ETV Bharat / entertainment

Mann Ki Baat: କେସମୀଙ୍କ ଭାରତୀୟ ସଙ୍ଗୀତ ପ୍ରତି ଆଗ୍ରହ ଅତ୍ୟନ୍ତ ପ୍ରେରଣାଦାୟକ କହିଲେ ମୋଦି, ଜାଣନ୍ତୁ କିଏ ଏହି କଣ୍ଠଶିଳ୍ପୀ - 105ତମ ମନ୍ କି ବାତରେ କେସମୀ

105ତମ ମନ୍ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ କେସମୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେସମୀକୁ ନେଇ କହିଲେ ଏମିତି

German Singer Songwriter  cassmae
German Singer Songwriter cassmae
author img

By ETV Bharat Odisha Team

Published : Sep 24, 2023, 2:13 PM IST

ହାଇଦ୍ରାବାଦ: ଦେଶର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ । ପ୍ରତି ରବିବାର ସକାଳ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରନ୍ତି ପ୍ରଧାନମନ୍ତ୍ରୀ । ତେବେ 105ତମ ଏପିସୋଡ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜିର କାର୍ଯ୍ୟକ୍ରମରେ ଚନ୍ଦ୍ରଯାନ ଏବଂ ଜି20କୁ ଚର୍ଚ୍ଚା କରିଥିବା ବେଳେ ଜର୍ମାନୀ ଗାୟିକା ତଥା ଗୀତିକାର କେସମୀଙ୍କର ପ୍ରଶଂସା କରିଛନ୍ତି ।

  • 21 साल की कैसमी इन दिनों Instagram पर खूब छाई हुई है। जर्मनी की रहने वाली कैसमी कभी भारत नहीं आई है, लेकिन, वो, भारतीय संगीत की दीवानी है, जिसने, कभी भारत को देखा तक नहीं, उसकी भारतीय संगीत में ये रूचि, बहुत ही Inspiring है।#MannKiBaat pic.twitter.com/dX249GnPc4

    — BJP (@BJP4India) September 24, 2023 " class="align-text-top noRightClick twitterSection" data=" ">

ମନ୍‌ କି ବାତ୍‌ରେ ଜର୍ମାନୀ ଗାୟିକା: ମନ୍‌ କି ବାତ୍‌ର 105ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଜର୍ମାନ ଗାୟିକା-ଗୀତିକାର କେସମୀଙ୍କ ଗୀତକୁ ପ୍ରଶଂସା କରିଥିଲେ । କେସିମକୁ ନେଇ ମୋଦି କହିଛନ୍ତି, "ଆଜିକା ସମୟରେ 21 ବର୍ଷୀୟ କେସମୀ ଇନ୍‌ଷ୍ଟାଗ୍ରାମ୍‌ରେ ବହୁତ ଲୋକପ୍ରିୟ ଅର୍ଜନ କରିଛନ୍ତି । ଜର୍ମାନୀରେ ରହୁଥିବା କେସ୍‌ମୀ କେବେ ମଧ୍ୟ ଭାରତ ଆସି ନାହାନ୍ତି । ଯିଏ ଭାରତକୁ ଦେଖିନାହାନ୍ତି ସେ ଭାରତୀୟ ସଙ୍ଗୀତର ଜଣେ ପ୍ରଶଂସକ । ଭାରତୀୟ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ଅତ୍ୟନ୍ତ ପ୍ରେରଣାଦାୟକ ।"

ଏହା ମଧ୍ୟ ପଢନ୍ତୁ: Mann Ki Baat: 'ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଛି ଜି 20 ସମ୍ମିଳନୀ'

ଦୃଷ୍ଟିବାଧିତ କେସମୀ: ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "କେସମୀ ଜନ୍ମରୁ ଦେଖିପାରୁ ନାହାଁନ୍ତି । କିନ୍ତୁ ଏହି କଠିନ ଆହ୍ବାନ ତାଙ୍କୁ ଅସାଧାରଣ ସଫଳତାଠାରୁ ଦୂରେଇ ପାରି ନାହିଁ । ସଙ୍ଗୀତ ଏବଂ ସୃଜନଶୀଳତା ପ୍ରତି ତାଙ୍କର ଆଗ୍ରହ ଏତେ ଥିଲା ଯେ, ସେ ପିଲାଦିନରୁ ଗୀତ ଗାଇବା ଆରମ୍ଭ କରିଥିଲେ । ସେ 3 ବର୍ଷ ବୟସରେ ଆଫ୍ରିକୀୟ ଡ୍ରମିଂ ଆରମ୍ଭ କରିଥିଲେ । ସେ ମାତ୍ର 5-6 ବର୍ଷ ପୂର୍ବେ ଭାରତୀୟ ସଙ୍ଗୀତ ସହିତ ପରିଚିତ ହୋଇଥିଲେ ଏବଂ ଭାରତୀୟ ସଙ୍ଗୀତ ତାଙ୍କୁ ଅଧିକ ମାତ୍ରାରେ ଆକର୍ଷିତ କରିଥିଲା ।

କେସମୀଙ୍କ ମୁଖରେ ଅନେକ ଭାରତୀୟ ଭାଷା: କେସମୀକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ସେ ତାବଲା ବଜାଇବା ମଧ୍ୟ ଶିଖିଛନ୍ତି । ସବୁଠାରୁ ପ୍ରେରଣାଦାୟକ କଥା ହେଉଛି ସେ ଅନେକ ଭାରତୀୟ ଭାଷାକୁ ମୁଖସ୍ତ କରିଛନ୍ତି। ସଂସ୍କୃତ, ହିନ୍ଦୀ, ମାଲାୟାଲମ୍, ତାମିଲ, କନ୍ନଡ଼, ବଙ୍ଗାଳୀ, ଉର୍ଦ୍ଦୁ ଭାଷାରେ ସେ ନିଜର କଣ୍ଠଦାନ କରିଛନ୍ତି । ଅନ୍ୟମାନଙ୍କ ପାଇଁ ଏତେ ଭାଷା କହିବା ଯେତିକି କଷ୍ଟକର, କେସମୀ ପାଇଁ ଏହା ସବୁ ସହଜ ଅଟେ । ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତ ପ୍ରତି ଜର୍ମାନୀର ଗାୟିକା କେସମୀଙ୍କ ଉତ୍ସାହକୁ ମୁଁ ହୃଦୟରୁ ପ୍ରଶଂସା କରେ ।"

ଶିବ ପଞ୍ଚାକ୍ଷର ଗାଇଛନ୍ତି କେସମୀ: ଜର୍ମାନୀ ବାସିନ୍ଦା କେସମୀ ଶିବ ପଞ୍ଚାକ୍ଷର ଗାଇଛନ୍ତି । ଯାହାକି ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ସେ ଗାଇଥିବା ଗୀତକୁ ଅଧିକରୁ ଅଧିକ ସେୟାର କରୁଛନ୍ତି ୟୁଜର୍ସ । ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ସେ ସଂସ୍କୃତ ଶ୍ଲୋକକୁ ଅତି ସୁନ୍ଦର ଭାବେ ଉଚ୍ଚାରଣ କରିଛନ୍ତି । ଯାହା ଭାରତୀୟଙ୍କୁ ଅଧିକ ପ୍ରଭାବିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.