ETV Bharat / entertainment

Karan Kangana: କଙ୍ଗନାଙ୍କ ସହ ବନ୍ଧୁତା କରିବେ କରଣ ! କହିଲେ ଏମରଜେନ୍ସି ଦେଖିବାକୁ ଚାହୁଁଛି

author img

By ETV Bharat Odisha Team

Published : Aug 23, 2023, 8:20 AM IST

କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର ଏମରଜେନ୍ସି ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି କରଣ ଜୋହର । ଏହା ଦେଖି କରଣ ଜୋହର ବର୍ତ୍ତମାନ କଙ୍ଗନାଙ୍କ ସହ ବନ୍ଧୁତା କରିବାକୁ ଚାହୁଁଥିବା କୁହାଯାଉଛି । ସେପଟେ କରଣଙ୍କ ବୟାନ ପରେ ପ୍ରତିକ୍ରିୟା ଦେଇଛନ୍ତି କଙ୍ଗନା । ଅଧିକ ପଢନ୍ତୁ

କଙ୍ଗନାଙ୍କ ସହ ବନ୍ଧୁତା କରିବେ କରଣ! କହିଲେ, ଏମରଜେନ୍ସି ଦେଖିବାକୁ ଚାହୁଁଛି

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ 'କୁଇନ' କଙ୍ଗନା ରାଣାୱତଙ୍କ ମଧ୍ୟରେ ଥିବା ବିବାଦ ନେଇ ସମସ୍ତେ ଜାଣନ୍ତି । ଦୀର୍ଘ ଦିନରୁ ଉଭୟଙ୍କ ମଧ୍ୟରେ ମତଭେଦ ରହିଆସିଛି । ଏପରିକି କଙ୍ଗନା ସୋସିଆଲ ମିଡିଆରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ କରଣକୁ ଟାର୍ଗେଟ କରି ପୋଷ୍ଟ କରିଥାନ୍ତି । କରଣ ମଧ୍ୟ ପରୋକ୍ଷରେ କଙ୍ଗନାଙ୍କୁ ଦୁଇଥର ଉତ୍ତର ଦେଇଛନ୍ତି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଉଭୟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । କରଣ ସବୁକିଛି ଭୁଲି ଏବେ କଙ୍ଗନାଙ୍କ ସହ ବନ୍ଧୁତା କରିବାକୁ ଚାହୁଁଥିବା କୁହାଯାଉଛି । ସେପଟେ କରଣଙ୍କ ବୟାନ ପରେ ପ୍ରତିକ୍ରିୟା ଦେଇଛନ୍ତି କଙ୍ଗନା ।

କରଣ ଜୋହର ଏକ ସାକ୍ଷାତକାରରେ କଙ୍ଗନା ରାଣାୱତଙ୍କୁ ଆଗାମୀ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର 'ଏମରଜେନ୍ସି' ଉପରେ କଥାବାର୍ତ୍ତା କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ଚଳଚ୍ଚିତ୍ର ନିର୍ମାତାଙ୍କୁ ଏକ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର ଦେଖିବାକୁ ଚାହିଁବେ ବୋଲି ପଚରାଯାଇଥିଲା, ସେତେବେଳେ କରଣଙ୍କ ପ୍ରତିକ୍ରିୟା ମଧ୍ୟ ସକରାତ୍ମକ ଥିଲା । ସେ କହିଥିଲ, ଏବେ ଏକ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର ଏମରଜେନ୍ସି ଆସୁଛି । ଯାହାକୁ ଦେଖିବାକୁ ମୁଁ ବେଶ ଉତ୍ସାହିତ ଅଛି । ତେବେ ଦୀର୍ଘ ଛଅ ବର୍ଷ ପରେ କରଣ ଜୋହର କଙ୍ଗନାଙ୍କ ବିଷୟରେ ଏକ ବଡ ବିବୃତ୍ତି ଦେଇଛନ୍ତି । ଯାହାକୁ ଦେଖିଲେ ଲାଗୁଛି ଯେ, ବର୍ତ୍ତମାନ କରଣ ସବୁକିଛି ଭୁଲି କଙ୍ଗନାଙ୍କ ସହ ବନ୍ଧୁତା କରିବାକୁ ଚାହୁଁଛନ୍ତି । କେବଳ ଏତିକି ନୁହେଁ କରଣ ଗଦର ୨ ର ଦମଦାର ସଫଳତାକୁ ମଧ୍ୟ ପ୍ରଶଂସା କରିଛନ୍ତି ।

