ETV Bharat / entertainment

Tiger 3 Success: ସଲମାନ ଖାନଙ୍କୁ ଶୁଭେଚ୍ଛା ଜଣାଇଲେ ସନ୍ନି ଦେଓଲ

author img

By ETV Bharat Odisha Team

Published : Nov 21, 2023, 12:48 PM IST

ଟାଇଗର ୩ର ସଫଳତା ପରେ ସନ୍ନି ଦେଓଲ ସଲମାନ ଖାନଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଉଭୟଙ୍କ ଏକ ସୁନ୍ଦର ଫଟୋ ସେୟାର କରି ସଲମାନଙ୍କୁ ତାଙ୍କ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

Tiger 3 Success: ସଲମାନ ଖାନଙ୍କୁ ଶୁଭେଚ୍ଛା ଜଣାଇଲେ ସନ୍ନି ଦେଓଲ
Tiger 3 Success: ସଲମାନ ଖାନଙ୍କୁ ଶୁଭେଚ୍ଛା ଜଣାଇଲେ ସନ୍ନି ଦେଓଲ

ହାଇଦ୍ରାବାଦ: ଦୀପାବଳି ଅବସରରେ ଅର୍ଥାତ୍ ନଭେମ୍ବର 12ରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଟାଇଗର ୩ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ଭଲ ରୋଜଗାର କରୁଛି । ତେବେ ସଲମାନଙ୍କ ଏହି ଫିଲ୍ମର ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ବଲିଉଡ ଅଭିନେତା ସନ୍ନି ଦେଓଲ । ସେ ସଲମାନ ଖାନଙ୍କ ସହ ଏକ ଫଟୋ ସେୟାର କରି ଫିଲ୍ମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ସନ୍ନି ଦେଓଲ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ସଲମାନ ଖାନଙ୍କୁ ହଗ୍ କରୁଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, ଜିତିଗଲେ । ସନ୍ନି ଦେଓଲଙ୍କ ଏହି ପୋଷ୍ଟ ସେୟାର କରିବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରୁଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, ୨ ବଲିଉଡ ସିଂହ ଏକାଠି । ଅନ୍ୟ ଜଣେ ଲେଖିଛନ୍ତି, 'ଜିତ୍' ଫିଲ୍ମ ଭଳି ଦୁହେଁ ଏକ ଆକ୍ସନ୍ ପ୍ୟାକ୍ ଚଳଚ୍ଚିତ୍ର ସହିତ ଏକାଠି ହେବା ଉଚିତ୍ । ଆଉ ଜଣେ ଲେଖିଛନ୍ତି, ଲାଗୁଛି ଜିତ୍ ୨ ତିଆରି ହେବାକୁ ଯାଉଛି ।

ସୂଚନା ଥାଉକି, ଫିଲ୍ମ 'ଜିତ'ରେ ସଲମାନ ଖାନ ଏବଂ ସନ୍ନି ଦେଓଲ ଏକାଠି କାମ କରିଛନ୍ତି । ଏହି ଚଳଚ୍ଚିତ୍ର ୧୯୯୬ରେ ରିଲିଜ ହୋଇଥିଲା । ଫିଲ୍ମରେ ସଲମାନ ଏବଂ ସନ୍ନିଙ୍କ ସହ କରିସ୍ମା କପୁର, ଅମ୍ରରେଶ ପୁରୀ ଏବଂ ତବୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । କିଛି ଦିନ ପୂର୍ବେ ସନ୍ନି ଦେଓଲ ତାଙ୍କ ଇନଷ୍ଟା ଷ୍ଟୋରୀରେ ଟାଇଗର ୩ ରିଲିଜ ପାଇଁ ସଲମାନଙ୍କୁ କାମନା ଜଣାଇଥିଲେ । ସେ ଲେଖିଥିଲେ, 'ଟାଇଗର ଜିନ୍ଦାବାଦ ।'

ଏହା ମଧ୍ୟ ପଢନ୍ତୁ: ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ ଦେଲେ ଭାଇଜାନ

ସେପଟେ 22 ବର୍ଷ ପରେ 'ଗଦର 2' ସହ ପରଦାକୁ ଫେରିଥିଲେ ସନ୍ନି ଦେଓଲ୍ । 'ତାରା ସିଂଙ୍କ ଫିଲ୍ମ' ଗଦର 2 ବକ୍ସ ଅଫିସରେ ୫୦୦କୋଟିରୁ ଅଧିକ ବ୍ୟବସାୟ କରି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଥିଲା । ଏଥିସହ ସନ୍ନି ଦେଓଲଙ୍କ କ୍ୟାରିୟରରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ଏହାପରେ ସନ୍ନି ଦେଓଲ ଗଦର ୨ର ସଫଳତା ନେଇ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଅନେକ ତାରକା ସାମିଲ ହୋଇଥିଲେ । ଏଥିରେ ସଲମାନ ଖାନ, ଶାହାରୁଖ ଖାନ ସମେତ ଅନେକ ସେଲିବ୍ରିଟି ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.