ମୁମ୍ବାଇ: ବିକ୍ରାନ୍ତ ମେସି ଏବଂ ମେଧା ଶଙ୍କରଙ୍କ ଅଭିନୀତ ଫିଲ୍ମ 'ଟ୍ବେଲଥ୍ ଫେଲ୍' ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ଫିଲ୍ମଟି ବର୍ତ୍ତମାନ ଚର୍ଚ୍ଚାରେ ରହିଥିବାବେଳେ ମେଧା ଶଙ୍କରଙ୍କ ଅଭିନୟ ଦର୍ଶକଙ୍କୁ ମନ ମୋହିଛି । ଏପରିକି ମେଧା ବର୍ତ୍ତମାନ 'ନ୍ୟାସନାଲ କ୍ରସ'ର ଟ୍ୟାଗ୍ ଦୌଡ଼ରେ ମଧ୍ୟ ରହିଥିବା କୁହାଯାଉଛି । ଫିଲ୍ମରେ ମେଧାଙ୍କ ଭୂମିକାଙ୍କୁ ଅନେକ ପ୍ରେରଣା ଭାବେ ଗ୍ରହଣ କରିଛନ୍ତି । ଏହାରି ଭିତରେ ଏକ ସାକ୍ଷାତକାରରେ ମେଧା ନିଜର ମନର କଥା ପ୍ରକାଶ କରିଛନ୍ତି । ନିଜର ଅଭିନୟ କ୍ୟାରିଅର କିପରି ଆରମ୍ଭ ହେଲା ସେ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ମେଧା ଶଙ୍କର ।
ମେଧା ପସନ୍ଦ କରୁଥିବା ଅଭିନେତାଙ୍କ ବିଷୟରେ ସାକ୍ଷାତକାରରେ ଖୁଲାସା କରିଛନ୍ତି । ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ କାମ କରିବାକୁ ସେ ଚାହୁଁଥିବା କଥା କହିଛନ୍ତି । ଖାଲି ସେତିକି ନୁହେଁ, ନିଜର ଆକ୍ଟିଂ କ୍ୟାରିଅର ଆଗକୁ ବଢାଇବାକୁ କିପରି ସେ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ଏ ତମାମ ବିଷୟରେ କହିଛନ୍ତି ମେଧା ।
ସେ ଜଣେ ମଧ୍ୟବିତ୍ତ ପରିବାରର ଝିଅ ହୋଇଥିବାବେଳେ ଶିକ୍ଷା ଉପରେ ପରିବାରଲୋକ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ଏଭଳି ଏକ ପରିବାରରୁ ଅଭିନୟ ଜଗତକୁ ଆସିବା ଯାତ୍ରା ମେଧାଙ୍କ ପକ୍ଷରେ ଆଦୌ ସହଜ ନଥିଲା । ତଥାପି ନିଜ ବାପାଙ୍କୁ ବୁଝାଇବା ପାଇଁ ମେଧାଙ୍କୁ ଅନେକ ସମୟ ଲାଗିଯାଇଥିଲା । ଅଭିନେତ୍ରୀ ମେଧା ଶଙ୍କରଙ୍କ କହିବା ଅନୁସାରେ, ଯେତେବେଳେ ସେ ତାଙ୍କ ବାପାଙ୍କୁ ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା କଥା ଯେତେବେଳେ କହିଥିଲେ ସେତେବେଳେ ତାଙ୍କୁ ଅନେକ ବାଧାବିଘ୍ନର ସାମନା କରିବାକୁ ପଡିଥିଲା ।
ଏହା ମଧ୍ୟ ପଢନ୍ତୁ...ମକର ସଂକ୍ରାନ୍ତି ଅବସରରେ ବକ୍ସ ଅଫିସରେ ଧମାକା, ରିଲିଜ ହେଲା ୬ଟି ଫିଲ୍ମ
ଏହା ମଧ୍ୟ ପଢନ୍ତୁ...ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ସାରା-ଆଦିତ୍ୟ, ଏହି ଦିନ ରିଲିଜ ହେବ ଫିଲ୍ମ
କାରଣ ଏସବୁ ଶୁଣିବା ପରେ ତାଙ୍କ ବାପାଙ୍କୁ ଏକ ପ୍ରକାର ଝଟକା ଲାଗିଥିଲା । ଏପରିକି 'ମେଧାଙ୍କ ମାନସିକ ସ୍ଥିତି ଠିକ୍ ଅଛି କି ନାହିଁ ?' ବୋଲି ସେ ପ୍ରଶ୍ନ କରିଥିଲେ । ଏସବୁ ପରେ ସାହସ ଜୁଟାଇ ଅଭିନୟରେ ନିଜ କ୍ୟାରିଅର କରିବା ପାଇଁ ୨ ବର୍ଷର ସମୟ ମାଗିଥିଲେ ମେଧା । ବର୍ତ୍ତମାନ ସେ ଜଣେ ଅଭିନେତ୍ରୀ ଭାବରେ ସଫଳତା ହାସଲ କରିଛନ୍ତି । '12th Fail' ଚଳଚ୍ଚିତ୍ର ତାଙ୍କୁ ଆଣି ଦେଇଛି ଅଦ୍ଭୁତପୂର୍ବ ସଫଳତା ।