ETV Bharat / entertainment

Jawan Advance Booking: ରିଲିଜ ପୂର୍ବରୁ ଜବାନ ଜଲୱା, ଭାରତରେ 15 ମିନିଟରେ ବିକ୍ରି ହେଲା ଫିଲ୍ମର ସମସ୍ତ ଟିକେଟ୍

ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ଜବାନର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଆଡଭାନ୍ସ ବୁକିଂ ଆରମ୍ଭ ହେବାର ମାତ୍ର କିଛି ମିନିଟ ଭିତରେ ଭାରତରେ ସମସ୍ତ ଟିକେଟ୍ ବିକ୍ରି ହୋଇଥିବାର ସୂଚନା ମିଳିଛି। ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Aug 27, 2023, 6:10 PM IST

ରିଲିଜ ପୂର୍ବରୁ ଜବାନ ଜଲୱା, ଭାରତରେ 15 ମିନିଟରେ ବିକ୍ରି ହେଲା ଫିଲ୍ମର ସମସ୍ତ ଟିକେଟ୍

ମୁମ୍ବାଇ: 'ପଠାନ' ପରେ ଫିଲ୍ମ 'ଜବାନ' ସହ ପୁଣି ବକ୍ସ ଅଫିସରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି କିଙ୍ଗ୍‌ ଖାନ ଶାହାରୁଖ ଖାନ । ଫିଲ୍ମର ପ୍ରିଭ୍ୟୁ ଦେଖିବା ଦିନ ଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଏହି ଫିଲ୍ମ 7 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ଦିନ ରହିଥିବା ବେଳେ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଆମେରିକାରେ ଆଡଭାନ୍ସ ବୁକିଂରେ ଫିଲ୍ମ ରେକର୍ଡ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଭାରତରେ ମଧ୍ୟ ଫିଲ୍ମ ସଫଳତା ହାସଲ କରିଛି । କିଛି ମିନିଟ୍ ମଧ୍ୟରେ ଫିଲ୍ମର ସମସ୍ତ ଟିକେଟ ବିକ୍ରି ହୋଇଛି ।

'ଜୱାନ୍' ପାଇଁ ଆଡଭାନ୍ସ ବୁକିଂ ଆମେରିକା, ସଂଯୁକ୍ତ ଆରବ ଅମିରାତ୍ (ୟୁଏଇ), ଅଷ୍ଟ୍ରେଲିଆ, ସାଉଦି ଆରବ ଏବଂ ଜର୍ମାନୀ ଇତ୍ୟାଦି ଅନ୍ତର୍ଜାତୀୟ କେନ୍ଦ୍ରରେ ଖୋଲି ସାରିଛି । ଭାରତରେ ମୁମ୍ବାଇର କେବଳ ଅଳ୍ପ କିଛି କେନ୍ଦ୍ରରେ ଅଗ୍ରୀମ ବୁକିଂ ଖୋଲିଛନ୍ତି । ସବୁଠି ଜବରଦସ୍ତ ଟିକେଟ ବିକ୍ରି ହୋଇଥିବା ବେଳେ ଭାରତରେ ମଧ୍ୟ ସମାନ ସ୍ଥିତି ରହିଛି । ଥାନେରେ ଦର୍ଶକମାନେ 1100 ଟଙ୍କା ମୂଲ୍ୟର ଟିକେଟ କିଣିଛନ୍ତି । 'ଜବାନ'ର ଟିକେଟ 15 ମିନିଟ ମଧ୍ୟରେ ଆଗୁଆ ବୁକିଂରେ ଟିକେଟ ବିକ୍ରି ହୋଇଯାଇଛି । ବିଦେଶରେ ପ୍ରାୟ 1.57କୋଟି ଟିକେଟ ବିକ୍ରି ହୋଇସାରିଲାଣି ।

ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ତିନୋଟି ଭାଷାରେ 'ଜୱାନ୍' ସେପ୍ଟେମ୍ବର7ରେ ସାରା ବିଶ୍ୱ ସିନେମା ହଲ୍‌ରେ ମୁକ୍ତିଲାଭ କରିବ । ଏଥିରେ କିଙ୍ଗ୍‌ ଖାନଙ୍କ ବ୍ୟତୀତ ଟଲିଉଡ ତାରକା ବିଜୟ ସେଥୁପଥୀ, ଅଭିନେତ୍ରୀ ନୟନତାରା, ସାନିଆ ମଲହୋତ୍ରା ଏବଂ ପ୍ରିୟମଣି ଅଛନ୍ତି । ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନଙ୍କୁ ଏକ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ । ଏଥିରେ ସୁପରଷ୍ଟାର ଶାହାରୁଖଙ୍କୁ ଏକ ଡବଲ୍ ରୋଲରେ ଦେଖିବାକୁ ମିଳିବ । ଗୋଟିଏ ଭୂମିକାରେ ତାଙ୍କୁ ଜଣେ ବୁଦ୍ଧିମାନ ଅଧିକାରୀ ଏବଂ ଅନ୍ୟଟିରେ ଭିଲେନ୍‌ ଭୂମିକାରେ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ରେକର୍ଡ ଭାଙ୍ଗିବେ ଶାହାରୁଖ, ଦୁନିଆର ସବୁଠୁ ବଡ ଥିଏଟରରେ ରିଲିଜ ହେବ ଫିଲ୍ମ ଜବାନ

ଫିଲ୍ମର ସୁଟିଂ ବିଷୟରେ କହିବାକୁ ଗଲେ ମୁମ୍ବାଇ, ପୁନେ, ହାଇଦ୍ରାବାଦ, ଚେନ୍ନାଇ, ରାଜସ୍ଥାନ ଏବଂ ଔରଙ୍ଗାବାଦରେ ଏହାର ସୁଟିଂ କରାଯାଇଛି । ଏହି ଫିଲ୍ମ ଅଟଲିଙ୍କ ଦ୍ୱାରା ନିର୍ଦ୍ଦେଶିତ, ଗୌରୀ ଖାନ ଏବଂ ଗୌରବ ବର୍ମାଙ୍କ ଦ୍ବାରା ସହ ପ୍ରଯୋଜିତ । ଅଟଲି, ବିଜୟ ସେଥୁପଥୀ ଏବଂ ନୟନତାରାଙ୍କ ସହ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି ଶାହାରୁଖ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.