ETV Bharat / entertainment

HBD Ranbir Kapoor: ପରିବାର ସହ ବର୍ଥ ଡେ’ ସେଲିବ୍ରେସନ କଲେ ରଣବୀର କପୁର

author img

By ETV Bharat Odisha Team

Published : Sep 28, 2023, 1:13 PM IST

Updated : Sep 28, 2023, 1:55 PM IST

ବଲିଉଡ ଅଭିନେତା ରଣବୀର କପୁରଙ୍କ ଆଜି (28 ସେପ୍ଟେମ୍ବର) 41 ତମ ଜନ୍ମଦିନ । ଏହି ଅବସରରେ ଅଭିନେତାଙ୍କ ମାଆ ଏବଂ ଭଉଣୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢନ୍ତୁ

ରଣବୀର କପୁର
ରଣବୀର କପୁର

ହାଇଦ୍ରାବାଦ: ବଲିଉଡର ହ୍ୟାଣ୍ଡସମ୍‌ ଆକ୍ଟର ରଣବୀର କପୁର ଆଜି (28 ସେପ୍ଟେମ୍ବର) ତାଙ୍କର 41 ତମ ଜନ୍ମଦିନ ପାଳନ କରୁଛନ୍ତି । ରଣବୀର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ ସହିତ ଏବେ ଚର୍ଚ୍ଚାରେ ଅଛନ୍ତି । ଗତ ବର୍ଷ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ସହିତ ବକ୍ସ ଅଫିସରେ ଧମାଲ ମଚାଇବା ପରେ ଅଭିନେତା ଚଳିତ ବର୍ଷ ‘ତୁ ଝୁଠି ମେଁ ମକ୍କାର’ ଚଳଚ୍ଚିତ୍ର ସହିତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଆଜି ରଣବୀର କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ବିଶେଷ ଦିନ । ରଣବୀର କପୁରଙ୍କ ପରିବାର ସଦସ୍ୟଙ୍କ ସହ ତାଙ୍କ ପ୍ରଶଂସକମାନେ ମଧ୍ୟ ଅଭିନେତାଙ୍କ ଜନ୍ମଦିନକୁ ଧୁମ୍‌ଧାମର ସହିତ ପାଳନ କରିଛନ୍ତି ।

ପରିବାର ସହ ବର୍ଥ ଡେ’ ସେଲିବ୍ରେସନ କଲେ ରଣବୀର
ପରିବାର ସହ ବର୍ଥ ଡେ’ ସେଲିବ୍ରେସନ କଲେ ରଣବୀର

ଏହି ବିଶେଷ ଅବସରରେ ତାଙ୍କ ପ୍ରଶଂସକ, ସେଲିବ୍ରିଟି ଏବଂ ପରିବାର ସଦସ୍ୟ ରଣବୀରଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ମାଆ ନୀତୁ କପୁର ରଣବୀରଙ୍କୁ ଆଶୀର୍ବାଦ ସହ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ନୀତୁ ତାଙ୍କ ଲାଡଲା ପୁଅ ରଣବୀର କପୁରଙ୍କ ପାଇଁ ସୋସିଆଲ ମିଡିଆରେ ଏକ ପ୍ରେମଭରା ପୋଷ୍ଟ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପାଠ ପଢାରୁ ବଞ୍ଚିବା ପାଇଁ ଅଭିନୟ ଦୁନିଆରେ ଥାପିଥିଲେ ପାଦ, ଆଜି କୋଟି କୋଟି ଟଙ୍କାର ମାଲିକ ରଣବୀର

  • " class="align-text-top noRightClick twitterSection" data="">

ଜନ୍ମଦିନର ଶୁଭେଚ୍ଛା ଜଣାଇ ନୀତୁ କପୁର ତାଙ୍କର ଏକମାତ୍ର ପୁଅ ରଣବୀର କପୁରଙ୍କ ଜନ୍ମଦିନ ଉତ୍ସବର ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ କେକ୍ ଏବଂ ଅନ୍ୟ ଏକ ଫଟୋରେ ରଣବୀର ନିଜେ ନଜର ଆସିଛନ୍ତି । ଏହି ଫଟୋଗୁଡିକୁ ସେୟାର୍ କରି ନୀତୁ ତାଙ୍କ ପୁଅ ପାଇଁ ଲେଖିଛନ୍ତି, ‘‘ମୋର ସବୁଠାରୁ ଅଧିକ ସ୍ପେଶାଲ ବର୍ଥ ଡେ’ ସେଲିବ୍ରେସନ, ତୁମ ଭଳି ପୁଅ ପାଇଥିବାରୁ ମୁଁ ଧନ୍ୟ ଅଟେ।’’

