ୍ଲିପରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ଜଣାପଡିଛି । ଆତ୍ମହତ୍ୟା ପୂର୍ବରୁ ଦେଶାଇ ଏହି ଭଏସ୍ ରେକର୍ଡ କରିଥିବା ସୂଚନା ମିଳିଛି । ସେପଟେ ନିତିନ ଦେଶାଇଙ୍କ ମୃତ୍ୟୁ ମାମଲାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ବଡ ନିଷ୍ପତ୍ତି। ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ନିତିନ ଦେଶାଇଙ୍କୁ କରଜ ଦେଇଥିବା ବ୍ୟକ୍ତିଙ୍କ ତଦନ୍ତ କରାଯିବ। ଏବଂ ମିଳିଥିବା ଅଡିଓ କ୍ଲିପର ମଧ୍ୟ ଯାଞ୍ଚ କରାଯିବ। ଅଧିକ ପଢନ୍ତୁ

ନିତିନ ଦେଶାଇଙ୍କ ମୃତ୍ୟୁ ପୂର୍ବରୁ ରେକର୍ଡ କରିଥିଲେ ଅଡିଓ, ଋଣଦାତାଙ୍କ ତଦନ୍ତ କରାଯିବ କହିଲେ ମହାରାଷ୍ଟ୍ର ସରକାର

author img

By

Published : Aug 4, 2023, 3:22 PM IST

Updated : Aug 4, 2023, 4:32 PM IST

ହାଇଦ୍ରାବାଦ: ବରିଷ୍ଠ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ମୃତ୍ୟୁ ପରେ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୁହାଯାଉଛି ଯେ ନିତିନ ଦେଶାଇଙ୍କ କମ୍ପାନୀ କୋଟିକୋଟି ଟଙ୍କାର ଋଣ ନେଇଛି । ମିଳିଥିବା ସୂଚନା ଅନୁଯାୟୀ, ନିତିନ ଦେଶାଇ ତାଙ୍କ ମୃତ୍ୟୁ ପୂର୍ବରୁ ଏକ ଅଡିଓ କ୍ଲିପ୍ ବି ରେକର୍ଡ କରିଥିଲେ, ଯାହାର ସୂଚନା ବର୍ତ୍ତମାନ ସାମ୍ନାକୁ ଆସୁଛି । ମୃତ୍ୟୁ ପୂର୍ବରୁ ରେକର୍ଡ ହୋଇଥିବା ଅଡିଓରେ ନିତିନ ଦେଶାଇ କହିଛନ୍ତି ଯେ, ସେ ଏକ ବେସରକାରୀ କମ୍ପାନୀ ବ୍ୟତୀତ ଅନ୍ୟ କାହାକୁ ଦାୟୀ କରନ୍ତି ନାହିଁ । ନିତିନ ଦେଶାଇଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା ।

ଅଡିଓ ରେକର୍ଡିଂରେ ନିତିନ ଦେଶାଇ ସୂଚନା ଦେଇଛନ୍ତି ଯେ ଏକ ବେସରକାରୀ କମ୍ପାନୀ ହେତୁ ସେ କିପରି ଅସୁବିଧାରେ ପଡ଼ିଲେ, ଧୋକା ଖାଇଲେ ଏବଂ ମାନସିକ ସ୍ତରରେ ବିଚଳିତ ହେଲେ । ଏହି କ୍ଲିପ୍‌ରେ ତାଙ୍କ ସହ ବିଶ୍ୱାସଘାତକତା ବିଷୟରେ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଏହି କମ୍ପାନୀ ବ୍ୟତୀତ ସେ ତାଙ୍କ ମୃତ୍ୟୁ ପାଇଁ ଅନ୍ୟ କାହାକୁ ଦାୟୀ କରନ୍ତି ନାହିଁ । ଏଥିସହ ନିତିନ ଦେଶାଇ ଏହି ଅଡିଓ କ୍ଲିପ୍‌ରେ ମହାରାଷ୍ଟ୍ର ସରକାରଙ୍କୁ ତାଙ୍କ ଷ୍ଟୁଡିଓକୁ ନେଇ ମଧ୍ୟ ଏକ ଭାବପ୍ରବଣ ଆବେଦନ କରିଛନ୍ତି । ସେ କହିଛନ୍ତି ଯେ, ଏହି ଷ୍ଟୁଡିଓ ମୋ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି ।

ତେବେ ନିତିନଙ୍କ ମୃତ୍ୟୁ ପରେ ରାଜନୈତିକ ମାହୋଲ ମଧ୍ୟ ସରଗରମ ହେବାରେ ଲାଗିଛି । ଗୁରୁବାର ଦିନ ମହାରାଷ୍ଟ୍ର ବିଧାନସଭାରେ କଳା ନିର୍ଦ୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠିଥିଲା । ଏହାପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଦେଶାଇ ସମ୍ମୁଖୀନ ହୋଇଥିବା ଆର୍ଥିକ ସଙ୍କଟକୁ ସେ ଦାୟୀ କରିଛନ୍ତି । ଏହି ସମୟରେ ବିଧାୟକମାନେ ତାଙ୍କର ରାୟଗଡ ଏନଡିର ଆର୍ଟ୍‌ ୱାର୍କସ୍‌ ପ୍ରାଇଭେଟ ଲିମିଟେଡ୍ ଷ୍ଟୁଡିଓ କମ୍ପ୍ଲେକ୍ସକୁ ବଞ୍ଚାଇବାକୁ ମଧ୍ୟ ଆଲୋଚନା କରିଥିଲେ ।

