ETV Bharat / entertainment

ବ୍ରହ୍ମାସ୍ତ୍ରରୁ ସାମ୍ନାକୁ ଆସିଲା ଶାହାରୁଖ ଖାନଙ୍କ ଝଲକ, 7 ଦିନ ପରେ ହେବ ଖୁଲାସା

ରଣବୀର ଆଲିଆଙ୍କ ପ୍ରଥମ ଫିଲ୍ମ ବ୍ରହ୍ମାସ୍ତ୍ର (Brahmastra) ରିଲିଜ୍‌ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଏହାପୂର୍ବରୁ କରଣ ଜୋହର ଏହି ଫିଲ୍ମରୁ ଶାହାରୁଖ ଖାନଙ୍କ ଝଲକ ସେୟାର କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Sep 2, 2022, 1:35 PM IST

ବ୍ରହ୍ମାସ୍ତ୍ରରୁ ସାମ୍ନାକୁ ଆସିଲା ଶାହାରୁଖ ଖାନଙ୍କ ଝଲକ, 7ଦିନ ପରେ ହେବ ଖୁଲାସା

ହାଇଦ୍ରାବାଦ: ବଲିଉଡର ନବ ବିବାହିତ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ପ୍ରଥମ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର' (Brahmastra: Part One–Shiva) ରିଲିଜ ହେବାକୁ ଆଉ କିଛି ଦିନ ବାକି ଅଛି । ଏହା ପୂର୍ବରୁ କରଣ ଜୋହର ଫ୍ୟାନ୍ସଙ୍କ ପାଇଁ ସସପେନ୍ସ ବଢାଇ ଦେଇଛନ୍ତି । ଫିଲ୍ମ ଦେଖିବା ପାଇଁ ପ୍ରଶଂସକଙ୍କ କ୍ରେଜ୍‌ ବଢିବା ପରେ କରଣ ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମ ସହ ଜଡିତ ଏକ ଛୋଟ ଭିଡିଓ କ୍ଲିପ୍ ସେୟାର କରିଛନ୍ତି ।

କରଣ ଜୋହର ଟ୍ୱିଟରରେ ସେୟାର କରିଥିବା ଏହି କ୍ଲିପଟି ଫିଲ୍ମ ବ୍ରହ୍ମାସ୍ତ୍ରରୁ ଆସିଛି, ଯେଉଁଥିରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ଦେଖିବାକୁ ମିଳିଛି । ଏହି ଭିଡିଓରେ ଏକ ଯୁଦ୍ଧ ସିନ୍‌ରେ 'ବାନର ଅସ୍ତ୍ର' (Vanar Astra)କୁ ଦେଖାଯାଇଛି । ଏହା ପୂର୍ବରୁ ଲିକ୍ ହୋଇଥିବା ଫଟୋରେ ଦାବି କରିଥିଲା ​​ଯେ, ଏହି ବ୍ୟକ୍ତି ଜଣକ ହେଉଛନ୍ତି ଶାହରୁଖ ଖାନ୍, ଯିଏ କି ଫିଲ୍ମରେ ଏକ କ୍ୟାମୋ ଭୂମିକା ନିଭାଉଛନ୍ତି ।

ବାନରଅସ୍ତ୍ର ଭୂମିକାରେ ଶାହାରୁଖ ଖାନ ?

ଭିଡିଓ ସେୟାର କରି କରଣ ଲେଖିଛନ୍ତି, 'ବାନରଅସ୍ତ୍ରର ଅସାଧାରଣ ଶକ୍ତି ମାତ୍ର 8 ଦିନ ମଧ୍ୟରେ ସାମ୍ନାକୁ ଆସିବ'। ଏହି ଭିଡିଓରେ, ବାନରଅସ୍ତ୍ର ଏକ କାନ୍ଥରେ ଦୌଡିବା ସହ ଡେଉଁଥିବା ଦେଖିବାକୁ ମିଳିଛି, ଯେଉଁଥିରେ ସେ ଏକ ଫ୍ଲିପ୍ ଷ୍ଟଣ୍ଟ୍ ସହିତ ଏକ ଖରାପ ଶକ୍ତି ଥିବା ଦାନବ ଉପରେ ନିଆଁର ଗୋଳା ମାରୁଛି, ଯାହା ପରେ ସେ ତଳେ ପଡ଼ିଯାଉଛି।

ବାନରଅସ୍ତ୍ର ଭୂମିକାରେ କିଏ ଅଛନ୍ତି ?

ଏହି ଭିଡିଓରେ ଚରିତ୍ରର ଚେହେରା ଦୃଶ୍ୟମାନ ହେଉନାହିଁ, କିନ୍ତୁ ପ୍ରଶଂସକମାନେ ଏହା ଶାହାରୁଖ ଖାନ ବୋଲି ଅନୁମାନ କରିବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ ଏହି ଚରିତ୍ରରେ ଶାହାରୁଖ ଖାନଙ୍କୁ ଅନଭିଜ୍ଞ ଭାବରେ ଦେଖୁଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ଏକ କ୍ଲିପ୍ ଭାଇରାଲ୍ ହୋଇଥିଲା ଯେଉଁଥିରେ ଶାହାରୁଖଙ୍କୁ ବାନରଅସ୍ତ୍ର କୁହାଯାଉଥିଲା । ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର' 9 ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.