ETV Bharat / entertainment

ସାରା ଦେଶରେ Bhool Bhulaiya 2 କ୍ରେଜ୍‌, ରୋଜଗାର କଲାଣି 230 କୋଟି

author img

By

Published : Jun 28, 2022, 12:29 PM IST

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ୍‌ ଭୁଲେୟାଁ 2 ଗତ ମାସରେ ମେ 20ରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା । ଫିଲ୍ମଟି ବର୍ତ୍ତମାନ ସୁଦ୍ଧା 230.75 କୋଟି ଟଙ୍କା ରୋଜଗାର କରିଛି । ଅଧିକ ପଢନ୍ତୁ

ସାରା ଦେଶରେ Bhool Bhulaiya 2 କ୍ରେଜ୍‌, ରୋଜଗାର କଲାଣି 230 କୋଟି
ସାରା ଦେଶରେ Bhool Bhulaiya 2 କ୍ରେଜ୍‌, ରୋଜଗାର କଲାଣି 230 କୋଟି

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ୍‌ ଭୁଲେୟାଁ 2 ଗତ ମାସରେ ମେ 20ରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା । ଗୋଟିଏ ମାସ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ କମାଲ ଦେଖାଇ ଚାଲିଛି । ଇତି ମଧ୍ୟରେ କାର୍ତ୍ତିକ ଆର୍ଯ୍ୟନ୍ ଫିଲ୍ମର ଓ୍ବାର୍ଲ୍ଡ ଓ୍ବାଇଡ୍‌ କଲେକ୍ସନକୁ ନେଇ ସୂଚନା ସେୟାର କରିଛନ୍ତି ।

କାର୍ତ୍ତିକ ଆର୍ଯ୍ୟନ୍ ସୋସିଆଲ ମିଡିଆ ମାଧ୍ୟମରେ ଫିଲ୍ମର ଓ୍ବାର୍ଲ୍ଡ ଓ୍ବାଇଡ୍‌ କଲେକ୍ସନ ସହ ଜଡିତ ଏକ ପୋଷ୍ଟର ସେୟାର କରିଛନ୍ତି । ଏହି ଅନୁଯାୟୀ, ଫିଲ୍ମଟି ବର୍ତ୍ତମାନ ସୁଦ୍ଧା 230.75 କୋଟି ଟଙ୍କା ରୋଜଗାର କରିଛି । ଏହି ପୋଷ୍ଟର ସେୟାର କରି ଅଭିନେତା ତାଙ୍କ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ଲେଖିଛନ୍ତି- "ଭୁଲ୍‌ ଭୁଲେୟାଁ 2 ଏବେ ବି ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ଲାଗିଛି, ଏବଂ ଯଦି ଦୂରରେ ବି ଅଛି, ତାହାଲେ ବି ନିଶ୍ଚୟ ଯାଆନ୍ତୁ ।"

ଭୂଷଣ କୁମାର କାର୍ତ୍ତିକଙ୍କୁ ଉପହାରରେ ଦେଲେ କାର

ଭୁଲ୍‌ ଭୁଲେୟାଁ 2ର ସଫଳତା ଦେଖି ନିକଟରେ ଫିଲ୍ମର ନିର୍ମାତା ଭୂଷଣ କୁମାର (Bhushan Kumar) କାର୍ତ୍ତିକ ଆର୍ଯ୍ୟନଙ୍କୁ ମ୍ୟାକଲେରେନ ଜିଟି (McLaren GT) କାର୍‌ ଉପହାର ଦେଇଛନ୍ତି । ଯେଉଁଥି ପାଇଁ ଅଭିନେତା ଅନେକ ଚର୍ଚ୍ଚାରେ ମଧ୍ୟ କରିଥିଲେ । ଏହା ଏକ ବିଳାସପୂର୍ଣ୍ଣ କାର, ଯାହାର ମୂଲ୍ୟ ପ୍ରାୟ 4 କୋଟି ଟଙ୍କା । ସବୁଠାରୁ ଖାସ୍‌ ବିଷୟ ହେଉଛି, ଏହି ଉପହାର ପାଇବା ପରେ କାର୍ତ୍ତିକ ଆର୍ଯ୍ୟନ୍‌ ଭାରତରେ ପ୍ରଥମ ବ୍ୟକ୍ତି, ଯାହାଙ୍କ ପାଖରେ ଏହି ବିଳାସପୂର୍ଣ୍ଣ କାର୍‌ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.