ETV Bharat / entertainment

Tejas: ଫିଲ୍ମ ତେଜସ୍-ଉରିକୁ ମିଶାଇ ଭିଡିଓ ପ୍ରସ୍ତୁତ କଲେ ଫ୍ୟାନ୍ସ, ପୋଷ୍ଟରେ କମେଣ୍ଟ ଦେଲେ କଙ୍ଗନା - Kangana Ranaut Reaction

ଅନେକ ପ୍ରଶଂସକ ଫିଲ୍ମ ତେଜସ୍ ଟ୍ରେଲରର କିଛି ଝଲକକୁ ଉରିର ସିନ୍‌ ସହ ମିଶାଇ ଏକ ଭିଡିଓ ସେୟାର କରିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ କଙ୍ଗନା ରଣାୱତ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ଫିଲ୍ମ ତେଜସ୍‌
ଫିଲ୍ମ ତେଜସ୍‌
author img

By ETV Bharat Odisha Team

Published : Oct 13, 2023, 8:43 AM IST

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ତେଜସ୍‌କୁ ନେଇ ଏବେ ସବୁଠି ଚର୍ଚ୍ଚା । ନିକଟରେ ଏହାର ଆକ୍ସନ୍-ପ୍ୟାକ୍ ଟ୍ରେଲର ରିଲିଜ୍ ହୋଇସାରିଛି, ଯାହା ଦେଖି ସମସ୍ତ ଫିଲ୍ମ ତାରକା ଏବଂ ପ୍ରଶଂସକ ଉତ୍ସାହିତ ହୋଇଛନ୍ତି । ଏହି ଫିଲ୍ମରେ କଙ୍ଗନା ରଣାୱତ ବାୟୁସେନା ଅଧିକାରୀ ତେଜସ ଗିଲ ଭୂମିକାରେ ଅଭିନୟ କରିଛନ୍ତି । ଟିଜର ଏବଂ ଟ୍ରେଲର ରିଲିଜ୍ ହେବା ଦିନଠାରୁ ପ୍ରଶଂସକମାନେ ଏହାକୁ ବିକି କୌଶଲଙ୍କ ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍ ସହିତ ତୁଳନା କରୁଛନ୍ତି ।

କଙ୍ଗନା ପ୍ରତିକ୍ରିୟା

ବର୍ତ୍ତମାନ ଅନେକ ପ୍ରଶଂସକ ଉରିର କିଛି ସିନ୍‌ ସହିତ ତେଜସ୍ ଟ୍ରେଲରର ଝଲକ ସେୟାର କରିଛନ୍ତି । କଙ୍ଗନା ରଣାୱତ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । ସେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ ସେୟାର କରିଛନ୍ତି । ପୋଷ୍ଟରେ ଅଭିନେତ୍ରୀ ଲେଖିଛନ୍ତି ଯେ, ‘‘ପ୍ରଶଂସକଙ୍କ ଜୋସ୍‌ ପସନ୍ଦ ଆସିଲା ।’’

କଙ୍ଗନାଙ୍କ ପୋଷ୍ଟ
କଙ୍ଗନାଙ୍କ ପୋଷ୍ଟ

ଅନେକ ସେଲିବ୍ରିଟି କରିଛନ୍ତି ପ୍ରଶଂସା

ଆମେ ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ତେଜସର ଟ୍ରେଲରକୁ ଅନୁପମ ଖେର ଏବଂ ଆନନ୍ଦ ଏଲ ରାୟ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ । ଚଳଚ୍ଚିତ୍ର ନିର୍ମାତା ଅନାନନ୍ଦ ଏଲ୍ ରାୟ ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଭିନେତ୍ରୀଙ୍କୁ ପ୍ରଶଂସା କରିଥିଲେ । ଏଥି ସହିତ ଅନୁପମ ଖେର କଙ୍ଗନାଙ୍କୁ ଯାଦୁକର ବୋଲି ବର୍ଣ୍ଣନା କରିଥିଲେ । ଆରଏସଭିପି ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଂଶୁଲ ଚୌହାନ, ବରୁଣ ମିତ୍ର, ଆଶିଷ ବିଦ୍ୟାର୍ଥୀ ଏବଂ ବିଶାଖ ନାୟର ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସରଭେଶ ମେୱାଡା ।

ଏହା ମଧ୍ୟ ପଢନ୍ତୁ: Tejas teaser out: ‘ଭାରତ କୋ ଛେଡୋଗେ ତୋ ଛୋଡେଙ୍ଗେ ନେହି...’ ସାମ୍ନାକୁ ଆସିଲା କଙ୍ଗନାଙ୍କ ଜବରଦସ୍ତ ଟିଜର

ଏହି ଦିନ ଫିଲ୍ମ କରିବ ମୁକ୍ତିଲାଭ

ଅକ୍ଟୋବର 27 ରେ ତେଜସ୍ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ସୂଚନାଯୋଗ୍ୟ ଯେ ଏହି ଚଳଚ୍ଚିତ୍ରଟି ଗତ ତିନିବର୍ଷ ଧରି ପାଇପଲାଇନରେ ଥିଲା । ଏହି ଚଳଚ୍ଚିତ୍ରଟି ପ୍ରଥମେ ଡିସେମ୍ବର 2020ରେ ରିଲିଜ୍ ହେବାର ଥିଲା । ଅଗଷ୍ଟ 2020ରେ କଙ୍ଗନା ଏହି ଚଳଚ୍ଚିତ୍ରର ମୂଳ ରିଲିଜ୍ ତାରିଖ ଘୋଷଣା କରିଥିଲେ, କିନ୍ତୁ ପରେ ଏହାର ତାରିଖ ସ୍ଥଗିତ ରହିଲା ।

ଉଲ୍ଲେଖନୀୟ ଯେ, କଙ୍ଗନା ମଧ୍ୟ ଆଜିକାଲି ଚନ୍ଦ୍ରମୁଖୀ 2 ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି 28 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ତେବେ ତେଜସ୍‌ ବ୍ୟତୀତ କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସି’ ମଧ୍ୟ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି । ପୂର୍ବରୁ କଙ୍ଗନା କହିଥିଲେ ଯେ, ‘ଏହା (ଏମରଜେନ୍ସି) ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ ନୁହେଁ ବରଂ ଏକ ଭବ୍ୟ ପିରିୟଡିକ୍ ଫିଲ୍ମ ହେବ । ଆଉ ଏହା ଆଜିର ଯୁବପିଢ଼ିଙ୍କୁ ଦେଶର ସାମାଜିକ-ରାଜନୈତିକ ସ୍ଥିତି ବୁଝେଇବାରେ ସହାୟକ ହେବ ।'

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.