ETV Bharat / entertainment

'କିଲର ସୁପ୍'କୁ ମଲ୍ଟି ଲେୟର ମାଷ୍ଟରପିସ କହିଲେ ମନୋଜ ବାଜପେୟୀ - କିଲର ସୁପ୍

Manoj Bajpayee: ବଲିଉଡ ଅଭିନେତା ମନୋଜ ବାଜପେୟୀ ନିଜର ଥ୍ରୀଲର ୱେବସିରିଜ 'କିଲର ସୁପ୍' କୁ କହିଲେ ମଲ୍ଟି ଲେୟର ମାଷ୍ଟରପିସ । ଅଧିକ ପଢନ୍ତୁ

ଅଭିନେତା ମନୋଜ ବାଜପେୟୀ ନିଜର ଥ୍ରୀଲର ୱେବସିରିଜ
manoj bajpayee
author img

By ETV Bharat Odisha Team

Published : Jan 13, 2024, 10:33 AM IST

ହାଇଦ୍ରାବାଦ: 'ଦ ଫ୍ୟାମିଲି ମ୍ୟାନ' ପରେ ବଲିଉଡ ଅଭିନେତା ମନୋଜ ବାଜପେୟୀ ୱେବସିରିଜ 'କିଲର ସୁପ୍' ସହ ଫେରିଛନ୍ତି । ଗତକାଲି ଏହି ସିରିଜ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ଏଥିରେ ମନୋଜ ବାଜପେୟୀ ଡବଲ ଧମାକା କରୁଥିବା ଦେଖିବାକୁ ମିଳିଛି । ତେବେ ଅଭିନେତା ଏହି ସିରିଜରେ ଅଭିନୟ କରି ନିଜକୁ ଭାଗ୍ୟବାନ ମନେ କରୁଥିବା କହିଛନ୍ତି ।

ମନୋଜ ବାଜପେୟୀ କହିଛନ୍ତି, "କିଲର ସୁପ' କେବଳ ଗୋଟିଏ ଥର ଦେଖିବା ଭଳି ଫିଲ୍ମ ନୁହେଁ । ଏହି ଧାରାବାହିକରେ କରାଯାଇଥିବା ପ୍ରୟାସକୁ ପ୍ରକୃତରେ ପ୍ରଶଂସା କରିବାକୁ ହେଲେ ମୁଁ ଦର୍ଶକଙ୍କୁ ଏହାକୁ ଅତି କମରେ ତିନିଥର ଦେଖିବା ପାଇଁ ଅନୁରୋଧ କରୁଛି । ପ୍ରତ୍ୟେକ ଥର ଏହାକୁ ଦେଖିବା ପରେ ନୂଆ ଅନୁଭୂତି ମିଳିବ ।' ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଏହା ପିଆଜର ଚୋପା ଛଢାଇବା ଭଳି ଅଟେ । କାହାଣୀରେ ଅନେକ ତତ୍ତ୍ବ ରହିଛି । ତେଣୁ ଯଦି ଏହାକୁ ଆପଣ ଧ୍ୟାନର ସହ ନ ଦେଖିବେ ତେବେ ଆପଣ ଭଲରେ ବୁଝି ପାରିବେନି । ପ୍ରତ୍ୟେକ କାହାଣୀ ନିଜସ୍ବ ଚରିତ୍ର ବାଛିଥାଏ । ମୁଁ ଏହି ପ୍ରୋଜେକ୍ଟରେ କାମ କରି ନିଜକୁ ଭାଗ୍ୟବାନ ମନେ କରୁଛି ।"

ଏହା ମଧ୍ୟ ପଢନ୍ତୁ - ଆସିଲା 'କ୍ରିଲର ସୁପ୍' ଟ୍ରେଲର, କ୍ରାଇମ ସିରିଜ ସହ ମନୋଜ-କୋଙ୍କଣା ଲଗାଇବେ ତଡକା

ସୂଚନା ଥାଉ କି, 'ଦ ଫ୍ୟାମିଲି ମ୍ୟାନ୍'ରେ ମୃତ୍ୟୁ ରହସ୍ୟର ସମାଧାନ କରିଥିବା ମନୋଜ ବାଜପେୟୀ ନିଜେ 'କିଲର ସୁପ'ରେ ନିଜେ ହତ୍ୟା ଅଭିଯୋଗରେ ଫସି ରହିଥିବାର ନଜର ଆସିବେ । ଏହି ସିରିଜରେ ହତ୍ୟା କରୁଥିବା ବ୍ୟକ୍ତି ହେଉଛନ୍ତି ତାଙ୍କର ନକଲ କିମ୍ବା ତାଙ୍କ ପତ୍ନୀ, ଯିଏ ଏହି ୱେବ୍ ସିରିଜରେ ସ୍ବାତୀ ଶେଟ୍ଟୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ମର୍ଡର ମିଷ୍ଟ୍ରିରେ ଭରି ରହିଥିବା ଏହି କ୍ରାଇମ ସିରିଜ ଗତକାଲି ରିଲିଜ ହୋଇଛି । ପ୍ରକାଶ ଥାଉକି, ପୂର୍ବରୁ ବିଦ୍ୟା ବାଲାନ ଏବଂ ନାସିରୁଦ୍ଦିନ ଶାହାଙ୍କ 'ଇଶ୍କିୟାଁ ଏବଂ ଢେଡ ଇଶ୍କିୟାଁ'ର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ଅଭିଷେକ ଚୋବ 'କିଲର ସୁପର' ନିର୍ଦ୍ଦେଶନା ଦେଇଛନ୍ତି। ଏହି ସିରିଜ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଚଳିତ ବର୍ଷର ମନୋଜ ବାଜପେୟୀଙ୍କର ଏହା ହେବ ପ୍ରଥମ ୱେବ୍ ସିରିଜ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.