ସେପଟେ ବିଜେପିର ମୁମ୍ବାଇ ମୁଖ୍ୟ ଆଶିଷ ଶେଲାର କହିଛନ୍ତି, "ସନ୍ଦିଗ୍ଧ ଟଙ୍କା ଋଣ କାରବାରର ତଦନ୍ତର ଜରୁରୀ ଆବଶ୍ୟକତା ରହିଛି । ଆଶିଷ ଶାହା ଏବଂ ତାଙ୍କ କମ୍ପାନୀ ବିରୋଧରେ ଏହି ଅଭିଯୋଗ ରହିଛି । ସୁଧ ସଂଗ୍ରହ ଏବଂ କରଜର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଉ ।" ସେହିପରି କଂଗ୍ରେସ ନେତା ତଥା ପୂର୍ବତନ ସିଏମ୍ ଅଶୋକ ଚୌହାନ ମଧ୍ୟ ଦେଶାଇଙ୍କ ଷ୍ଟୁଡିଓ ଗ୍ରହଣ କରିବା ଏବଂ ଏହା ସହ ଜଡିତ ସମସ୍ତଙ୍କ ସ୍ୱାର୍ଥ ରକ୍ଷା କରିବା ବିଷୟରେ କହିଥିଲେ । ଏହା ବ୍ୟତୀତ ଅନ୍ୟ ସଦସ୍ୟମାନେ ଏହି ଘଟଣାର ଅନୁସନ୍ଧାନ ପାଇଁ ଏସଆଇଟି ତଦନ୍ତ ଦାବି କରିଥିଲେ ।

ସଦସ୍ୟମାନେ କହିଛନ୍ତି ଯେ ସରକାର ଏହି ଷ୍ଟୁଡିଓକୁ ନିଲାମ କରିବା ଉଚିତ୍ ନୁହେଁ, ବରଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଅତୁଳନୀୟ ସ୍ଥାନ ସୃଷ୍ଟି କରିଥିବା ତାଙ୍କ ସଫଳତା, ପରିଶ୍ରମ ଏବଂ ବ୍ୟୟବରାଦ ପାଇଁ ଏହାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଚିତ୍ । ସଦସ୍ୟମାନେ ଆହୁରି ମଧ୍ୟ କହିଛନ୍ତି ଯେ ନିତିନ ତାଙ୍କ ମୃତ୍ୟୁ ପୂର୍ବରୁ କିଛି ଅଡିଓ କ୍ଲିପ୍ ରେକର୍ଡ କରିଥିଲେ । ଯଦି କେହି ତାଙ୍କୁ ଋଣ ରାଶି ଫେରସ୍ତ କରିବାକୁ ଧମକ ଦେଇଥାଆନ୍ତେ, ତେବେ ସରକାର ଏହାକୁ ଯାଞ୍ଚ କରି ସତ୍ୟତା ସାମ୍ନାକୁ ଆଣିବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ଆସିଲା ନିତିନ ଦେଶାଇଙ୍କ ପୋଷ୍ଟମର୍ଟମ ରିପୋର୍ଟ, ସାମ୍ନାକୁ ଆସିଲା ମୃତ୍ୟୁର କାରଣ

ଏଥିସହ ଦେଶାଇଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଘଟଣାର ତଦନ୍ତ ଆରମ୍ଭ ହେବ ବୋଲି ଫଡନାଭିସ୍ ଆଶ୍ୱସନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ବ୍ୟକ୍ତିଗତ ଋଣ କମ୍ପାନୀଠାରୁ ଦେଶାଇ ନେଇଥିଲେ, ତାଙ୍କ ଭୂମିକାର ଯାଞ୍ଚ କରାଯିବ । ସେଥିରୁ କମ୍ପୀନୀ ଦେଶାଇଙ୍କଠାରୁ ଅଧିକ ସୁଧ ନୁଆଯାଉଛି କି ନାହିଁ କିମ୍ବା ସେ କୌଣସି ଚାପରେ ଥିଲେ କି ନାହିଁ ତାହା ଜଣାପଡ଼ିବ । 52 ଏକର ଷ୍ଟୁଡିଓକୁ ନେଇ ସେ କହିଛନ୍ତି ଯେ, ସରକାର ଏହାର ଆଇନଗତ ଦିଗଗୁଡ଼ିକୁ ଯାଞ୍ଚ କରିବେ କି ଏହାର ସୁରକ୍ଷା ହୋଇପାରିବ କି ରାଜ୍ୟ ସରକାର ଏହାକୁ ଅଧିଗ୍ରହଣ କରିବେ ।

Last Updated : Aug 4, 2023, 4:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.