ETV Bharat / entertainment

ମାଆ ହେଲେ କାଜଲ, ଘରକୁ ଆସିଲେ କୁନି ଅତିଥି

ମାଆ ହେଲେ ଅଭିନେତ୍ରୀ କାଜଲ ଅଗ୍ରୱାଲ । ସ୍ବାମୀ ଗୌତମ କିଚୁଲୁ ଓ କାଜଲ ଘରକୁ କୁନି ଅତିଥିଙ୍କୁ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ

kajal aggarwal gautam kitchlu blessed with a baby boy
ମାଆ ହେଲେ କାଜଲ, ଘରକୁ ଆସିଲେ କୁନି ଅତିଥି
author img

By

Published : Apr 19, 2022, 6:55 PM IST

ହାଇଦ୍ରାବାଦ: ମାଆ ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଅଭିନେତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସ୍ୱାମୀ ଗୌତମ କିଚଲୁଙ୍କ ସହ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି କାଜଲ । ଏହି ଖୁସି ଖବର ଜଣାପଡିବା ପରେ ସୋସିଆଲ ମିଡିଆରେ ତାଙ୍କର ଅଗଣିତ ପ୍ରଶଂସକ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ତେବେ କାଜଲ କିମ୍ବା ଗୌତମ ଏହି ଖବର ନିଜଆଡୁ ସେୟାର କରିନାହାନ୍ତି ମାତ୍ର ମୁମ୍ବାଇର ଜଣେ ଜଣାଶୁଣା ଫଟୋଗ୍ରାଫର ନିଜର ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଥିଲେ ।

ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କାଜଲ ଅଗ୍ରୱାଲ ତାଙ୍କ ଗର୍ଭଧାରଣ ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ । ନିଜକୁ ଫିଟ୍ ରଖି କାଜଲ ଅଗ୍ରୱାଲ ସୋସିଆଲ ମିଡିଆ ପୋଷ୍ଟରେ ତାଙ୍କ ଗର୍ଭଧାରଣ ବିଷୟରେ ଦେଇଥିଲେ ।

ଏହା ବି ପଢନ୍ତୁ: Maternity Photoshoot: ଗର୍ଭାବସ୍ଥାରେ କାଜଲ ଅଗ୍ରୱାଲଙ୍କ ଗ୍ଲାମରସ ଫଟୋସୁଟ

ଫେବୃଆରୀ ମାସରେ କାଜଲ ଅଗ୍ରୱାଲଙ୍କ ବେବି ସାୱାର ଅନୁଷ୍ଠିତ ହୋଇଥିଲା । ଏହାର ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ବେବି ସାୱାରରେ କାଜଲ ଗୋଲାପୀ ରଙ୍ଗର ଏକ ସୁନ୍ଦର ବନାରସୀ ଶାଢୀ ପିନ୍ଧିଥିଲେ । ଏହା ସହିତ ପାରମ୍ପରିକ ଅଳଙ୍କାର ପିନ୍ଧିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.