କରଣଙ୍କ ବୟାନ ପରେ ପ୍ରତିକ୍ରିୟା ଦେଇଛନ୍ତି କଙ୍ଗନା

ସେପଟେ କରଣଙ୍କ ଏହି ବୟାନ ପରେ କଙ୍ଗନାଙ୍କ ପ୍ରତିକ୍ରିୟା ଆସିଛି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, 'ଗତ ଥର ଶ୍ରୀ କରଣ ଜୋହର ମୋର ଚଳଚ୍ଚିତ୍ର ମଣିକର୍ଣ୍ଣିକା ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଏହା ମୋ ପାଇଁ ସବୁଠାରୁ ଖରାପ ଚଳଚ୍ଚିତ୍ର ମୁକ୍ତିଲାଭ ୱିକେଣ୍ଡ ହେଲା । ଏହି ଚଳଚ୍ଚିତ୍ରରେ କାମ କରୁଥିବା ପ୍ରାୟ ସମସ୍ତ କଳାକାର ମୋତେ ଖରାପ ବୋଲି କହିଥିଲେ ଏବଂ ମୋର ସବୁଠାରୁ ସଫଳ ସପ୍ତାହ ଶେଷରେ ଏକ ଦୁଃସ୍ୱପ୍ନରେ ପରିଣତ ହୋଇଥିଲା । ବର୍ତ୍ତମାନ ସେ ମୋ ଫିଲ୍ମ ଦେଖିବାକୁ ପୁଣି ଉତ୍ସାହିତ ଅଛନ୍ତି, ତେଣୁ ମୁଁ ବହୁତ ଭୟଭୀତ ଅନୁଭବ କରୁଛି ।

ଏହା ମଧ୍ୟ ପଢନ୍ତୁ: କଙ୍ଗନାଙ୍କ ପ୍ରଶଂସାରେ ସୋମି ଅଲି, ଏମିତି ପ୍ରତିକ୍ରିୟା ରଖିଲେ କୁଇନ

ସୂଚନା ଥାଉ କି, 6 ବର୍ଷ ପୂର୍ବେ କଙ୍ଗନା କରଣଙ୍କ ଲୋକପ୍ରିୟ ଶୋ' କଫି ୱିଥ୍ କରଣର ବହୁତ ଅପମାନିତ କରିଥିଲେ । ତାଙ୍କୁ ଫିଲ୍ମ ମାଫିଆ ବୋଲି ମଧ୍ୟ କହିଥିଲେ । ସେବେ ଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଗିଡି ଯାଇଥିଲା । ତାପରେ କଙ୍ଗନା ସୋସିଆଲ ମିଡିଆ ଜରିଆରେ କରଣଙ୍କୁ ଟାର୍ଗେଟ କରିଆସୁଛନ୍ତି । ସେପଟେ 'ଏମରଜେନ୍ସି' ବିଷୟରେ କହିବାକୁ ଗଲେ କଙ୍ଗନା ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ରାଜନୈତିକ ଡ୍ରାମା ଚଳଚ୍ଚିତ୍ରରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା ରାଣାୱତ ନଜର ଆସିବେ । ଏହି ଚଳଚ୍ଚିତ୍ରର ଟିଜର ଏବଂ ପ୍ରଥମ ଲୁକ୍ ରିଲିଜ ହୋଇସାରିଛି । ଯେଉଁଥିରେ କଙ୍ଗନା ରାଣାୱତଙ୍କ ଲୁକ୍ ପ୍ରଶଂସକଙ୍କୁ ଫିଲ୍ମ ଦେଖିବା ପାଇଁ ଉତ୍ସାହିତ କରିଛି । ଅନ୍ୟପକ୍ଷରେ କରଣ ଜୋହରଙ୍କ କଥା କହିବାକୁ ଗଲେ, ସେ 7 ବର୍ଷ ପରେ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ସହ ନିର୍ଦ୍ଦେଶନାକୁ ଫେରିଛନ୍ତି । ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ସାରା ବିଶ୍ୱରେ 300 କୋଟି ଅତିକ୍ରମ କରି ସଫଳତା ହାସଲ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.