ETV Bharat / entertainment

ଓଡ଼ିଆ ଚଳଚ୍ଚିତ୍ର ବାଘ ବଜାରୀର ପୋଷ୍ଟର ରିଲିଜ

author img

By

Published : Feb 8, 2023, 3:11 PM IST

ବାଘ ବଜାରୀ ଡ୍ୟାନ୍ସ ଅଫ ଫିଚର ଚଳଚ୍ଚିତ୍ରର ପୋଷ୍ଟର ରିଲିଜ ହୋଇଯାଇଛି । ଏହା ଏକ ମୌଳିକ କାହାଣୀ ତେଣୁ ସମସ୍ତଙ୍କୁ ବେଶ ଭଲ ଲାଗିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଧିକ ପଢନ୍ତୁ

ବାଘ ବଜାରୀ
ବାଘ ବଜାରୀ
ବାଘ ବଜାରୀ ଡ୍ୟାନ୍ସ ଅଫ ଫିଚର

ଭୁବନେଶ୍ବର: ଦିନକୁ ଦିନ ମଣିଷ ଭିତରେ ବଢୁଛି ହିଂସ୍ରତା । ତା ସହିତ ଏବେ ମଣିଷ ପଶ ସାଜି ଜଙ୍ଗଲୀ ଜୀବଜନ୍ତୁଙ୍କ ଚାଲାଣ ଆରମ୍ଭ କରୁଛି ମଣିଷ । ଏଭଳି କିଛି କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ବାଘ ବଜାରୀ । ମଙ୍ଗଳବାର ଏହି ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଛି । ଏହାସହ ସିନେମାର ସ୍କ୍ରିନିଂ ମଧ୍ୟ ହୋଇଯାଇଛି ।

ବାଘ ବଜାରୀ ଡ୍ୟାନ୍ସ ଅଫ୍‌ ଟାଇଗର ଅର୍ଥାତ ବାଘର ନୃତ୍ୟ ଫିଚର ଚଳଚିତ୍ରର ପୋଷ୍ଟର ଆଜି ଗୀତ ଗୋବିନ୍ଦ ଭବନରେ ରିଲିଜ ହୋଇଛି । ସିନେମାର ସ୍କ୍ରିନିଂ ମଧ୍ୟ ହୋଇଯାଇଛି । ଓଡ଼ିଶା ଚଳଚ୍ଚିତ୍ର ବ୍ୟାନରରେ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ କାହାଣୀ ଲେଖିଛନ୍ତି ମିହିର ରଞ୍ଜନ ଆଚାର୍ଯ୍ୟ । ପ୍ରଯୋଜିକା ସ୍ମୃତିରେଖା ମିଶ୍ର ସିନେମାର ପ୍ରଯୋଜନା ଦେଇଥିବା ବେଳେ ଅଭିନେତା ହର ରଥ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୀତିରାଜ ଶତପଥି, ଚିତ୍ତରଞ୍ଜନ ବିଶ୍ୱାଳ, ଦେବଦତ୍ତ ବିଶ୍ୱାସ, ତିଳତମ ସାହୁ ପ୍ରମୁଖ ଅଭିନୟ କରୁଛନ୍ତି । ସିନେମାର ନିର୍ଦେଶନା ଦେଇଛନ୍ତି ଦେବଦତ ପ୍ରଧାନ ଓ ମିହିର ରଞ୍ଜନ ଆଚାର୍ଯ୍ୟ ।

ଏହା ମଧ୍ୟ ପଢନ୍ତୁ: SidKiara Wedding: ନବ ଦମ୍ପତିକୁ ଛୁଟିଲା ଶୁଭେଚ୍ଛା ସୁଅ, ଏକ୍ସ ଗର୍ଲଫ୍ରେଣ୍ଡ ବି ଜଣାଇଲେ ଅଭିନନ୍ଦନ

ଏହି ଚଳଚ୍ଚିତ୍ରରେ ଦୁଇଟି ଗୀତ ରହିଛି । ନାଟ୍ୟକାର ବିଜୟ ଦାସ ଗୀତ ରଚନା କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଫିଲ୍ମର ଅଧିକାଂଶ ସୁଟିଂ କଟକ ଖୋର୍ଦ୍ଧା ଭୁବନେଶ୍ୱର ବଡ଼ମ୍ବାରେ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସମୟରେ ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ କାହାଣୀ ଗତିଶୀଳ ହୋଇଥିବା ବେଳେ ୪ ବନ୍ଧୁ କିପରି ବିଦ୍ୟାଳୟ ଶିକ୍ଷକଙ୍କୁ ଭେଟିବାକୁ ଯାଇ ବାଘ ବାହାରି ଖେଳର ଚକା ପଞ୍ଝା ଭିତରେ ଫସିଛନ୍ତି ତାହା ଦେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: Anubhav-Varsha marital discord: ଫ୍ୟାମିଲି କୋର୍ଟରେ ଉଭୟଙ୍କ ମାମଲାର ଶୁଣାଣି ଚାଲିବ

ମୋଟାମୋଟି ଭାବେ କହିବାକୁ ଗଲେ ୱାଇଲ୍ଡ ଲାଇଫ ଟ୍ରାଫିକିଂ ବା ଜଙ୍ଗଲୀ ଜନ୍ତୁ ଚାଲାଣ ବା ବେଆଇନ ବିକ୍ରି କଥା ଦର୍ଶାଯାଇଛି । ଅନ୍ୟପଟେ ଟଙ୍କା ଲୋଭରେ ପଡ଼ି ମଣିଷ କିଭଳି ଅମାନୁଷିକ ଭାବେ ବାଘ ଭଳି ହିଂସ୍ର ହୋଇ ନିଜର ମଣିଷପଣିଆ ହରାଉଛି ତାହା ବର୍ଣ୍ଣନା କରାଯାଇଛି । ତେଣୁ ପଶୁଙ୍କ ସୁରକ୍ଷା ଓ ମଣିଷର ମାନବିକତା ବୋଧକୁ ନେଇ ସିନେମାଟିର ପ୍ରସ୍ତୁତି କରାଯାଇଛି । ଏହା ଏକ ମୌଳିକ କାହାଣୀ ଉପରେ ଅଧାରିତ । ତେଣୁ ସମସ୍ତଙ୍କୁ ବେଶ ଭଲ ଲାଗିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏହି ଫିଲ୍ମ ଦେଖି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.