ହାଇଦ୍ରାବାଦ: ଟିଭି ଜଗତର ଚର୍ଚ୍ଚିତ ଅଭିନେତା ଜୟ ଭାନୁଶାଲୀ ଏବଂ ତାଙ୍କ ପତ୍ନୀ ମାହି ଭିଜ୍ଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଦମ୍ପତି ଏବଂ ସେମାନଙ୍କର ଦୁଇ ବର୍ଷର ଝିଅକୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଏହି ଧମକକୁ ଆଉ କେହି ନୁହଁନ୍ତି ବରଂ ଦମ୍ପତିଙ୍କ ରୋଷେୟା ଦେଇଛନ୍ତି । ଅଭିନେତ୍ରୀ ମାହି ଏହି ଧମକ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, କିନ୍ତୁ ଭୟରେ ଏହି ସମସ୍ତ ପୋଷ୍ଟ ଗୁଡିକୁ ପରେ ଡିଲିଟ କରିଦେଇଥିଲେ । ଏବେ ଅଭିନେତ୍ରୀ ନିଜେ ଖୋଲାଖୋଲି ଭାବେ ଏହା ଉପରେ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଗତ ଗୁରୁବାର ମାହି ଏହି ପ୍ରସଙ୍ଗରେ ଅନେକ ଟୁଇଟ୍ କରିଥିଲେ । ଏହି ଅଭିନେତ୍ରୀ ଜଣକ ଏହି ସମସ୍ତ ଟ୍ୱିଟରେ ସୂଚନା ଦେଇଥିଲେ ଯେ, ସେ ନିକଟରେ ଜଣେ ରୋଷେୟାଙ୍କୁ ନିଯୁକ୍ତି କରିଥିଲେ, କିନ୍ତୁ ସେ ଘରେ ଚୋରି କରିବା ଆରମ୍ଭ କରିଥିଲେ । ଦମ୍ପତିଙ୍କ ଅଭିଯୋଗ ଉପରେ ପୋଲିସ ରୋଷେୟାକୁ ଗିରଫ କରିଥିଲା, କିନ୍ତୁ ପରେ ତାଙ୍କୁ ଜାମିନରେ ଛାଡ଼ିଦେଲା । ଯାହା ପରେ ଦମ୍ପତି ଭୟଭୀତ ହୋଇଯାଇଥିଲେ । କାରଣ ରୋଷେୟା ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଜୟ ରୋଷେୟା ବିରୋଧରେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମାହି କହିଥିଲେ, 'ରୋଷେଇ ନିଯୁକ୍ତି ହେବାର ତିନି ଦିନ ପରେ ସେ ଚୋରି କରିବା ଆରମ୍ଭ କଲା, ମୁଁ ଯେତେବେଳେ ଜୟଙ୍କୁ ଏହି ସମ୍ପର୍କରେ କହିଲି ସେତେବେଳେ ସେ ବିଲ୍ର ସେଟଲମେଣ୍ଟ କରିଥିଲେ । କିନ୍ତୁ ରୋଷେୟା ପୂରା ମାସକର ଟଙ୍କା ମାଗିଥିଲା। ଯେତେବେଳେ ଜୟ ମନା କଲେ, ସେହି ସମୟରେ ସେ 200 ବିହାରୀ ଆଣି ଏଠାରେ ଠିଆ କରାଇଦେବି ବୋଲି କହିଥିଲା। ସେ ମଦ୍ୟପାନ ମଧ୍ୟ କରିଥିଲା, ତେଣୁ ଆମେ ପୁଣି ଥରେ ପୋଲିସକୁ ଜଣାଇଥିଲୁ। ମୋତେ ଆମ ପାଇଁ ନୁହେଁ ବରଂ ଆମ ଦୁଇ ବର୍ଷର ଝିଅ ପାଇଁ ଭୟ ଅଛି ବୋଲି ମାହି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