ETV Bharat / entertainment

Koffee With Karan 7: କରଣଙ୍କ ଚ୍ୟାଟ୍‌ ଶୋ'ରେ ଏଣ୍ଟ୍ରୀ କରିବେ ଅଲୁ-ରଶ୍ମିକା

author img

By

Published : May 6, 2022, 5:19 PM IST

କରଣଙ୍କ ଲୋକପ୍ରିୟ ସୋ କଫି ଓ୍ବିଥ୍‌ କରଣ ସିଜନ୍ ୭ ଆରମ୍ଭ ହେବାକୁ ଯାଉଛି । ଏହି ଶୋ'ରେ ଚଳଚ୍ଚିତ୍ର ପୁଷ୍ପା ତାରକା ଆଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଏଣ୍ଟ୍ରି କରିବେ । ଅଧିକ ପଢନ୍ତୁ

କରଣଙ୍କ ଚ୍ୟାଟ୍‌ ସୋରେ ଏଣ୍ଟ୍ରି କରିବେ ଅଲୁ-ରଶ୍ମିକା

ହାଇଦ୍ରାବାଦ: କରଣ ଜୋହରଙ୍କ ଲୋକପ୍ରିୟ ଶୋ' କଫି ଓ୍ବିଥ୍‌ କରଣ ସିଜନ୍ ୭ ଆରମ୍ଭ ହେବାକୁ ଯାଉଛି । ଚଳଚ୍ଚିତ୍ର ନିର୍ମାତା ତଥା ଉପସ୍ଥାପକ କରଣ ଜୋହର ଏହି ସିଜନରେ ଅନେକ ଦକ୍ଷିଣ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ସମୟରେ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ସୁପରହିଟ୍ ଯୋଡି ପ୍ରସିଦ୍ଧ ବଲିଉଡ ନିର୍ମାତାଙ୍କ ଚାଟ୍ ଶୋ'ରେ ନଜର ଆସିବେ । ସୂଚନା ଅନୁସାରେ, କରଣ ଜୋହର ବ୍ଲକବ୍ଲଷ୍ଟର ଚଳଚ୍ଚିତ୍ର 'ପୁଷ୍ପା' ତାରକା ଆଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ସହ ଆଲୋଚନା କରୁଛନ୍ତି, ଯେଉଁମାନେ ଏହି ଶୋ'ରେ ଏଣ୍ଟ୍ରୀ କରିବେ ।

ଏହା କୁହାଯାଉଛି ଯେ ଚାଟ୍ ଶୋ' ପାଇଁ ଟିମ୍‌ ଆଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ନିକଟରେ ପହଞ୍ଚି ସାରିଛି ଏବଂ ସେମାନେ ଏଥିପାଇଁ ବହୁତ ଉତ୍ସାହିତ ଅଛନ୍ତି । ଖାସ୍‌ କଥା ହେଉଛି ଉଭୟ ସେଲିବ୍ରିଟି କଫି ସିଟ୍‌ରେ ବସିଥିବାବେଳେ ସେମାନଙ୍କର ଗଭୀର ରହସ୍ୟ ସେୟାର କରୁଥିବା ଦେଖିବାକୁ ମିଳିବ ।

ଏହା ବି ପଢନ୍ତୁ: କରଣଙ୍କ ଖୁଲାସା: ବନ୍ଦ ହେବନି Koffee With Karan, ଡିସ୍ନି ପ୍ଲସ୍ ହଟଷ୍ଟାରରେ ହେବ ପ୍ରସାରିତ

ସୂଚନା ଅନୁଯାୟୀ, କରଣ ଜୋହରଙ୍କ କଫି ୱିଥ୍ କରଣର ଏହି ସିଜନରେ ଦକ୍ଷିଣର କିଛି ସେଲିବ୍ରିଟି ନଜର ଆସିବେ । ଦକ୍ଷିଣ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ନିର୍ମାତାମାନେ ଶୋ' ପାଇଁ ବହୁତ କିଛି କରିଛନ୍ତି । ପୁଷ୍ପା ଷ୍ଟାର ବ୍ୟତୀତ ଏହି ଶୋ' ଦେଖୁଥିବା ବ୍ୟକ୍ତିମାନେ କଫି ସିଟରେ ଅନ୍ୟ ଦକ୍ଷିଣ ଭାରତୀୟ ସେଲିବ୍ରିଟିମାନଙ୍କୁ ମଧ୍ୟ ଦେଖିବେ ।

ଏହା ବି ପଢନ୍ତୁ: ବନ୍ଦ ହେଲା କରଣ ଜୋହରଙ୍କ ଟକ୍ ସୋ କଫି ଓ୍ବିଥ୍ କରଣ

ସୂଚନାଯୋଗ୍ୟ ଯେ, ନିକଟରେ କରଣ ଜୋହର କହିଥିଲେ ଯେ ତାଙ୍କ ଚାଟ୍ ଶୋ' ଏଥର OTTରେ ଚାଲିବ (koffee with karan on OTT) । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, 'କଫି ୱିଥ୍ କରଣ ଟିଭିରେ ଆଉ ଫେରିବେ ନାହିଁ । କାରଣ ପ୍ରତ୍ୟେକ ଭଲ କାହାଣୀରେ ଏକ ଟ୍ବିଷ୍ଟ ଆବଶ୍ୟକ, ମୁଁ ଘୋଷଣା କରି ଖୁସି ଯେ କଫି ୱିଥ୍ କରଣର ସିଜିନ୍ 7 କେବଳ ଡିସ୍ନି + ହଟଷ୍ଟାରରେ ଷ୍ଟ୍ରିମ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.