ETV Bharat / entertainment

ସୈଫଙ୍କ ବିଷୟରେ କଥାବାର୍ତ୍ତା କରି କାନ୍ଦି ପକାଇଲେ କରୀନା, ଫ୍ୟାନ୍ସ କହିଲେ ଏମିତି

author img

By ETV Bharat Odisha Team

Published : Dec 28, 2023, 10:02 PM IST

Kareena Got Teary Eyes While Talking About Saif: କଫି ୱିଥ୍ କରଣ ସିଜନ ୮ରେ କରୀନା କପୁର ଶାଶୁ ଶର୍ମିଲା ଟାଗୋର ଏବଂ ପତି ସୈଫ ଅଲି ଖାନଙ୍କ ପାଇଁ ସୁନ୍ଦର ବାର୍ତ୍ତା ପଠାଇଛନ୍ତି । ଏହି ସମୟରେ ଭାବବିହ୍ବଳ ହୋଇଛନ୍ତି କରୀନା । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ,

ସୈଫଙ୍କ ବିଷୟରେ କଥାବାର୍ତ୍ତା କରି କାନ୍ଦି ପକାଇଲେ କରୀନା, ଫ୍ୟାନ୍ସ କହିଲେ ଏମିତି
ସୈଫଙ୍କ ବିଷୟରେ କଥାବାର୍ତ୍ତା କରି କାନ୍ଦି ପକାଇଲେ କରୀନା, ଫ୍ୟାନ୍ସ କହିଲେ ଏମିତି

ହାଇଦ୍ରାବାଦ: କରଣ ଜୋହରଙ୍କ ସେଲିବ୍ରିଟି ଚାଟ୍ ଶୋ' କଫି ୱିଥ କରଣ ସିଜନ ୮ର ଲାଟେଷ୍ଟ ଏପିସୋଡରେ ସୈଫ ଅଲି ଖାନ ଏବଂ ଶର୍ମିଲା ଟାଗୋର ମା-ପୁଅ ଯୋଡି ସାମିଲ ହୋଇଛନ୍ତି । ଏହି ଶୋ'ରେ ଉଭୟ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଥିବା ଦେଖିବାକୁ ମିଳିଛି । ତେବେ ଏହି ସମୟରେ କରୀନା କପୁର ଖାନ ଶାଶୁ ଶର୍ମିଲା ଟାଗୋର ଏବଂ ସ୍ବାମୀ ସୈଫଙ୍କ ବିଷୟରେ ଏକ ସୁନ୍ଦର ବାର୍ତ୍ତା ପଠାଇଛନ୍ତି । ସୈଫଙ୍କ ବିଷୟରେ କଥାବାର୍ତ୍ତା କରି ଭାବବିହ୍ବଳ ହୋଇଛନ୍ତି କରୀନା । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

କରୀନା ଶାଶୁଙ୍କ ପାଇଁ କହିଛନ୍ତି ଯେ, ସେ ଯେବେଠାରୁ ସୈଫଙ୍କୁ ମିଶିଥିଲେ । ସେବେ ଠାରୁ ସେ ଶର୍ମିଲା ଟାଗୋରଙ୍କୁ ଅମ୍ମା ବୋଲି ଡାକନ୍ତି । ସେ କହିଛନ୍ତି, ଶର୍ମିଲା ବହୁତ ଯତ୍ନବାନ ଏବଂ ବହୁତ ଭଲପାଆନ୍ତି । ସେ ମୋତେ ସବା ଏବଂ ସାହୋଙ୍କ ପରି କେୟାର କରନ୍ତି । ସେ ମୋତେ ସର୍ବଦା ବହୁତ ସମର୍ତନ କରିଛନ୍ତି । ସେହିପରି ସ୍ବାମୀ ସୈଫଙ୍କ ବିଷୟରେ କରୀନା କହିଛନ୍ତି, ସାଫ ମୋ ପାଇଁ କାହିଁକି ମୁଖ୍ୟ ଅଟନ୍ତି ? ସୈଫ ମୋ ଦୁନିଆ ଅଟନ୍ତି । ସେ ମୋର ୟୁନିଭର୍ସ । ସେ ମୋ ଜବୀନ । ଯେବେ ବି ମୁଁ ତାଙ୍କ ବିଷୟରେ କଥାବାର୍ତ୍ତା କରେ ମୋ ଆଖିରେ ଲୁହ ଆସିଯାଏ । ଏହା କହି କହି କରୀନା କାନ୍ଦିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ୫ ବର୍ଷ ଲିଭ ଇନରେ ରହିବା ପରେ ସୈଫଙ୍କୁ ବିବାହ କରିଥିଲେ ବେବୋ, ଖୁଲାସା କଲେ ଅଭିନେତ୍ରୀ

ଏହି ଭିଡିଓ ସୋସିଆଲ ମିଡଆରେ ବେଶ ଭାଇରାଲ ହୋଇଛି । ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ ଏହି ଯୋଡିଙ୍କ ଖୁବ ପ୍ରଶଂସା କରିଛନ୍ତି । ଜମେ ଫ୍ୟାନ ଲେଖିଛନ୍ତି, କରୀନା ସତରେ ସୈଫଙ୍କୁ ବହୁତ ଭଲପାଉଛନ୍ତି । ଆଉ ଜଣେ ଲେଖିଛନ୍ତି, ବହୁତ ସୁନ୍ଦର ଯୋଡି । ସୂଚନା ଥାଉ କି, ସାହିଦ କପୁରଙ୍କ ସହ ବ୍ରେକଅପ ପରେ କରୀନା କପୁର ସୈଫଙ୍କୁ ଡେଟିଂ କରିବା ଆରମ୍ଭ କରିଥିଲେ । ଉଭୟ ମିଳିତ ଭାବେ ଫିଲ୍ମ ଓମକାରା(୨୦୦୬), ଟସନ(୨୦୦୮), କୁର୍ବାନ(୨୦୦୯) ଏବଂ ୨୦୧୨ରେ ଫିଲ୍ମ ଏଜେଣ୍ଟ ବିନୋଦରେ କାମ କରିଛନ୍ତି । ପାଞ୍ଚ ବର୍ଷରୁ ଅଧିକ ସମୟ ଡେଟିଂ କରିବା ପରେ ସୈଫ ଏବଂ କରୀନା ଅକ୍ଟୋବର 16 ତାରିଖ 2012ରେ ହିନ୍ଦୁ ଏବଂ ମୁସଲିମ ରୀତିନୀତିରେ ବିବାହ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.