ETV Bharat / entertainment

Bday Special: 327କୋଟି ଟଙ୍କାର ମାଲିକ ମିଥୁନ, ଫିଲ୍ମ ଅପେକ୍ଷା ଏଥିରୁ କରନ୍ତି ଅଧିକ ରୋଜଗାର

author img

By

Published : Jun 16, 2023, 11:06 AM IST

ମିଥୁନ ଚକ୍ରବର୍ତ୍ତୀ ଇଣ୍ଡଷ୍ଟ୍ରିର ଜଣେ ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ । ପରଦାରେ ସେ ପ୍ରାୟ 350 ଚଳଚ୍ଚିତ୍ରରେ କାମ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ମିଥୁନ ଚକ୍ରବର୍ତ୍ତୀ ତାଙ୍କର 73 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ରୋଜଗାର ବିଷୟରେ,

327କୋଟି ଟଙ୍କାର ମାଲିକ ମିଥୁନ ଚକ୍ରବର୍ତ୍ତୀ
327କୋଟି ଟଙ୍କାର ମାଲିକ ମିଥୁନ ଚକ୍ରବର୍ତ୍ତୀ

ହାଇଦ୍ରାବାଦ: ମିଥୁନ ଚକ୍ରବର୍ତ୍ତୀ ବଲିଉଡ ଲୋକପ୍ରିୟ ଏବଂ ଶ୍ରେଷ୍ଠ ଅଭିନେତା ମଧ୍ୟରେ ଅନ୍ୟତମ । ଯିଏ 1976 ମସିହାରେ ମୃଗାୟା ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିଥିଲେ । ପ୍ରଥମ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ । ହିନ୍ଦୀ ବ୍ୟତୀତ ସେ ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ପଞ୍ଜାବୀରେ 350 ରୁ ଅଧିକ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ସେ ବର୍ତ୍ତମାନ ଫିଲ୍ମ ଅପେକ୍ଷା ରାଜନୀତିରେ ସକ୍ରିୟ ରହିଛନ୍ତି । ଆଜି ମିଥୁନ ଚକ୍ରବର୍ତ୍ତୀଙ୍କ 73 ତମ ଜନ୍ମଦିନ । ଏହି ଅବସରରେ ଚାଲନ୍ତୁ ଜାଣିବା ମିଥୁନ ମୋଟ ସମ୍ପତ୍ତି ଏବଂ ରୋଜଗାର ବିଷୟରେ ।

ଅନେକ ଭାଷାର ଚଳଚ୍ଚିତ୍ରରେ କାମ କରିଥିବା ଏବଂ ଅନେକ ରାଜନୈତିକ ଦଳରେ ଯୋଗଦାନ କରିଥିବା ମିଥୁନ ଚକ୍ରବର୍ତ୍ତୀଙ୍କର ମୁମ୍ବାଇ, ଓଟି, କୋଲକାତା ଭଳି ସହରରେ ଅନେକ ସମ୍ପତ୍ତି ଅଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମିଥୁନ ଚକ୍ରବର୍ତ୍ତୀଙ୍କର ପ୍ରାୟ 40 ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ 327 କୋଟି ଟଙ୍କାର ସମ୍ପତ୍ତି ରହିଛି ।

ଅଭିନୟ ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀଙ୍କୁ ଅନେକ ରିଆଲିଟି ଶୋ’ର ଜଜ୍ ଭାବରେ ମଧ୍ୟ ଦେଖିବାକୁ ମିଳିଛି । ମିଥୁନ ଚକ୍ରବର୍ତ୍ତୀ ଚଳଚ୍ଚିତ୍ର ତଥା ବ୍ୟବସାୟରେ ମଧ୍ୟ ବହୁତ ସଫଳ ହୋଇଛନ୍ତି । ଜଣେ ଅଭିନେତା ହେବା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ 'ମୋନାର୍କ ଗ୍ରୁପ୍ ଅଫ୍ ହୋଟେଲ'ର ମାଲିକ ଅଟନ୍ତି । ତାଙ୍କର ଓଟି, ତାମିଲନାଡୁର ମାସିନାଗୁଡି ଏବଂ କର୍ଣ୍ଣାଟକର ମହୀଶୂରରେ ତାଙ୍କର ଅନେକ ବିଳାସପୂର୍ଣ୍ଣ ହୋଟେଲ ରହିଛି । ଏହି ହୋଟେଲ ଗୁଡିକରୁ ତାଙ୍କର ବହୁତ ରୋଜଗାର ହେଉଥିବା ଜଣାପଡିଛି।

ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୁକୁର ରଖିବାକୁ ବହୁତ ପସନ୍ଦ କରନ୍ତି । ମୁମ୍ବାଇ ଏବଂ ଓଟିରେ ଥିବା ତାଙ୍କ ବଙ୍ଗଳାରେ ପ୍ରାୟ 114ଟି କୁକୁର ଅଛନ୍ତି । ମୁମ୍ବାଇ ବଙ୍ଗଳାରେ 76 କୁକୁର ଥିବାବେଳେ ଓଟିରେ ଥିବା ବଙ୍ଗଳାରେ 38 କୁକୁର ଅଛନ୍ତି । ସେ ବଙ୍ଗଳାରେ କୁକୁରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଘର ମଧ୍ୟ ନିର୍ମାଣ କରିଛନ୍ତି । ଅନ୍ୟପଟେ ମୁମ୍ବାଇର ମଡଆଇଲ୍ୟାଣ୍ଡ ବିଳାସପୂର୍ଣ୍ଣ ବଙ୍ଗଳାର ମୂଲ୍ୟ ପ୍ରାୟ 46 କୋଟି ଟଙ୍କା । ଏହା ବ୍ୟତୀତ ମିଥୁନ୍ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ବିଳାସପୂର୍ଣ୍ଣ ଘର ମଧ୍ୟ ରଖିଛନ୍ତି। ଏହା ବ୍ୟତୀତ ମିଥୁନ୍ ତାଙ୍କର ଓଟିରେ ଏକ ଫାର୍ମହାଉସ୍ ଅଛି । ଯାହାର ମୂଲ୍ୟ କୋଟିଏ ଟଙ୍କା । ମିଥୁନ ଚକ୍ରବର୍ତ୍ତୀ ତାଙ୍କ ପରିବାର ସହ ସମୟ ବିତାଇବାକୁ ଏହି ଫାର୍ମହାଉସକୁ ଯାଆନ୍ତି।

ସୂଚନା ଥାଉ କି, କୋଟି କୋଟି ଟଙ୍କାର ମାଲିକ ହେବା ସତ୍ତ୍ବେ ମିଥୁନ ଚକ୍ରବର୍ତ୍ତୀ ଅତି ସରଳ ଜୀବନଯାପନ କରିବାକୁ ପସନ୍ଦ କରନ୍ତି । ମିଥୁନ ଚକ୍ରବର୍ତ୍ତୀ ଅଭିନେତ୍ରୀ ଯୋଗିତା ବାଲିଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତିଙ୍କର 4ଟି ସନ୍ତାନ ଅଛନ୍ତି। ମୋହାକ୍ଷ ଚକ୍ରବର୍ତ୍ତୀ, ନମାସି ଚକ୍ରବର୍ତ୍ତୀ, ଦିଶାନୀ ଚକ୍ରବର୍ତ୍ତୀ ଏବଂ ଉସମେ ଚକ୍ରବର୍ତ୍ତୀ । ମିଥୁନ ବର୍ତ୍ତମାନ ତାଙ୍କ ପରିବାର ଏବଂ ରାଜନୀତିରେ ସମୟ ଅତିବାହିତ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.