ହାଇଦ୍ରାବାଦ: ବଲିଉଡର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍ ଆଜିକାଲି ନିଜର ଆଗାମୀ ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାରେ ରହିଛନ୍ତି । କାରଣ ଆଗକୁ ରିଲିଜ ହେବାକୁ ଯାଉଛି ତାଙ୍କର ଅଭିନୀତ 'ମେରି କ୍ରିସମସ' । ପ୍ରକୃତରେ ଏହି ଫିଲ୍ମଟି ୨୦୨୩ରେ ରିଲିଜ ହେବାର ଯୋଜନା ରହିଥିଲା । ହେଲେ କୌଣସି କାରଣ ହେତୁ ରିଲିଜ ତାରିଖ ବାରମ୍ବାର ଘୁଞ୍ଚିବା ପରେ ୨୦୨୪ ଜାନୁଆରୀରେ ଏହା ରିଲିଜ ହେବ ବୋଲି ଜଣାପଡିଛି । ତେବେ କ୍ୟାଟ୍ରିନା ଏବେ ଫିଲ୍ମର ପ୍ରମୋସନ ପାଇଁ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି ।
ଏହାରି ଭିତରେ ସେ ଏକ ସାକ୍ଷାତକାରରେ ନିଜର କ୍ୟାରିଅର ବାବଦରେ କିଛି ବ୍ୟକ୍ତିଗତ ତଥ୍ୟ ସେୟାର କରିଛନ୍ତି । ଅଭିନୟ ପୂର୍ବରୁ ମଡେଲିଂରେ କ୍ୟାରିଅର ଆରମ୍ଭ କରିଥିଲେ କ୍ୟାଟ୍ରିନା । ତେବେ ମଡେଲିଂ କରିବା ସମୟର କିଛି ସ୍ମୃତିକୁ ମନେ ପକାଇଛନ୍ତି କ୍ୟଟ୍ରିନା । ସେହି ସମୟରେ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଫଲୋ କରୁଥିବା କଥା କହିଛନ୍ତି କ୍ୟାଟ୍ରିନା । ଖାଲି ସେତିକି ନୁହେଁ, ସଧୁ ସପ୍ରେ ଏବଂ ଲକ୍ଷ୍ମୀ ମେନନଙ୍କୁ ମଧ୍ୟ ସେ ଫଲୋ କରୁଥିବା କଥା କହିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବଲିଉଡ ଅଭିନେତା ବିକି କୌଶଲଙ୍କୁ ବିବାହ କରିଛନ୍ତି କ୍ୟାଟ୍ । ଆଉ ବିବାହ ପରେ ଫିଲ୍ମରୁ ସର୍ଟ ବ୍ରେକ୍ ନେଇଥିବା କ୍ୟାଟ୍ରିନା ଏବେ ପୁଣି ଥରେ କମ୍ ବ୍ୟାକ୍ କରିଛନ୍ତି । 'ମେରି କ୍ରିସମସ' ହେଉଛି ବିବାହ ପରେ କ୍ୟାଟ୍ରିନାଙ୍କ ପ୍ରଥମ ଚଳଚ୍ଚିତ୍ର । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀରାମ ରାଘବନ । ଏଥିରେ କ୍ୟାଟ୍ରିନାଙ୍କ ବିପକ୍ଷରେ ସାଉଥ ଷ୍ଟାର ବିଜୟ ସେତୁପତିଙ୍କୁ ଦେଖିବାକୁ ମିଳିବ । ଅନ୍ୟପଟେ ପୂର୍ବରୁ ସ୍ବାମୀ ବିକି କୌଶଲ ମଧ୍ୟ ସଟ୍ ବ୍ରେକ୍ ପରେ ବଲିଉଡକୁ ଫେରିସାରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...Maldivesରେ ନୂଆ ବନ୍ଧୁ ବନାଇଲେ କ୍ୟାଟ୍ରିନା, ଦେଖନ୍ତୁ ଭିଡ଼ିଓ
ଏହା ମଧ୍ୟ ପଢନ୍ତୁ...ସୁଟିଂକୁ ଫେରିଲେ ବିକି, Hug କରି ଏୟାରପୋର୍ଟରେ ବିଦାୟ ଦେଲେ କ୍ୟାଟ୍
'ମେରି କ୍ରିସମସ' ଏକ ଥ୍ରିଲର ଚଳଚ୍ଚିତ୍ର ହୋଇଥିବାବେଳେ ଏହାର ଟ୍ରେଲର ରିଲିଜ ହୋଇସାରିଛି । ଡିସେମ୍ବରରେ ଦର୍ଶକଙ୍କୁ ବଡ଼ ଦିନ ଭେଟି ଭାବେ ଏହା ରିଲିଜ ହେବାକୁ ଯୋଜନା ଥିଲେ ମଧ୍ୟ କୌଣସି କାରଣ ପାଇଁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଯାଇଛି । ତେବେ ୨୦୨୪ ଜାନୁଆରୀ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ କେତେ ଜଲୱା ଦେଖାଉଛି ତାହାକୁ ଅପେକ୍ଷା କରିଛନ୍ତି ଫିଲ୍ମ ନିର୍ମାତା ।