ETV Bharat / entertainment

ଅରବାଜଙ୍କ ପରେ ବିବାହ କରିବେ ମଲାଇକା ! କହିଲେ ଯିଏ ବି ଆସୁ ମୁଁ ବିବାହ କରିବାକୁ ପ୍ରସ୍ତୁତ

author img

By ETV Bharat Odisha Team

Published : Dec 29, 2023, 11:31 AM IST

Malaika Arora On Marriage: ମଲାଇକା ଆରାରାଙ୍କ ପୂର୍ବତନ ସ୍ବାମୀ ଅରବାଜ ଖାନ ନିକଟରେ ବିବାହ କରିଛନ୍ତି । ଅରବାଜଙ୍କ ବିବାହକୁ ବର୍ତ୍ତମାନ ୫ ଦିନ ପୁରିଥିବା ବେଳେ ଏବେ ମଲାଇକା ନିଜ ବିବାହ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ଅରବାଜଙ୍କ ପରେ ବିବାହ କରିବେ ମଲାଇକା! କହିଲେ- 'ଯିଏ ବି ଆସୁ ମୁଁ ବିବାହ କରିବାକୁ ପ୍ରସ୍ତୁତ'

ହାଇଦ୍ରାବାଦ: ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ ବିବାହ ଋତୁ ଚାଲିଛି । ନିକଟରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେହିପରି ଡିସେମ୍ବର ୨୪ରେ ବଲିଉଡ ଅଭିନେତା ତଥା ନିର୍ମାତା ଅରବାଜ ଖାନ ୨ୟ ବିବାହ କରିଛନ୍ତି । ସେ ତାଙ୍କ ଗାର୍ଲଫ୍ରେଣ୍ଡ ଶୌରା ଖାନଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ବିବାହକୁ ଏବେ ୫ ଦିନ ପୁରିଥିବା ବେଳେ ବର୍ତ୍ତମାନ ଅରବାଜଙ୍କ ପୂର୍ବତନ ପତ୍ନୀ ମଲାଇକା ଆରୋରା ନିଜ ବିବାହକୁ ନେଇ ଘୋଷଣା କରିଛନ୍ତି । ବିବାହକୁ ନେଇ ସେ ପ୍ରତିକ୍ରିୟା ଦେଇ କହିଛନ୍ତି 'ଯିଏ ବି ଆସୁ ମୁଁ ବିବାହ କରିବାକୁ ପ୍ରସ୍ତୁତ' ।

ଡ୍ୟାନ୍ସ ରିଆଲିଟି ଶୋ' 'ଝଲକ ଦିଖଲା ଜା'ର ମଞ୍ଚରେ ମଲାଇକା ଆରୋରା ତାଙ୍କ ଦ୍ବିତୀୟ ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଶୋ'ରେ ଲୋକପ୍ରିୟ କୋରିଓଗ୍ରାଫର ଏବଂ ଫିଲ୍ମ ନିର୍ଦ୍ଦେଶକ ଫରାହା ଖାନ ତାଙ୍କୁ ଯେତେବେଳେ ବିବାହ ନେଇ ପଚାରିଥିଲେ, ୨୦୨୪ରେ ସିଙ୍ଗଲ କମ ପେରେଣ୍ଟରେ ଡବଲ ପେରେଣ୍ଟ କମ ଆକ୍ଟର ହେବାକୁ ଚାହୁଁଛନ୍ତି କି ? ସେତେବେଳେ ଏହି ପ୍ରଶ୍ନ ମଲାଇକା ବୁଝି ପାରିନଥିଲେ । ପରେ ଶୋ'ର ହୋଷ୍ଟ ଗୌହର ଖାନ ମଲାଇକାଙ୍କୁ ଏହା ବୁଝାଇ କହିଥିଲେ ଯେ, ତୁମେ କ'ଣ ବିବାହ କରିବ କି ?

