ETV Bharat / entertainment

Parineeti Raghav: ବିବାହ ପୂର୍ବରୁ ଆଶୀର୍ବାଦ ନେବାକୁ ସ୍ବର୍ଣ୍ଣ ମନ୍ଦିର ପରିଣୀତି-ରାଘବ

author img

By

Published : Jul 1, 2023, 1:20 PM IST

ବିବାହ ପୂର୍ବରୁ ଅମୃତସର ସ୍ବର୍ଣ୍ଣ ମନ୍ଦିର ଗୁରୁଦ୍ବାର ଯାଇ ପ୍ରାର୍ଥନା କଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢା । ଅଧିକ ପଢନ୍ତୁ

Parineeti Raghav
Parineeti Raghav
Parineeti Raghav At The Holy Golden Temple

ଚଣ୍ଡିଗଡ: ବେଶ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢା । ଏହାରି ଭିତରେ ମେ 13 ତାରିଖରେ ଉଭୟର ନିର୍ବନ୍ଧ ସରିଥିବା ବେଳେ ଚଳିଚ ବର୍ଷ ଶେଷ ପୂର୍ବରୁ ଉଭୟଙ୍କ ହାତଗଣ୍ଠି ପଡିବା ନେଇ ସୂଚନା ମିଳିପାରିଛି । ଏନେଇ ବିବାହକୁ ନେଇ ମୁହଁ ଖୋଲିନାହାନ୍ତି ଆମ୍ ଆଦମୀଙ୍କ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ରାଘବ ଚଢା କିମ୍ବା ବଲିଉଡ କୁଇନ ପରିଣୀତି ଚୋପ୍ରା । ତେବେ ଗତ କିଛି ଦିନ ହେବ ଦୁହେଁ ଏକାଠି ନଜର ଆସୁଥିବାର ଫଟୋ ଭିଡିଓ ଭାଇରାଲ ହେଉଥିବା ବେଳେ ଏବେ ଦୁହେଁ ପଞ୍ଜାବର ଅମୃତସର ସ୍ବର୍ଣ୍ଣ ମନ୍ଦିରରେ ନଜର ଆସିଛନ୍ତି । ବିବାହ ପୂର୍ବରୁ ଦୁହେଁ ବାବାଙ୍କ ଆଶୀର୍ବାଦ ନେବା ପାଇଁ ପହଞ୍ଚିଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ସେହି ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସ୍ବର୍ଣ୍ଣ ମନ୍ଦିରରେ ପାଓ୍ବାର କପଲ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କୁ ବର୍ତ୍ତମାନ ପାଓ୍ବାରଫୁଲ କପଲ ବୋଲି ଚର୍ଚ୍ଚା ହେଉଛି । ଦୁହେଁ ବିବାହ ପୂର୍ବରୁ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିଥିଲେ । ଉଭୟଙ୍କ ଫଟୋ ଏବଂ ଭିଡିଓ ସୁବର୍ଣ୍ଣ ମନ୍ଦିରରୁ ଆସିଥିଲା, ଯେଉଁଥିରେ ପରିଣୀତି ଫିକା ହଳଦିଆ ରଙ୍ଗର ସୁଟରେ ନଜର ଆସିଥିବା ବେଳେ ରାଘବ ଚଢା ଧଳା ରଙ୍ଗର କୁର୍ତ୍ତା ସହ ଜ୍ୟାକେଟରେ ନଜର ଆସିଥିଲେ । ଉଭୟଙ୍କ ଫଟୋ ଦେଖି ପ୍ରଶଂସକମାନେ ବହୁତ ପସନ୍ଦ ବା ଲାଇକ କରିଛନ୍ତି । ତେବେ ଦୁହେଁ ଗୁରୁଦ୍ବାରରେ ରୀତିନୀତି ଅନୁସାରେ ସମସ୍ତ ପୂଜା କରିଥିବା ବେଳେ ତାଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଚାରିପଡୁ ସୁରକ୍ଷା ବଳ ଘେରି ରହିଥିବା ବେଳେ ତାଙ୍କ ନିକଟକୁ ଯିବା ପାଇଁ କାହାକୁ ଛଡାଯାଇନଥିଲା । ତେବେ ସ୍ବର୍ଣ୍ଣ ମନ୍ଦିର ଗସ୍ତ କରିବା ସମୟରେ ସେ ଗଣମାଧ୍ୟମକୁ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: ଲଣ୍ଡନରେ ଏକାଠି WTC ମ୍ୟାଚ ଦେଖିଲେ ପରିଣୀତି-ରାଘବ, ଫଟୋ ଭାଇରାଲ

ପ୍ରକାଶଥାଉକି, ନିର୍ବନ୍ଧ ସରିଥିବା ବେଳେ ବର୍ତ୍ତମାନ ବିବାହକୁ ନେଇ ବେଶ ଚର୍ଚ୍ଚା ହେଉଛି । ଦୁହିଁଙ୍କର ବିବାହ ନଭେମ୍ବର ମାସରେ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଉଦୟପୁରର ଏକ ପ୍ୟାଲେସରେ ଏହି କପଲ ବିବାହ କରିପାରନ୍ତି ବୋଲି ଜଣାପଡିଛି । ଏହା ପୂର୍ବରୁ ଦୁହେଁ ଲଣ୍ଡନ ଯାଇ ବିବାହର ସପିଂ କରିଥିଲେ । ତେବେ ଲଣ୍ଡନରେ ରହିଥିବା ବେଳେ ଦୁହିଁଙ୍କର ଅନେକ ଭିଡିଓ ଭାଇରାଲ ହୋଇଥିଲା । ପ୍ରଶଂସକ ବା ଫ୍ୟାନ୍ସମାନେ ଦୁହିଁଙ୍କ ସହ ସେଲ୍ଫି ଏବଂ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ତେବେ ଖୁବ୍‌ଶୀଘ୍ର ଇମତିଆଜ୍ ଅଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଚମକିଲା'ରେ ପରିଣୀତିଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଦିଲଜିତ୍‌ ଦୋସାଞ୍ଜଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.