ETV Bharat / entertainment

Manoj Bajpayee @53: ସତ ହେଲା ଭବିଷ୍ୟବାଣୀ, ଇଣ୍ଡଷ୍ଟ୍ରିରେ ଚାଲିଛି ମନୋଜଙ୍କ ଯାଦୁ - ଅଭିନେତା ମନୋଜ ବାଜପେୟୀ ଜନ୍ମ ଦିନ

ଆଜି ଅଭିନେତା ମନୋଜ ବାଜପେୟୀଙ୍କ 53ତମ ଜନ୍ମଦିନ, ଯିଏ ହିନ୍ଦୀ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସହିତ ଜଡିତ ଦୁଇଟି ମଜାଦାର କାହାଣୀ ସମ୍ପର୍କରେ ।

ସତ ହେଲା ଭବିଷ୍ୟବାଣୀ, ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କଲେ ଅଭିନେତା

author img

By

Published : Apr 23, 2022, 10:20 AM IST

ହାଇଦ୍ରାବାଦ: ଆଜି ଅଭିନେତା ମନୋଜ ବାଜପେୟୀ (manoj bajpayee)ଙ୍କ 53ତମ ଜନ୍ମଦିନ, ଯିଏ ହିନ୍ଦୀ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ଜନ୍ମଦିନ ସହିତ ଜଡିତ ଦୁଇଟି ମଜାଦାର କାହାଣୀ କହିବାକୁ ଯାଉଛୁ, ଯାହାର ଉଲ୍ଲେଖ ପୀୟୁଷ ପାଣ୍ଡେ ତାଙ୍କ ଉପରେ ଲେଖିଥିବା ବାୟୋଗ୍ରାଫିରେ କରିଛନ୍ତି ।

ନିକଟରେ ପେଙ୍ଗୁଇନ୍ ଇଣ୍ଡିଆରୁ ମନୋଜ ବାଜପେୟୀଙ୍କ ବାୟୋଗ୍ରାଫି Kuch Pane Ki Zid ପ୍ରକାଶ ପାଇଛି । ଏହି ପୁସ୍ତକରେ ତାଙ୍କ ସଂଘର୍ଷର ଯାତ୍ରାକୁ ଏକ ଆକର୍ଷଣୀୟ ଢଙ୍ଗରେ ବର୍ଣ୍ଣନା କରାଯାଇଛି । ତାଙ୍କ ଜନ୍ମର ବିବରଣୀ ଦେବା ସହିତ ପୁସ୍ତକରେ ଲେଖା ହୋଇଛି - ମନୋଜ ବାଜପେୟୀଙ୍କ ଜନ୍ମ ବେତିଆର ମହାରାଣୀ ଜାନକୀ କୁନୱର ହସ୍ପିଟାଲରେ ହୋଇଥିଲା ।

ଡକ୍ୟୁମେଣ୍ଟରେ ରେକର୍ଡ ହୋଇଥିବା ମନୋଜଙ୍କ ଜନ୍ମ ତାରିଖ ହେଉଛି 23 ଏପ୍ରିଲ 1969 । ମନୋଜଙ୍କ ମାଆ କହିଛନ୍ତି, “ମନୋଜ ଅପରାହ୍ନ 3ଟାରେ ଜନ୍ମ ହୋଇଥିଲେ । ଆମ ଲୋକମାନଙ୍କର ସମସ୍ତ ପିଲା ଗାଁରେ ନୁହେଁ ବରଂ ନିଜେ ସହରରେ ରହୁଥିଲେ । ଆମେ ଗାଁରେ ରହୁଥିଲୁ କିନ୍ତୁ ପ୍ରସବ ସମୟରେ ଆମେ ଏକ ମାସ ପୂର୍ବରୁ ନିଜ ଘର (ସହରରେ ଥିବା ଘର)କୁ ପଳାଇଯାଇଥିଲୁ । ”

ମଜାଦାର କଥା ହେଉଛି କେବଳ ମନୋଜ ବାଜପେୟୀ ନୁହଁନ୍ତି ତାଙ୍କ ବଡ଼ ଭଉଣୀ କାମିନୀ ଏବଂ ସାନ ଭାଇ ଭଉଣୀ ସରୋଜ, ପୁନମ, ସୁଜିତ ଏବଂ ଗରିମା ମଧ୍ୟ ବେତିଆର ଜାନକି କୁନୱର ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ । ଏହାକୁ ଏକ ଥଟ୍ଟା ଭାବରେ ବି କୁହାଯାଇପାରେ ଯେ, ଡାକ୍ତରଖାନାର ପରିଚାଳନା ବୋଧହୁଏ ବାଜପେୟୀ ପରିବାରକୁ କିଛି ଡିଲ ବା ଚୁକ୍ତି ଦେଇଥିଲା, ଯେଉଁ କାରଣରୁ ସବୁ ଶିଶୁ ଏହି ଡାକ୍ତରଖାନାରେ ଜନ୍ମ ହୋଇଥିଲେ। କେବଳ ମନୋଜ ବାଜପେୟୀଙ୍କ ଭାଇ ଓ ଭଉଣୀ ନୁହଁନ୍ତି, ଦାଦା- ବଡବାପାଙ୍କ ପିଲାମାନେ ମଧ୍ୟ ବେତିଆ ଡାକ୍ତରଖାନାରେ ଜନ୍ମ ହୋଇଥିଲେ ।

ମନୋଜଙ୍କ ଭବିଷ୍ୟବାଣୀ

ମନୋଜ ବାଜପେୟୀଙ୍କ ଜନ୍ମ ହେବା ପରେ ତାଙ୍କର କୁଣ୍ଡଳୀ ବା ଜାତକ ପ୍ରସ୍ତୁତ କରାଯାଇଥିଲା । ଏହି କୁଣ୍ଡଳୀକୁ ଦେଖିବା କ୍ଷଣି ଜ୍ୟୋତିଷ ମନୋଜଙ୍କ ଭବିଷ୍ୟବାଣୀ କହିଦେଇଥିଲେ । ମନୋଜଙ୍କ ପିତା ରାଧାକାନ୍ତ ବାଜପେୟୀ କହିଥିଲେ, “ବେତିଆରେ ପଞ୍ଚାନନ୍ଦ ମିଶ୍ରା ନାମକ ଜଣେ ଜ୍ୟୋତିଷ ଥିଲେ। ମନୋଜଙ୍କ କୁଣ୍ଡଳୀ ଦେଖିବା ପରେ ସେ କହିଥିଲେ ଯେ ଏହି ପୁଅ ବହୁତ ନାଁ କରିବ । ସେ ଏକ ସମୟରେ କହିଥିଲେ ଯେ, ଏହି ପୁଅ ଜଣେ ନେତା କିମ୍ବା ଅଭିନେତା ହେବ । ଦୁଇଟି ମଧ୍ୟରୁ ଯେଉଁ କ୍ଷେତ୍ରରେ ଯିବ, ନାଁ ଅର୍ଜନ କରିବ । ପଞ୍ଚାନନ୍ଦ ମିଶ୍ରଙ୍କ ଏହି କଥା ସତ୍ୟ ପ୍ରମାଣିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.