ଏହାର ଉତ୍ତରରେ ମଲାଇକା କହିଛନ୍ତି ଯେ, ଯଦି କିଏ ଅଛି, ତାହା ହେଲେ ୧୦୦ ପ୍ରତିଶତ କରିବି । ଫରାହ ଖାନ ତା'ପରେ କୁହନ୍ତି କିଏ ଅଛି କ'ଣ ବହୁତ ଜଣ ଅଛନ୍ତି । ମଲାଇକା ପୁଣି କୁହନ୍ତି କିଏ ବିବାହ ପାଇଁ ପଚାରେ ତ ମୁଁ ବିବାହ କରିବାକୁ ପ୍ରସ୍ତୁତ । ପୁଣି ଫରାହ କୁହନ୍ତି ଯଦି କେହି ବି କୁହନ୍ତି ତାହାହେଲେ ତୁମେ ବିବାହ କରିଦେବ । ମଲାଇକା କୁହନ୍ତି ହଁ ଯିଏ ବି ପଚାରେ ମୁଁ ବିବାହ କରିବାକୁ ପ୍ରସ୍ତୁତ ।

ଏହା ମଧ୍ୟ ପଢନ୍ତୁ: ମଲାଇକାଙ୍କୁ ବିବାହ ନେଇ ମୁହଁ ଖୋଲିଲେ ଅର୍ଜୁନ, କହିଲେ 'ଏହା ଅନ୍ୟାୟ'

ସୂଚନା ଥାଉକି, ମଲାଇକା ଅରବାଜଙ୍କ ସହ ଛାଡପତ୍ର ପରେ ବର୍ତ୍ତମାନ ଅର୍ଜୁନ କପୁରଙ୍କୁ ଡେଟ୍ କରୁଛନ୍ତି । ଉଭୟ ମଲାଇକା ଏବଂ ଅର୍ଜୁନ ପ୍ରାୟ ସମୟରେ ଏକାଠି ନଜର ଆସିଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ କରି ମଧ୍ୟ ପରସ୍ପର ପ୍ରତି ଭଲପାଇବା ଦେଖାଇଥାନ୍ତି । ହେଲେ ଉଭୟ ଏପର୍ଯ୍ୟନ୍ତ ବିବାହ ନେଇ କୌଣସି ଘୋଷଣା କରିନାହାନ୍ତି । ନିକଟରେ କରଣ ଜୋହରଙ୍କ ସୋ କଫି ୱିଥ କରଣରେ ଅର୍ଜୁନ କପୁର ବିବାହକୁ ନେଇ ମୁହଁ ଖୋଲିଥିଲେ ।

ଅର୍ଜୁନ କହିଥିଲେ, 'ମୁଁ ଏହି ସମୟରେ ଭାବୁଛି, ମୁଁ ତୁମ ଶୋ'କୁ ଆସିବାକୁ ଯେତିକି ସଚ୍ଚୋଟ ଏବଂ ଏହା ବିଷୟରେ ମଧ୍ୟ ମୁଁ ସେତିକି ସଚ୍ଚୋଟ ହେବାକୁ ପସନ୍ଦ କରିବି । ମୁଁ ଭାବୁଛି ମଲାଇକାଙ୍କ ବିନା ଏଠାରେ ବସି ଭବିଷ୍ୟତ ବିଷୟରେ କଥା ହେବା ଠିକ ନୁହେଁ । ମୁଁ ଆଜି ଯେଉଁଠି ଅଛି, ବହୁତ ଖୁସି ଅଛି । ଆମେ ଅନେକ ଜିନିଷର ସାମ୍ନା କରିଛୁ । କିନ୍ତୁ ଏବେ ମୁଁ କୌଣସି ନିର୍ଦ୍ଧିଷ୍ଟ ଜିନିଷ ଉପରେ କଥା ହେବାକୁ ଚାହୁଁ ନାହିଁ । କାରଣ ଭବିଷ୍ୟତକୁ ନେଇ ଏକା କଥା ହେବା ଅନ୍ୟାୟ ହେବ । ମୁଁ ଭାବୁଛି ଏହା ସବୁଠାରୁ ସମ୍ମାନଜନକ ବିଷୟ ହେବ । ଥରେ ଆମେ ସେହି ପର୍ଯ୍ୟାୟରେ ପହଞ୍ଚିବା ପରେ ଆମେ ଆସି ଏକାଠି ଏହା ବିଷୟରେ ଆଲୋଚନା କରିବୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.