ଏଠାରେ ରଣବୀରଙ୍କ ବଡ଼ ଭଉଣୀ ରିଦ୍ଧିମା କପୁର ସାହନି ତାଙ୍କ ସାନଭାଇଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିବା ବେଳେ ଅଭିନେତାଙ୍କ ଫଟୋ ସେୟାର କରିଛନ୍ତି । ଏହି ଫଟୋ ରଣବୀର କପୁର ଏବଂ ରିଦ୍ଧିମାଙ୍କ ପିଲାଦିନର ଏବଂ ଉଭୟ ତାରକା ଜେଜେ ରାଜ କପୁରଙ୍କ କୋଳରେ ବସିଛନ୍ତି । ଏଥି ସହିତ ପ୍ରଶଂସକମାନେ ରଣବୀର କପୁରଙ୍କୁ ତାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ଏଠାରେ ରଣବୀର କପୁର ତାଙ୍କ ଜନ୍ମଦିନରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ଆନିମଲର ଟିଜର ରୂପରେ ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ।

ରଣବୀରଙ୍କ ପାଇଁ ଆଲିଆଙ୍କ ଜନ୍ମଦିନ ପୋଷ୍ଟ

ରଣବୀର କପୁରଙ୍କୁ ଓ୍ୱିଶ୍‌ କରିବା ପାଇଁ ଆଲିଆ ଭଟ୍ଟ ଅନେକ ଫଟୋ ସେୟାର କରିଛନ୍ତି । ସେମାନଙ୍କ କ୍ବାଲିଟି ଟାଇମଠାରୁ ଆରମ୍ଭ କରି ସେମାନଙ୍କ ବିବାହ ପର୍ଯ୍ୟନ୍ତ ଅନେକ ଫଟୋ ସେୟାର କରିଛନ୍ତି । ଆଲିଆ ଭଟ୍ଟ ନିଜର ପ୍ରଥମ ଫଟୋରେ ରଣବୀର କପୁରଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି । ଏହାପରେ ଦ୍ବିତୀୟ ଫଟୋରେ ଉଭୟ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବାର ନଜର ଆସିଛନ୍ତି । ଆଲିଆ ଏକ ଫଟୋରେ ରଣବୀରଙ୍କ ବର ଲୁକ୍ ସେୟାର କରିଛନ୍ତି । ଯେତେବେଳେ କି, ଚତୁର୍ଥ ଫଟୋରେ, ଏହା ଉଭୟଙ୍କ ମେହେନ୍ଦି ସମାରୋହର ଅଟେ, ଯେଉଁଥିରେ ରଣବୀର ଆଲିଆଙ୍କୁ ତାଙ୍କ ହାତରେ ଲାଗିଥିବା ମେହେନ୍ଦୀକୁ ଦେଖାଉଛନ୍ତି ।

ଆନିମଲରେ ରଣବୀର କପୁର

ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ ନିଜର ଯାଦୁ ଦେଖାଇବେ । ରଣବୀର କପୁରଙ୍କ ସହ ଅନୀଲ କପୁର, ବବି ଦେଓଲ ଏବଂ ରଶ୍ମିକା ମନ୍ଦାନାଙ୍କୁ ଆନିମଲରେ ଦେଖିବାକୁ ମିଳିବ । ଫିଲ୍ମରୁ ରଣବୀର କପୁର ଏବଂ ଅନିଲ କପୁର, ବବି ଦେଓଲ ଏବଂ ରଶ୍ମିକା ମନ୍ଦାନାଙ୍କ ଲୁକ୍‌ ସେୟାର ହୋଇଛି । ଏହି ଚଳଚ୍ଚିତ୍ରଟିକୁ କବୀର ସିଂ ଏବଂ ଅର୍ଜୁନ ରେଡ୍ଡୀ ଫେମ୍‌ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ନିର୍ଦ୍ଦେଶନା ଦେଇଛନ୍ତି ।

Last Updated : Sep 28, 2023, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.