ETV Bharat / entertainment

Kangana on Javed Akhtar: ଅଖତର ସାହେବ ଘରେ ପଶି ଆପଣ ପାକିସ୍ତାନକୁ ଆକ୍ରମଣ କରିଛନ୍ତି କହିଲେ କୁଇନ - ଜାଭେଦଙ୍କୁ ପ୍ରଶଂସା କରିଲେ କଙ୍ଗନା

ପାକିସ୍ତାନ ଗସ୍ତରେ ଯାଇ ଜଣାଶୁଣା ଗୀତିକାର ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଙ୍ଗନା ରଣାଓ୍ବତ ଜାଭେଦଙ୍କୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

Kangana Ranaut on Javed Akhtar
Kangana Ranaut on Javed Akhtar
author img

By

Published : Feb 22, 2023, 7:44 AM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଏବଂ ବଲିଉଡ ଗୀତିକାର ଜାଭେଦ ଅଖତକଙ୍କ ମଧ୍ୟରେ ବାରମ୍ବାର ବାଦବିବାଦ ହେଉଥିବା କଥା ସାମ୍ନାକୁ ଆସିଥିବା ବେଳେ ଏଥର ଗୀତିକାରଙ୍କୁ ପ୍ରଶଂସା କରିଛନ୍ତି ବଲିଉଡ କୁଇନ କଙ୍ଗନା । ଜୟ ହିନ୍ଦ ଜାଭେଦ ଅଖତର ସାହେବ ବୋଲି ଟ୍ବିଟ କରି ହୃଦୟରୁ ପ୍ରଶଂସା କରିଛନ୍ତି କରିଛନ୍ତି କଙ୍ଗନା ।

ସୂଚନାଅନୁସାରେ, ଜାଭେଦ ଅଖତର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଲାହୋର ଯାଇଥିଲେ । ତେବେ ସେଠାରେ ପାକିସ୍ତାନ ବିରୋଧୀ ବୟାନ ଦେଇଥିଲେ । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବାରୁ ପାକିସ୍ତାନକୁ ସମାଲୋଚନା କରିଥିଲେ । ବର୍ତ୍ତମାନ ଜାଭେଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

  • Jab main Javed saab ki poetry sunti hoon toh lagta tha yeh kaise Maa Swarsati ji ki in pe itni kripa hai, lekin dekho kuch toh sachchai hoti hai insaan mein tabhi toh khudai hoti hai unke saath mein … Jai Hind @Javedakhtarjadu saab… 🇮🇳
    Ghar mein ghuss ke maara .. ha ha 🇮🇳🇮🇳 https://t.co/1di4xtt6QF

    — Kangana Ranaut (@KanganaTeam) February 21, 2023 " class="align-text-top noRightClick twitterSection" data=" ">

ପାକିସ୍ତାନକୁ ଏହା କହିଥିଲେ ଜାଭେଦ ଅଖତର: ଫୈଜ ଉତ୍ସବରେ ଯୋଗଦେଇ ଜାଭେଦ ଅଖତର କହିଥିଲେ, ଭାରତରେ ନୁସରତଙ୍କ ଭଳି ପାକିସ୍ତାନ ଗାୟକଙ୍କ କନସର୍ଟ ହୋଇଥାଏ । କିନ୍ତୁ ପାକିସ୍ତାନ କେବେ ବି ଲତା ମଙ୍ଗେସକରଙ୍କ କନସର୍ଟ ଆୟୋଜନ କରିନାହିଁ । ଆମେ ସମସ୍ତେ ମୁମ୍ବାଇର ଅଧିବାସୀ । ୨୬/୧୧ ମୁମ୍ବାଇ ଆକ୍ରମଣ ବିଷୟରେ ସମସ୍ତେ ଜାଣନ୍ତି । ସେମାନେ ନରଓ୍ବେ କିମ୍ବା ଇଜିପ୍ଟରୁ ଆସିନଥିଲେ । ସେହି ଆତଙ୍କବାଦୀ ଏବେ ବି ପାକିସ୍ତାନରେ ଖୋଲା ବୁଲୁଛନ୍ତି । ତେଣୁ ଯଦି ଭାରତୀୟ ରାଗୁଛନ୍ତି ତେବେ ପାକିସ୍ତାନଙ୍କୁ ଖରାପ ଲାଗିବା କଥାନୁହେଁ ।

ଜାଭେଦଙ୍କୁ ପ୍ରଶଂସା କଲେ କଙ୍ଗନା: ଜାଭେଦଙ୍କ ଭିଡିଓକୁ ସେୟାର କରି କଙ୍ଗନା ରଣାଓ୍ବତ କହିଛନ୍ତି, "ଯେତେବେଳେ ମୁଁ ଜାଭେଦଙ୍କ କବିତା ପଢେ ଲାଗେ ମାଆ ସରସ୍ବତୀଙ୍କ ତାଙ୍କ ଉପରେ କୃପା ରହିଛି । ହେଲେ ଦେଖନ୍ତୁ କିଛିତ ସତ୍ୟତା ରହିଛି ମଣିଷ ମଧ୍ୟରେ ତେଣୁ ତ ତାଙ୍କ ସହ ଭଗବାନ ଅଛନ୍ତି । ଜୟ ହିନ୍ଦ ଜାଭେଦ ଅଖତର ସାହେବ । ଘରେ ପଶି ଆପଣ ମାରିଛନ୍ତି ।"

ଜାଭେଦ ଅଖତର ଏବଂ କଙ୍ଗନାଙ୍କ ମଧ୍ୟରେ ରହିଛି ଏହି ବିବାଦ: ୨୦୨୦ ମସିହାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ପର ଠାରୁ କଙ୍ଗନା ବଲିଉଡ ଇଣ୍ଡଷ୍ଟ୍ରିକୁ ସମାଲୋଚନା କରୁଥିଲେ । ଟେଲିଭିଜନ ସାକ୍ଷାତକାରରେ କଙ୍ଗନା, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଖ୍ୟାତ ଲେଖକ ଜାଭେଦ ଅଖତରଙ୍କ ନାଁରେ ଖରାପ ମନ୍ତବ୍ୟ ଦେଇଥିଲେ । ଯାହାଦ୍ବାରା ଜାଭେଦ ସମ୍ମାନରେ ଆଞ୍ଚ ଅଭିଯୋଗ ଓ ମିଛ ବୟାନ ପାଇଁ କଙ୍ଗନାଙ୍କ ବିରୋଧରେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟରେ ମାନହାନୀ ମାମଲା ରୁଜୁ କରିଥିଲେ । ଏହାସହ ଜାଭେଦ ତାଙ୍କୁ ଘରକୁ ଡାକି ଧମକ ଦେଇଛନ୍ତି ଏବଂ ହ୍ରିତିକ ରୋଶନଙ୍କୁ କ୍ଷମା ମାଗିବାକୁ କହିଥିଲେ ବୋଲି କଙ୍ଗନା ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.