ETV Bharat / entertainment

Jailer Box Office Collection: 100 କୋଟି କ୍ଲବରେ ସାମିଲ ହେଲା ଫିଲ୍ମ ଜେଲର - ରଜନୀକାନ୍ତ

ଭାରତ ତଥା ବିଦେଶରେ ରଜନୀକାନ୍ତଙ୍କ ଫିଲ୍ମ ଜେଲର ବକ୍ସ ଅଫିସରେ ସଫଳତା ଦମଦାର ରହିଛି । ଘରୋଇ ବଜାରରେ ରିଲିଜ୍ ହେବାର ମାତ୍ର 3 ଦିନ ମଧ୍ୟରେ ଏହି ଫିଲ୍ମ 100 କୋଟି କ୍ଲବରେ ସାମିଲ ହୋଇଛି । ଅଧିକ ପଢନ୍ତୁ,

3 ଦିନ ମଧ୍ୟରେ 100କୋଟି କ୍ଲବରେ ସାମିଲ ହେଲା ଫିଲ୍ମ ଜେଲର

author img

By

Published : Aug 13, 2023, 1:17 PM IST

ହାଇଦ୍ରାବାଦ: ପ୍ରାୟ 2 ବର୍ଷ ପରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜେଲର ସହ ସାଉଥ ମେଗାଷ୍ଚାର ରଜନୀକାନ୍ତ ବକ୍ସ ଅଫିସରେ ପାଦ ଦେଇଛନ୍ତି । ଏହି ଫିଲ୍ମ ପ୍ରଥମ ଦିନରୁ ହିଁ ଭାରତ ଏବଂ ବିଦେଶରେ ଦର୍ଶକଙ୍କ ମନ ଜିତିଆସୁଛି । ଓପନିଂ ଦିନ ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ 50 କୋଟି ଆୟ କରିଥିବା ବେଳେ ଲଗାତାର 3 ଦିନ ଯାଏଁ ବକ୍ସ ଅଫିସରେ ଧମାକା କରି ଚାଲିଛି ଫିଲ୍ମ । 3 ଦିନରେ ଫିଲ୍ମ 100 କୋଟିରେ କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି ।

ଅଗଷ୍ଟ 10ରେ ରଜନୀକାନ୍ତଙ୍କ ଏହି ଫିଲ୍ମ ବିଶ୍ବର 7 ହଜାରରୁ ଅଧିକ ସ୍କ୍ରିନରେ ରିଲିଜ କରିଛି । ଓପନିଂ ଦିନ ଫିଲ୍ମ 50କୋଟି ଆୟ କରିଥିଲା । ସେହିପରି 2ୟ ଦିନ ଫିଲ୍ମ ଭଳ କଲେକ୍ସନ ସହ 74.10 କୋଟି ଆୟ କରିଥିବା ବେଳେ 3ୟ ଦିନରେ 100 କୋଟିରୁ ଅଧିକ ଆୟ କରିଛି । ରିପୋର୍ଟ ଅନୁଯାୟୀ, ଗୁରୁବାର ଅର୍ଥାତ୍ ପ୍ରଥମ ଦିନରେ 48.35 କୋଟି, ଶୁକ୍ରବାର ଅର୍ଥାତ୍ 2ୟ ଦିନରେ 25.75 କୋଟି ଏବଂ ଶନିବାର ଅର୍ଥାତ୍ 3ୟ ଦିନରେ ଫିଲ୍ମ 35 କୋଟିର ବମ୍ପର କଲେକ୍ସନ କରିଛି । ତେବେ ଫିଲ୍ମର ଘରୋଇ ବକ୍ସ ଅଫିସରେ ମୋଟ ଆୟ 109. 10 କୋଟିକୁ ବୃଦ୍ଧି ପାଇଛି ।

ନେଲସନ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଡ୍ରାମା ଜେଲରରେ ରଜନୀକାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ବିନୟକନ୍, ତମନ୍ନା, ଶିବରାଜକୁମାର, ମୋହନଲାଲ, ଯୋଗୀ ବାବୁ, ସୁନୀଲ ଏବଂ ଜ୍ୟାକି ଶ୍ରଫ୍ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହାର ରିଲିଜ୍ ସହ ଜେଲର ଅନେକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି । ରଜନୀକାନ୍ତ ଚଳଚ୍ଚିତ୍ର ପ୍ରଥମ ଦିନରେ ଅନେକ ମାଇଲଖୁଣ୍ଟ ସ୍ଥାପନ କରିଥିଲା, ଯେପରିକି "2023 ରେ ତାମିଲନାଡୁର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ'' ହୋଇପାରିଥିଲା । ଏଥିସହ "ଆମେରିକାର 2023 ର ସର୍ବବୃହତ ଭାରତୀୟ ପ୍ରିମିୟର୍" ଏବଂ "2023 ରେ ବିଦେଶର ସର୍ବବୃହତ ତାମିଲ ଓପନର୍" ଭାବେ ଏହି ଫିଲ୍ମ ପ୍ରମାଣିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ କମାଲ କଲା ରଜନୀକାନ୍ତଙ୍କ ଫିଲ୍ମ, ପ୍ରଥମ ଦିନରେ 50 କୋଟି ପାର୍

ରଜନୀକାନ୍ତଙ୍କ 'ଜେଲର' କେବଳ ଦେଶରେ ନୁହେଁ, ଆମେରିକାରେ ମଧ୍ୟ ଧମାକା କରିଛି । ଏହା ମାତ୍ର ଦୁଇ ଦିନରେ 3 ମିଲିୟନ୍ ଡଲାର ଅର୍ଥାତ୍ 24 କୋଟିରୁ ଅଧିକ ସଂଗ୍ରହ କରିଛି । ଆମେରିକାରେ ରୋଜଗାର କରିବା ପାଇଁ ଏହା ଥାଇଲାଭାଙ୍କର ତୃତୀୟ ଚଳଚ୍ଚିତ୍ର । ପୂର୍ବରୁ 'କାୱାଲି' ଏବଂ '2.0' ଫିଲ୍ମ 3 ମିଲିୟନ ଡଲାରରୁ ଅଧିକ ରୋଜଗାର କରିଥିଲା । ସେ ହେଉଛନ୍ତି ଏକମାତ୍ର ତାମିଲ ତାରକା, ଯାହାଙ୍କ ତିନୋଟି ଚଳଚ୍ଚିତ୍ର ଭାରତ ତଥା ବକ୍ସ ଅଫିସରେ ମ୍ୟାଜିକ୍ ପରି କାମ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.