ETV Bharat / entertainment

ସୋନାଲି ଫୋଗଟ୍‌ଙ୍କୁ ଜବରଦସ୍ତ ଦିଆଯାଇଥିଲା ଡ୍ରଗ୍ସ, PA ସୁଧୀରଙ୍କ ସମେତ ଦୁଇ ଗିରଫ

author img

By

Published : Aug 26, 2022, 8:06 PM IST

ସୋନାଲି ଫୋଗାଟଙ୍କ ମୃତ୍ୟୁରେ ପୁଣି ଏକ ନୂଆ ଖୁଲାସା ହୋଇଛି । ଗୋଆ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସୋନାଲିଙ୍କୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା । ଅଧିକ ପଢନ୍ତୁ

ସୋନାଲି ଫୋଗଟ୍‌ଙ୍କ ଦିଆଯାଇଥିଲା ଡ୍ରଗ୍ସ, ଗୋଆ ପୋଲିସର ବଡ ଖୁଲାସା

ପାନାଜୀ: ସୋସିଆଲ ମିଡିଆ ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ (Sonali Phogat death case) କ୍ରମଶଃ ଜଟିଳ ହେବାରେ ଲାଗିଛି । ସୋନାଲି ଫୋଗଟଙ୍କ ମୃତ୍ୟୁରେ ପୁଣି ଏକ ନୂଆ ଖୁଲାସା ହୋଇଛି। ଗୋଆ ପୋଲିସର ଆଇଜି ଓମବୀର ସିଂ ବିଷ୍ଣୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସୋନାଲିଙ୍କୁ ଜବରଦସ୍ତ ଡ୍ରଗ୍ସ ପିଆଯାଇଥିଲା । ଆଇଜି ବିଷ୍ଣୁଙ୍କ ଅନୁଯାୟୀ ସୋନାଲିର PA ସୁଧୀର ସାଙ୍ଗୱାନ ଏବଂ ତାଙ୍କର ସହଯୋଗୀ ସୁଖବିନ୍ଦର ସିଂଙ୍କୁ ଗିରଫ କରାଯାଇଛି । ସିସିଟିଭି ଫୁଟେଜକୁ ଭିତ୍ତି କରି ଦେଖାଯାଇଥିଲା ଯେ ଅଭିଯୁକ୍ତ ସୁଧୀର ସାଙ୍ଗୱାନ ଏବଂ ତାଙ୍କ ସହଯୋଗୀ ସୁଖବିନ୍ଦର ସିଂ ସୋନାଲିଙ୍କ ସହ ଏକ କ୍ଲବରେ ପାର୍ଟି କରୁଥିଲେ।

  • Goa | On the basis of CCTV footage,it was seen that alleged Sudhir Sangwan & his associate Sukhwinder Singh were partying with the deceased at a club. A video establishes that one of them forcefully made the victim consume a substance: IGP Omvir Singh Bishnoi (1/2)#SonaliPhogat pic.twitter.com/YovTGncaQP

    — ANI (@ANI) August 26, 2022 " class="align-text-top noRightClick twitterSection" data=" ">

ଏକ ଭିଡିଓରେ ଦେଖାଯାଉଛି ଯେ, ସେମାନଙ୍କ ମଧ୍ୟରୁ ଜଣେ ପୀଡିତାଙ୍କୁ ଏକ ପଦାର୍ଥ ଖାଇବାକୁ ବାଧ୍ୟ କରିଥିଲା । ପଚରାଉଚରା ବେଳେ ସୁଖବିନ୍ଦର ଏବଂ ସୁଧୀର ସ୍ୱୀକାର କରିଛନ୍ତି ଯେ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ତରଳ ପଦାର୍ଥରେ ମିଶ୍ରଣ କରି ସୋନାଲିଙ୍କୁ କିଛି ପିଇାଇଥିଲେ । ଅତ୍ୟଧିକ ମାତ୍ରାରେ ସୋନାଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଅଭିଯୁକ୍ତ ତାଙ୍କୁ ବାଥରୁମକୁ ନେଇ ଯାଇଥିଲେ । ଆଇଜିପି କହିଛନ୍ତି ଯେ, FSL ର ବିଶେଷଜ୍ଞମାନଙ୍କୁ ଡକାଯାଇଛି । ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତଙ୍କୁ ଏକ ଟିମ୍ ସହିତ ବିଭିନ୍ନ ସ୍ଥାନକୁ ପଠାଯିବ, ଯାହା ଦ୍ବାରା ଅଧିକ ପ୍ରମାଣ ମିଳିପାରିବ ।

ଏହା ବି ପଢନ୍ତୁ: ଆସିଲା ସୋନାଲି ଫୋଗଟଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଶୀରରରେ ଆଘାତର ଚିହ୍ନଥିବା ସମ୍ପର୍କୀୟଙ୍କ ଅଭିଯୋଗ

ଗୁରୁବାର ଅପରାହ୍ନରେ ଗୋଆର ମେଡିକାଲ ଏବଂ ଫରେନସିକ୍ କଲେଜରେ ବସୋନାଲି ଫୋଗାଟଙ୍କ ମୃତଦେହ ପୋଷ୍ଟମର୍ଟମ କରାଯାଇଥିଲା । ଏହି ସମୟରେ ସୋନାଲି ଫୋଗାଟଙ୍କ ଶରୀରରେ ଗଭୀର ଆଘାତ ଚିହ୍ନ ଥିବା ରିପୋର୍ଟ ସାମ୍ନାକୁ ଆସିଥିଲା । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ । ଏଥି ସହ ଗୋଆ ପୋଲିସ ଉଭୟ PA ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦରଙ୍କୁ ହତ୍ୟା ମାମଲା ପଞ୍ଜିକରଣ କରିବା ପରେ ଗିରଫ କରିଛି ।

ଉଲ୍ଲେଖଯୋଗ୍ୟ, ସୋନାଲିଙ୍କ ମୃତ୍ୟୁ 23 ଅଗଷ୍ଟରେ ନିଶ୍ଚିତ ହୋଇଥିଲା । ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି ବୋଲି ଖବର ପ୍ରକାଶ ପାଇଥଲା। ସୋନାଲି ତାଙ୍କର କିିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠ‌ାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.